Advertisment

SBI Recruitment 2023: SBIରେ ପୂରଣ ହେବ ୫ ହଜାରରୁ ଅଧିକ ପୋଷ୍ଟ୍; ଆବେଦନ ପ୍ରକ୍ରିୟା ଆରମ୍ଭ

ଆପଣ ଯଦି ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ।

ଅଦ୍ୟତନ ହୋଇଛି
SBI Recruitment 2023 Vacancy 5280 posts

SBI Recruitment 2023 Vacancy 5280 posts

Advertisment

ଆପଣ ଯଦି ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ। ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI) ଏକ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କରେ ସର୍କଲ୍ ଆଧାରିତ ଅଧିକାରୀ (CBOs) ପଦବୀରେ ୫ ହଜାରରୁ ଅଧିକ ପ୍ରାର୍ଥୀ ନିଯୁକ୍ତି ପାଇବେ। ଆବେଦନ ପ୍ରକ୍ରିୟା ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି।

Advertisment

ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ SBIର ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିସାଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SBI CBO Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।

ଅଧିକ ପଢ଼ନ୍ତୁ: ଦଶମ ପାଶ୍ କରିଥିଲେ କନଷ୍ଟେବଳ ଚାକିରି, ଦରମା ପାଖାପାଖି ୭୦ ହଜାର

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୨ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୨ ଡିସେମ୍ବର ୨୦୨୩
Advertisment

ଖାଲି ପଦବୀ:

  • ସାଧାରଣ ବର୍ଗ – ୨୧୫୭ଟି ପୋଷ୍ଟ
  • OBC – ୧୪୨୧ଟି ପୋଷ୍ଟ
  • EWS – ୫୨୭ଟି ପୋଷ୍ଟ
  • SC – ୭୮୭ଟି ପୋଷ୍ଟ
  • ST – ୩୮୮ଟି ପୋଷ୍ଟ
  • ମୋଟ୍ ପଦବୀ – ୫୨୮୦ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ
  • ପ୍ରାର୍ଥୀଙ୍କ ଆଞ୍ଚଳିକ ଭାଷାରେ ଜ୍ଞାନ ରହିବା ଉଚିତ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ଆରକ୍ଷଣ ବର୍ଗ କ୍ଷେତ୍ରରେ ବୟସ କୋହଳ ହେବ

ଆବେଦନ ଶୁଳ୍କ:

  • SC/ST/PwBD – ଦେୟମୁକ୍ତ
  • ଅନ୍ୟମାନେ – ୭୫୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ପରୀକ୍ଷା ( ୨ ଘଣ୍ଟା, ୧୭୦ ମାର୍କ)
  • ସ୍କ୍ରିନିଂ
  • ସାକ୍ଷାତକାର

କିପରି କରିବେ ଆବେଦନ:

  • bank.sbi/web/careers/current-openings କୁ ଲଗ୍ ଇନ୍ କରନ୍ତୁ
  • ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ Circle-Based Officers ଉପରେ କ୍ଲିକ୍ କରନ୍ତୁ
  • ଅନ୍‌ଲାଇନ୍ ଆବେଦନ କରନ୍ତୁ
  • ବ୍ୟକ୍ତିଗତ ଡାଟା ଏଣ୍ଟ୍ରୀ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ପାଇବେ ୩୫ ହଜାରରୁ ଅଧିକ

SBI Govt Jobs SBI Jobs SBI Recruitment Bank Job Bank Job Vacancy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ