Advertisment

RRB RPF Recruitment: ରେଳବାଇରେ ପୂରଣ ହେବ ୪୬୦୦ରୁ ଅଧିକ ପଦବୀ; ଦେଖନ୍ତୁ ବିଜ୍ଞପ୍ତି

ଅଧିକାଂଶ ପ୍ରାର୍ଥୀ ରେଳବାଇରେ ଚାକିରି କରିବା ନେଇ ଆଗ୍ରହ ପ୍ରକାଶ କରନ୍ତି। ଯେଉଁମାନେ ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ (RRB) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

RRB RPF Recruitment apply for 4660 posts

RRB RPF Recruitment apply for 4660 posts

Advertisment

ପ୍ରାୟ ସମୟରେ ରେଳବାଇରେ କିଛି ନା କିଛି ପଦବୀ ପାଇଁ ନିଯୁକ୍ତି ବାହାରେ। ଅଧିକାଂଶ ପ୍ରାର୍ଥୀ ମଧ୍ୟ ରେଳବାଇରେ ଚାକିରି କରିବା ନେଇ ଆଗ୍ରହ ପ୍ରକାଶ କରନ୍ତି। ଯେଉଁମାନେ ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇ ନିଯୁକ୍ତି ବୋର୍ଡ (RRB) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ନିଯୁକ୍ତି ମାଧ୍ୟମରେ ସବ୍-ଇନ୍ସପେକ୍ଟର (SI) ଏବଂ କନଷ୍ଟେବଳ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୪୬୦୦ରୁ ଅଧିକ ପଦବୀ ପୂରଣ ହେବ।

ଅନଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRBର ଅଫିସିଆଲ୍ ୱେବସାଇଟ Indianrailways.gov.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମା ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ RRB RPF Recruitment apply for 4660 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୫ ଏପ୍ରିଲ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ମେ ୨୦୨୪

ଖାଲି ପଦବୀ:

  • କନଷ୍ଟେବଳ – ୪୨୦୮ଟି ପୋଷ୍ଟ୍‌
  • ସବ୍-ଇନ୍ସପେକ୍ଟର – ୪୫୨ଟି ପୋଷ୍ଟ୍‌
  • ମୋଟ ପଦବୀ – ୪୬୬୦ଟି ପୋଷ୍ଟ୍‌
Advertisment

ଶିକ୍ଷାଗତ ଯୋଗ୍ୟତା:

  • କନଷ୍ଟେବଳ – ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ
  • ସବ୍-ଇନ୍ସପେକ୍ଟର – ଭାରତର ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ

ବୟସ ସୀମା:

  • କନଷ୍ଟେବଳ – ୧୮ ରୁ ୨୮ ବର୍ଷ
  • ସବ୍-ଇନ୍ସପେକ୍ଟର – ୨୦ ରୁ ୨୮ ବର୍ଷ

ଆବେଦନ ଶୁଳ୍କ:

  • ମହିଳା SC/ST/ PwBD/EXM/EBC – ୨୫୦ ଟଙ୍କା
  • ଅନ୍ୟ ସମସ୍ତ ପ୍ରାର୍ଥୀ – ୫୦୦ ଟଙ୍କା
  • ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • କନଷ୍ଟେବଳ – ୨୧,୭୦୦ ଟଙ୍କା
  • ସବ୍-ଇନ୍ସପେକ୍ଟର – ୩୫, ୪୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ କମ୍ପ୍ୟୁଟର ଆଧାରିତ ଟେଷ୍ଟ୍
  • ଶାରୀରିକ ଦକ୍ଷତା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Indian Railways Indian Railway Jobs Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ