Astrospeak
  • Live TV
  • Read In English

RRB Technician Recruitment: ରେଳବାଇରେ ପୂରଣ ହେବ ୧୪ ହଜାରରୁ ଅଧିକ ପଦବୀ: ସୁଯୋଗ ନେବେ ଦଶମ ପ୍ରାର୍ଥୀ

ରେଳ ନିଯୁକ୍ତି ବୋର୍ଡ (RRB) ନେଇ ଆସିଛି ନିଯୁକ୍ତି ସୁଯୋଗ । ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

RRB Technician Recruitment 2024 Apply for 14298 posts
ରେଳବାଇରେ ପୂରଣ ହେବ ୧୪ ହଜାରରୁ ଅଧିକ ପଦବୀ

ଭାରତୀୟ ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ରେଳ ନିଯୁକ୍ତି ବୋର୍ଡ (RRB) ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ RRBରେ ଟେକ୍ନିସିଆନ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୧୪ ହଜାରରୁ ଅଧିକ ପଦବୀ ପୂରଣ ହେବ। ଦଶମ ସହିତ ITI କରିଥିବା ପ୍ରାର୍ଥୀମାନେ ମଧ୍ୟ ଏହାର ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRBର ଅଫିସିଆଲ୍ ୱେବ୍‌ସାଇଟ୍‌ www.rrbapply.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ RRB Technician Recruitment 2024 Apply for 14298 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଖାଲି ପଦବୀ:

ଯୋଗ୍ୟତା:

ବୟସ ସୀମା:

ଆବେଦନ ଶୁଳ୍କ:

ଚୟନ ପ୍ରକ୍ରିୟା: