Recruitment in postal department for 12828 posts
ଭାରତୀୟ ଡାକ ବିଭାଗ ଜବରଦସ୍ତ ନିଯୁକ୍ତି ବାହାରିଛି। ଡାକ ବିଭାଗ ଗ୍ରାମିଣ ଡାକ ସେବକ ପାଇଁ ୧୨ହଜାରରୁ ଅଧିକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଭାରତୀୟ ଡାକ ବିଭାଗର ଅଫିସିଆଲ୍ ୱେବସାଇଟ୍, indiapostgdsonline.gov.in କୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରିକ୍ରିୟାରେ ୧୨,୮୨୮ ପଦବୀ ପୂରଣ ହେବ। ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଜୁନ୍ ୧୧ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଆବେଦନ ପ୍ରକ୍ରିୟା ଆରମ୍ଭ: ୨୨ ମେ ୨୦୨୩
- ଆବେଦନ ପ୍ରକ୍ରିୟା ଶେଷ: ୧୧ ଜୁନ୍ ୨୦୨୩
- ଫର୍ମରେ ସଂଶୋଧନ ଆରମ୍ଭ: ୧୨ ଜୁନ୍ ୨୦୨୩
- ସଂଶୋଧନ ପାଇଁ ଶେଷ ତାରିଖ: ୧୪ ଜୁନ୍ ୨୦୨୩
ପଦବୀ:
- ବ୍ରାଞ୍ଚ୍ ପୋଷ୍ଟ୍ ମାଷ୍ଟର୍(BPM)
- ଆସିଷ୍ଟାଣ୍ଟ୍ ପୋଷ୍ଟ୍ ମାଷ୍ଟର୍(ABPM)
ଶିକ୍ଷାଗତ ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ଗଣିତ ଏବଂ ଇଂରାଜୀ ସହିତ ଦଶମ ପାଶ୍
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ ବର୍ଷ
- ସର୍ବାଧିକ ବୟସ - ୪୦ ବର୍ଷ
ଚୟନ ପ୍ରକ୍ରିୟା:
- ଦଶମ ମାର୍କ, ସ୍କୋର ଏବଂ ଗ୍ରେଡ୍ ଆଧାରରେ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରାଯିବ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ ପ୍ରାର୍ଥୀ - ୧୦୦ ଟଙ୍କା
- ଏସ୍ସି, ଏସ୍ଟି, ଦିବ୍ୟାଙ୍ଗ, ମହିଳା, PwD ଏବଂ ଟ୍ରାନ୍ସମାନ ଶ୍ରେଣୀ ପ୍ରାର୍ଥୀ – ଦେୟ ମୁକ୍ତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684763130.jpg)