Advertisment

ରେଳବାଇରେ ଚାକିରି ସୁଯୋଗ : ପୂରଣ ହେବ ୧୬୫୯ ପଦବୀ

ରେଳବାଇରେ ବାହାରିଛି ଚାକିରି। ପୂରଣ ହେବ ୧୬୫୯ ପଦବୀ। ଏହାର ଶିକ୍ଷାଗତ ଯୋଗ୍ୟତା ଓ କିପରି ଆବେଦନ କରିବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
Railway Recruitment 2022

Railway Recruitment 2022

Advertisment

ରେଳ ନିଯୁକ୍ତି ସେଲ୍ (RRC) ଉତ୍ତର କେନ୍ଦ୍ରୀୟ ରେଳବାଇରେ ଆପ୍ରେଣ୍ଟିସ୍ ପୋଷ୍ଟ୍‌ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ ଜାରି କରିଛି। ଏହା ଅଧୀନରେ ପ୍ରାର୍ଥୀମାନଙ୍କ ଠାରୁ ଅନ୍‌ଲାଇନ୍ ଆବେଦନ ମଗାଯାଇଛି। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୦୧ ରହିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ rrcpryj.org କୁ ଯାଇ ପୋଷ୍ଟ୍‌ଗୁଡିକ ପାଇଁ ଅନ୍‌ଲାଇନ୍ ଆବେଦନ କରିପାରିବେ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୬୫୯ଟି ପଦବୀ ପୂରଣ ହେବ। ଏଥିରେ ଫିଟର୍‌, ପ୍ଲମ୍ବର୍‌, ବିଲଡର୍, ଇଲେକ୍ଟ୍ରିସିୟାନ୍, ପେଣ୍ଟର ସହିତ ଅନ୍ୟାନ୍ୟ ଟ୍ରେଡ୍ ପଦବୀ ମଧ୍ୟ ସାମିଲ କରାଯାଇଛି। ଏଥିରେ ୭୦୩ଟି ପୋଷ୍ଟ୍‌ ପ୍ରୟାଗରାଜ ପାଇଁ ଥିବା ବେଳେ ୬୬୦ଟି ପୋଷ୍ଟ୍ ଝାନ୍ସୀ ଓ ୨୯୬ଟି ପୋଷ୍ଟ ଆଗ୍ରା ପାଇଁ ରହିଛି।

ଶିକ୍ଷାଗତ ଯୋଗ୍ୟତା:

  • ଦଶମ ପାସ୍ ସହିତ ସମ୍ପୃକ୍ତ ଟ୍ରେଡ୍‌ରେ ITI ଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।
Advertisment

ବୟସ ସୀମା:

  • ଆବେଦନକାରୀଙ୍କ ବୟସ ୧୫ରୁ ୨୪ବର୍ଷ ମଧ୍ୟରେ ହେବା ଉଚିତ।

ଦେୟ:

  • ପଦବୀ ପାଇଁ ଆବେଦନ କରିବା ଫି ବାବଦକୁ ୧୦୦ ଟଙ୍କା ଜମା କରିବାକୁ ପଡିବ।

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ rrcpryj.org ଯାଆନ୍ତୁ।
  • ଆପ୍ରେଣ୍ଟିସ୍ ନିଯୁକ୍ତି ପାଇଁ ଆବେଦନ ଫର୍ମର ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।
  • ଏକ ନୂତନ ୱିଣ୍ଡୋ ଖୋଲିବ, ଯେଉଁଥିରେ ପ୍ରାର୍ଥୀଙ୍କୁ ଅନୁରୋଧ କରାଯାଇଥିବା ସୂଚନାଗୁଡିକି ଏଣ୍ଟ୍ରି କରି ପଞ୍ଜିକରଣ କରିବାକୁ ପଡିବ।
  • ବର୍ତ୍ତମାନ ପରିଚୟପତ୍ର ବ୍ୟବହାର କରି ଲଗ;ଇନ୍ କରନ୍ତୁ ଏବଂ ଆବେଦନ ଫର୍ମ ପୂରଣ କରନ୍ତୁ।
  • ଏହା ପରେ ସମ୍ପୃକ୍ତ ଡକ୍ୟୁମେଣ୍ଟଗୁଡ଼ିକୁ ଅପ୍‌ଲୋଡ୍ କରନ୍ତୁ ଏବଂ ଫିସ୍‌ ଦିଅନ୍ତୁ।
  • ଅନ୍ୟାନ୍ୟ ସୂଚନା ପାଇଁ, ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରୁ ନିଯୁକ୍ତି ବିଜ୍ଞପ୍ତି ଦେଖନ୍ତୁ।
RRC NCR Recruitment 2022 Notification
Govt Jobs Railway Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ