Advertisment

ରାଜ୍ୟରେ ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ

ନିୟମିତ ହେବା ଦାବିରେ ୧୩ ଦିନ ହେବ ଧାରଣାରେ ବସିଥିଲେ।

ଅଦ୍ୟତନ ହୋଇଛି
Regularization of Contractual Teachers

Regularization of contractual Teachers

Advertisment

ରାଜ୍ୟରେ ନିୟମିତ ହେବେ ଚୁକ୍ତିଭିତ୍ତିକ ଶିକ୍ଷକ । ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ ନେଇ ବିଜ୍ଞପ୍ତି ପ୍ରକାଶ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୮ ହଜାରରୁ ଉର୍ଦ୍ଧ୍ୱ ଚୁକ୍ତିଭିତ୍ତିକ ଶିକ୍ଷକ ଉପକୃତ ହେବେ। ନିୟମିତ ହେବା ଦାବିରେ ୧୩ ଦିନ ହେବ ଧାରଣାରେ ବସିଥିଲେ। 

Advertisment

ରାଜ୍ୟ କ୍ୟାବିନେଟ୍ ବୈଠକରେ ରାଜ୍ୟର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବ ପାରିତ ହେବା ପରେ ଗତ ଅକ୍ଟୋବର ୧୫ରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ଉପକୃତ ହୋଇଥିଲେ। ଏହାକୁ ଦୀପାବଳି ଭେଟି କହିବା ସହ ଗତକାଲିଠୁ ଚୁକ୍ତିଭିତ୍ତିକ ନିଯୁକ୍ତି ଯୁଗ ଶେଷ ହେଲା ବୋଲି କହିଥିଲେ ନବୀନ।

ହେଲେ ୧୮,୦୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିୟମିତ ହୋଇପାରିନଥିଲା। ପରେ ସେମାନେ ଅହୋରାତ୍ର ଆନ୍ଦୋଳନରେ ବସିବା ସହ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ। 

Advertisment

Teachers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ