Advertisment

RBI ରେ ପୂରଣ ହେବ ୨୯୧ ପଦବୀ; ଦରମା ୧ଲକ୍ଷରୁ ଅଧିକ

RBI ରେ ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ବିଜ୍ଞପ୍ତି ବାହାରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୯୧ଟି ପଦବୀ ପୂରଣ ହେବ। ଚୟନ ପ୍ରାର୍ଥୀ ମାସକୁ ମୂଳ ଦରମା ସହ ପାଖାପାଖି ୧.୧୬ଲକ୍ଷ ଟଙ୍କା ପାଇବେ।

ଅଦ୍ୟତନ ହୋଇଛି
Reserve bank of india recruits 291 posts

Reserve bank of india recruits 291 posts

Advertisment

ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (RBI) ରେ ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ଗ୍ରେଡ୍-ବି ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନକୁ ଆମନ୍ତ୍ରଣ କରିଛି। ଏହି ନିଯୁକ୍ତି ବିଭିନ୍ନ ବିଭାଗରେ କରାଯିବ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୨୯୧ଟି ପଦବୀ ପୂରଣ ହେବ। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ RBIର ଅଫିସିଆଲ୍ ୱେବସାଇଟ୍ opportunities.rbi.org.in କୁ ଯାଇ ଆବେଦନ କରିପାରିବେ। ପୂରା ତଥ୍ୟ ଜାଣିବା ପାଇଁ ପଢନ୍ତୁ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୯ ମେ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୯ ଜୁନ୍ ୨୦୨୩
  • ପରୀକ୍ଷା – ୯ ଓ ୧୬ ଜୁଲାଇ ୨୦୨୩
Advertisment

ଅଧିକ ପଢ଼ନ୍ତୁ: BOBରେ ପୂରଣ ହେବ ଅନେକ ପଦବୀ; ଦରମା ୮୯ ହଜାର

ପୋଷ୍ଟ ସଂଖ୍ୟା:

  • ଅଫିସର୍‌ ଗ୍ରେଡ୍ ବି (DR) ଜେନେରାଲ୍ – ୨୨୨ଟି ପୋଷ୍ଟ୍
  • ଅଫିସର୍‌ ଗ୍ରେଡ୍ ବି (DR) DEPR - ୩୮ ଟି ପୋଷ୍ଟ୍‌
  • ଅଫିସର୍‌ ଗ୍ରେଡ୍ ବି (DR) DSIM - ୩୧ ପୋଷ୍ଟ୍‌

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୦୧ ମେ ୨୦୨୩ ଅନୁସାରେ ହେବ
Advertisment

ଶିକ୍ଷାଗତ ଯୋଗ୍ୟତା:

  • ସର୍ବନିମ୍ନ ୬୦% ମାର୍କ ସହିତ ସ୍ନାତକ ଡିଗ୍ରୀ
  • DEPR ଏବଂ DSIM ପାଇଁ ମାଷ୍ଟର ଡିଗ୍ରୀ

ଆବେଦନ ଶୁଳ୍କ

  • ଜେନେରାଲ୍, ଓବିସି ଏବଂ ଇଡବ୍ଲୁଏସ୍ ବର୍ଗ ପ୍ରାର୍ଥୀ – ୮୫୦ ଟଙ୍କା
  • ଏସ୍‌ସି, ଏସ୍‌ଟି ଏବଂ ଦିବ୍ୟାଙ୍ଗ ବର୍ଗର ପ୍ରାର୍ଥୀ - ୧୦୦ ଟଙ୍କା

ଦରମା:

  • ମାସକୁ ମୂଳ ଦରମା – ୫୫,୨୦୦ ଟଙ୍କା
  • ପ୍ରତ୍ୟେକ ଭତ୍ତା ମିଶିଲେ – ୧,୧୬,୯୧୪ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ rbi.org.in କୁ ଯାଆନ୍ତୁ
  • ଗ୍ରେଡ୍ ବି ପାଇଁ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ପଞ୍ଜିକରଣ କରନ୍ତୁ
  • ଫର୍ମ ପୂରଣ କରି ଦେୟ ଦିଅନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
RBI Govt Jobs RBI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ