Advertisment

SBI SCO Recruitment 2024: ଗ୍ରାଜୁଏସନ୍ କରିଥିଲେ SBIରେ ଚାକିରି; ବର୍ଷକୁ ପାରିଶ୍ରମିକ ୨୪.୫୦ ଲକ୍ଷ

ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ୱତନ୍ତ୍ର କ୍ୟାଡର ଅଧିକାରୀ(SCO) ପଦବୀ ସହିତ ଅନ୍ୟାନ୍ୟ ମ୍ୟାନେଜର ପୋଷ୍ଟ୍ ପୂରଣ ହେବ।

ଅଦ୍ୟତନ ହୋଇଛି
SBI Recruitment 2024 Apply for managerial and other posts

SBI Recruitment 2024 Apply for managerial and other posts

Advertisment

ଯେଉଁମାନେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର କରିବାକୁ ସ୍ୱପ୍ନ ଦେଖନ୍ତି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SBI) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ୱତନ୍ତ୍ର କ୍ୟାଡର ଅଧିକାରୀ(SCO) ପଦବୀ ସହିତ ଅନ୍ୟାନ୍ୟ ମ୍ୟାନେଜର ପୋଷ୍ଟ୍ ପୂରଣ ହେବ।

Advertisment

ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍‌ରେ ଚାଲିଥିବା ବେଳେ ଏହା ସ୍ଥାୟୀ ନିଯୁକ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୧ଟି ପଦଦୀ ପୂରଣ ହେବ। ଆପଣ ଯଦି ଗ୍ରାଜୁଏସନ କରିଥିବେ ତେବେ ଏହି ସୁଯୋଗ ମଧ୍ୟ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SBI ର ଅଫିସିଆଲ୍ ୱେବ୍‌ସାଇଟ୍ sbi.co.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞାପନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ SBI Recruitment 2024 Apply for managerial and other posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୩ ଫେବୃଆରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୪ ମାର୍ଚ୍ଚ ୨୦୨୪

ଖାଲି ପଦବୀ:

  • ପରିଚାଳକ (କ୍ରେଡିଟ୍ ଆନାଲିଷ୍ଟ୍‌) – ୫୦ଟି ପୋଷ୍ଟ୍
  • ସହକାରୀ ପରିଚାଳକ (ସୁରକ୍ଷା ଆନାଲିଷ୍ଟ୍‌) – ୨୩ଟି ପୋଷ୍ଟ୍
  • ଡେପୁଟି ମ୍ୟାନେଜର (ସୁରକ୍ଷା ଆନାଲିଷ୍ଟ) – ୫୧ଟି ପୋଷ୍ଟ୍
  • ପରିଚାଳକ (ସୁରକ୍ଷା ଆନାଲିଷ୍ଟ) – ୩ଟି ପୋଷ୍ଟ୍
  • ସହକାରୀ ଜେନେରାଲ ମ୍ୟାନେଜର୍ (ଆବେଦନ ସୁରକ୍ଷା) – ୩ଟି ପୋଷ୍ଟ୍
  • ସର୍କଲ୍ ଡିଫେନ୍ସ ବ୍ୟାଙ୍କିଙ୍ଗ୍ ପରାମର୍ଶଦାତା (CDBA) – ୧ଟି ପୋଷ୍ଟ୍
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ
  • ଫାଇନାନ୍ସରେ MBA ଡିଗ୍ରୀ କିମ୍ବା PGDBA କିମ୍ବା PGDBM କିମ୍ବା MMS କିମ୍ବା CA କିମ୍ବା CFA କିମ୍ବା ICWA ରେ
  • ଅଧିକ ଜାଣିବା ପାଇଁ ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ ବୟସ – ୨୫ ବର୍ଷ
  • ସର୍ବାଧିକ ବୟସ – ୩୫ ବର୍ଷ
  • ବୟସ ଗଣନା ୦୧ ଡିସେମ୍ବର ୨୦୨୩ ଅନୁସାରେ ହେବ

ଦରମା:

  • ବାର୍ଷିକ ପାରିଶ୍ରମିକ - ୨୪.୫୦ ଲକ୍ଷ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ସର୍ଟଲିଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/ EWS / OBC – ୭୫୦ ଟଙ୍କା
  • SC / ST/ phd – ଦେୟ ମୁକ୍ତ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Current job Openings ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଫିସ୍‌ ଦିଅନ୍ତୁ
  • ଫର୍ମ ଦାଖଲ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ପାଇଁ ପର୍ମର ଏକ ପ୍ରିଣ୍ଟ୍ ବାହାର କରନ୍ତୁ
SBI Govt Jobs SBI Recruitment Bank Jobs Bank Job Vacancy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ