Advertisment

SBI Recruitment: ଖାଲି ପଡ଼ିଛି ୧ ହଜାରରୁ ଅଧିକ ପଦବୀ; ଦରମା ୪୦,୦୦୦ ଟଙ୍କା

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ଭଲ ଖବର। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ SBI ବିଜ୍ଞପ୍ତି ପ୍ରକାଶ କରିଛି। ୧,୪୩୮ ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
SBI Recruitment 2023

SBI Recruitment 2023

Advertisment

ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(SBI)ରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ଭଲ ଖବର। ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ SBI ବିଜ୍ଞପ୍ତି ପ୍ରକାଶ କରିଛି। ୧,୪୩୮ ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଆଶାୟୀ ପ୍ରାର୍ଥୀ SBIର ଅଫିସିଆଲ୍‌ ୱେବ୍‌ସାଇଟ୍‌ sbi.co.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ୨୦୨୩, ଜାନୁଆରୀ ୧୦। 

Advertisment

ଖାଲି ପଡ଼ିଥିବା ପଦବୀ...

  • ଜେନେରାଲ୍‌- ୬୮୦
  • ଇଡବ୍ଲ୍ୟୁଏସ୍‌- ୧୨୫
  • ଓବିସି- ୩୧୪
  • ଏସ୍‌ସି- ୧୯୮
  • ଏସ୍‌ଟି- ୧୨୧

ଅଧିକ ପଢ଼ନ୍ତୁ: ସେନା, ବାୟୁସେନା ଏବଂ ନୌସେନାରେ ଅଧିକାରୀ ହେବାର ସୁବର୍ଣ୍ଣ ସୁଯୋଗ; ଆଜିଠୁ ଆବେଦନ

ଦରମା...

  • କ୍ଲରିକାଲ୍‌- ୨୫,୦୦୦ ଟଙ୍କା
  • JMGS-I- ୩୫,୦୦୦ ଟଙ୍କା
  • MMGS-II ଓ MMGS-III- ୪୦,୦୦୦ ଟଙ୍କା
Advertisment

ଯେଉଁ ପ୍ରାର୍ଥୀ ଅବସର ନେଇ ସାରିଛନ୍ତି କିମ୍ବା SBIର ଷ୍ଟାଫ୍‌ କିମ୍ବା ଅନ୍ୟ ବ୍ୟାଙ୍କ୍‌ର ଆସୋସିଏଟ୍‌ ‌ଅଛନ୍ତି ଓ ସେମାନଙ୍କର ବୟସ ୬୩ ବର୍ଷରୁ ଅଧିକ ହୋଇ ନଥିବ ସେମାନେ ଖାଲି ପଡ଼ିଥିବା ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। 

କେମିତି କରିବେ ଆବେଦନ...

  • SBIର ଅଫିସିଆଲ୍‌ ୱେବ୍‌ସାଇଟ୍‌କୁ ଯାଇ କ୍ୟାରିୟର ପେଜ୍‌ (sbi.co.in/web/careers)କୁ ଯାଆନ୍ତୁ
  • ଏହାପରେ  “ENGAGEMENT OF RETIRED BANK OFFICERS/STAFF OF SBI & e-ABs ON CONTRACT BASIS” ଉପରେ କ୍ଲିକ୍‌ କରନ୍ତୁ
  • “Apply Online” ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ
  • ଏହାପରେ ଫର୍ମ ଫିଲ୍‌ଅପ୍‌ କରି ଡକ୍ୟୁମେଣ୍ଟସ୍‌ ଅପ୍‌ଲୋଡ୍‌ କରି ଏହାକୁ ସବ୍‌ମିଟ୍‌ କରନ୍ତୁ
  • ଫର୍ମ ଫିଲ୍‌ଅପ୍‌ ରେ ଏହାର ପ୍ରିଣ୍ଟ୍‌ ଆଉଟ୍‌ ମଧ୍ୟ ଆପଣ ବାହାର କରିପାରିବେ
Advertisment

ଅଧିକ ସୂଚନା ପାଇଁ ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ... SBI Recruitment

SBI Jobs SBI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ