Advertisment

ରେଳବାଇରେ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି: ମାସକୁ ଦରମା ମିଳିବ ୩୫ ହଜାର

ସରକାରୀ ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ରେଳମନ୍ତ୍ରଣାଳ ପକ୍ଷରୁ ଚାକିରି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। କୋଙ୍କଣ ରେଳ ନିଗମ ଲିମିଟେଡ୍ (KRCL) ବୈଷିୟିକ ସହାୟକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିନାମା ଅନୁଯାୟୀ ଏହି ପଦବୀରେ ନିଯୁକ୍ତି କରାଯିବ। ଏହି ପଦବୀରେ ନିଯୁକ୍ତ ହେବା ଲାଗି ଇଚ୍ଛୁକ ଥିବା ଆଶାୟୀମାନେ ସାକ୍ଷାତ୍‌କାରରେ ଉପସ୍ଥିତ ରହି ଇଂଟରଭ୍ୟୁ ଦେବା ଲାଗି କୁହାଯାଇଛି

ଅଦ୍ୟତନ ହୋଇଛି
କାଲିଠୁ ଗଡ଼ିବ ୬ ସ୍ପେଶାଲ୍ ଟ୍ରେନ୍ ଓ OSRTC ବସ୍‌

train

Advertisment

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ରେଳମନ୍ତ୍ରଣାଳ ପକ୍ଷରୁ ଚାକିରି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। କୋଙ୍କଣ ରେଳ ନିଗମ ଲିମିଟେଡ୍ (KRCL) ବୈଷିୟିକ ସହାୟକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିନାମା ଅନୁଯାୟୀ ଏହି ପଦବୀରେ ନିଯୁକ୍ତି କରାଯିବ। ଏହି ପଦବୀରେ ନିଯୁକ୍ତ ହେବା ଲାଗି ଇଚ୍ଛୁକ ଥିବା ଆଶାୟୀମାନେ ସାକ୍ଷାତ୍‌କାରରେ ଉପସ୍ଥିତ ରହି ଇଂଟରଭ୍ୟୁ ଦେବା ଲାଗି କୁହାଯାଇଛି। ସରକାରୀ ବିଜ୍ଞପ୍ତି KRCL ର ଅଫିସିଆଲ୍ ୱେବସାଇଟ୍ konkanrailway.com ରେ ଆପଣ ସମସ୍ତ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି।

Advertisment

ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ୧୪ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହେବେ ଅର୍ଥାତ୍‌ ୧୪ ପ୍ରାର୍ଥୀ ହିଁ ଚାକିରି ପାଇବେ। ଯୋଗ୍ୟ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ସିନିୟର ଟେକ୍ନିକାଲ୍ ଆସିଷ୍ଟାଣ୍ଟ (ସିଭିଲ୍) ରେ ୭ ଟି ପୋଷ୍ଟ ରହିଥିବା ବେଳେ ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ (ସିଭିଲ୍) ରେ ମଧ୍ୟ ୭ ଟି ପୋଷ୍ଟ ରହିଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ ସିନିୟର ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପଦ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୩୫ ହଜାର ଟଙ୍କା ଦରମା ପ୍ରଦାନ କରାଯିବ। ଏଥି ସହିତ ଜୁନିଅର ବୈଷୟିକ ସହାୟକ ପଦ ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ମାସକୁ ୩୦ ହଜାର ଟଙ୍କା ମିଳିବ ବୋଲି ଜଣାପଡ଼ିଛି।

Advertisment

AICTE ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୬୦ % ମାର୍କ ସହିତ ଇଂଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ କେବଳ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଏହା ବ୍ୟତୀତ, ଏହି ପଦବୀରେ ନିଯୁକ୍ତି ପାଇବାକୁ ହେଲେ ପୂର୍ବରୁ ଏହି କାର୍ଯ୍ୟରେ ଅଭିଜ୍ଞତା ରହିଥିବା ଆବଶ୍ୟକ ବୋଲି କୁହାଯାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ସମ୍ପର୍କରେ ସମସ୍ତ ସୂଚନା ପାଇବାକୁ ହେଲେ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ୱେବ୍‌ସାଇଟ୍‌କୁ ଯିବାକୁ ପଡ଼ିବ ବୋଲି ସ୍ପଷ୍ଟ କରାଯାଇଛି।

କହିରଖୁଛୁ ଯେ, KRCL ରେ ସିନିୟର ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ୨୦ ରୁ ୨୨ ସେପ୍ଟେମ୍ବର ମଧ୍ୟରେ ସାକ୍ଷାତ୍‌କାର ଅନୁଷ୍ଠିତ ହେବ। ଏଥି ସହିତ, ଜୁନିଅର ବୈଷୟିକ ସହାୟକ ପଦବୀ ନିଯୁକ୍ତି ପାଇଁ ୨୩ ରୁ ୨୫ ସେପ୍ଟେମ୍ବର ମଧ୍ୟରେ ସାକ୍ଷାତକାର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Advertisment

ଆବେଦନ କରିଥିବା ପ୍ରାର୍ଥୀଙ୍କୁ USBRL ପ୍ରୋଜେକ୍ଟ ହେଡ ଅଫିସ, କୋଙ୍କଣ ରେଳ ନିଗମ ଲିମିଟେଡ, ମାର୍ବଲ ମାର୍କେଟ, ତ୍ରିକୁଟା ନାଗର, ଜାମ୍ମୁ କାଶ୍ମୀରରେ ସାକ୍ଷାତକାର ପାଇଁ ଉପସ୍ଥିତ ହେବାକୁ ପଡିବ। ସାକ୍ଷାତକାରରେ ଉପସ୍ଥିତ ହେବାକୁ ଆବେଦନ ଫର୍ମ ସହିତ ବିଭିନ୍ନ ଆବଶ୍ୟକୀୟ ଦଲିଲ ମଧ୍ୟ ସାଙ୍ଗରେ ନେଇ ଯିବାକୁ ପଡ଼ିବ ବୋଲି ସୂଚନା ରହିଛି।

Indian Railways JOB Requirement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ