Advertisment

ଅଏଲ ଇଣ୍ଡିଆରେ ନିଯୁକ୍ତି, ମିଳିବ ଲକ୍ଷାଧିକ ଦରମା

ଆପଣ ଇଞ୍ଚିନିୟରିଂ କରିଛନ୍ତି କି ? ତାହେଲେ ଅଏଲ ଇଣ୍ଡିଆ ଆପଣଙ୍କ ପାଇଁ ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । (OIL)କେନ୍ଦ୍ର ସରକାରଙ୍କ ଉଦ୍ଦ୍ୟୋଗ, ଅଏଲ ଇଣ୍ଡିଆ ପକ୍ଷରୁ ଇଞ୍ଜିନିୟରିଂର ବିଭିନ୍ନ ପଦବୀ ପାଇଁ ଆବେଦନ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏନେଇ ଆବେଦନ କରିପାରିବେ ।

ଅଦ୍ୟତନ ହୋଇଛି
oil india recruitment

oil india recruitment

Advertisment

ଅଏଲ ଇଣ୍ଡିଆ (Oil India limited) ପକ୍ଷରୁ ଗ୍ରେଡ୍‌ ୭ ପଦଗୁଡ଼ିକ ପାଇଁ ବମ୍ପର ନିଯୁକ୍ତି ପାଇଁ ଆମନ୍ତ୍ରଣ କରିଛି । ଏଥିରେ କେବଳ ଇଞିନିୟରିଂ କରିଥିବା ଯୋଗ୍ୟ ଆଶାୟୀ ପ୍ରାର୍ଥୀ ମାନେ ବିଭିନ୍ନ ପଦବୀ ପାଇଁ ଆବେଦନ କରିପାରିବେ ।

Advertisment

ପଦବୀ ସଂଖ୍ୟା:

OILରେ ମୋଟ ପଦ ସଂଖ୍ୟା ୧୪୬ଟି ରହିଥିବା ବେଳେ ମେକାନିକାଲ ଇଞ୍ଜିନିୟରିଂ ପାଇଁ ୬୫ଟି ପଦବୀ, ଇନଷ୍ଟମେଣ୍ଟେଶନ ଟୋକ୍ନୋଲୋଜି ପାଇଁ ୩୨ଟି ପଦବୀ,ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପାଇଁ ୨୧ଟି ପଦବୀ,ସିଭିଲ୍‌ ଇଞ୍ଜିନିୟରିଂ ପାଇଁ ୧୨ଟି ପଦବୀ,କେମିକାଲ ଇଞ୍ଜିନିୟରିଂ ପାଇଁ ୮ଟି ପଦବୀ,କମ୍ପ୍ୟୁଟର ଇଞ୍ଜିନିୟରିଂ ପାଇଁ ୫ଟି ପଦବୀ,ଇଲେକ୍ଟ୍ରୋନିକ୍ସ ଆଣ୍ଟ ଟେଲିକମ୍ୟୁନିକେଶନ ଇଞ୍ଜିନିୟରିଂ ପାଇଁ ୩ଟି ପଦବୀ । ତେବେ ଆବେଦନ କରିବାର ଶେଷ ତାରିଖ ୯ ଡିସେମ୍ବର ୨୦୨୧ ରହିଛି ।

ପଦବୀ ପାଇଁ ଦରମା

ଏହି ପଦଗୁଡ଼ିକ ଉପରେ ମାସିକ ଦରମା ୩୭,୫୦୦ ଟଙ୍କାରୁ ନେଇ ୧.୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ଏଥି ସହିତ ଡିଏ, ଭତ୍ତା, ଏଚ୍‌ଆର୍‌ଏ ଇତ୍ୟାଦି ମଧ୍ୟ ଦିଆଯିବ।

Advertisment

କିପରି କରିବେ ଆବେଦନ

  • ପ୍ରଥମେ ଅଫିସିଆଲ ୱେବସାଇଟ oil-india.comକୁ ଯାଆନ୍ତୁ
  • ଏହାପରେ ଆପଣଙ୍କୁ ରେଜିଷ୍ଟ୍ରେଶନ କରିବାକୁ ହେବଲଗ୍‌ଇନ କରି ଆପ୍ଲିକେଶନ ଫର୍ମ ଭରନ୍ତୁ
  • ଏହାପରେ ଆପ୍ଲିକେଶନ ଫର୍ମରେ ମଗା ଯାଇଥିବା ସୂଚନାକୁ ଭରି ସବ୍‌ମିଟ କରନ୍ତୁ ।
  • ଆପ୍ଲିକେଶନ ଫର୍ମ ଡାଉନଲୋଡ କରି ନିଅନ୍ତୁ ନଚେତ୍‌ ଏହାର ପ୍ରିଣ୍ଟ ବାହାର କରେଇ ନିଅନ୍ତୁ ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

ଏହି ପଦଗୁଡ଼ିକରେ ଆବେଦନ କରିବା ପାଇଁ ଆଶାୟୀ  ଓ ଯୋଗ୍ୟ ପ୍ରାର୍ଥୀ ମାନେ  ଇଞ୍ଜିନିୟରିଂ ଡିପ୍ଲୋମା ପଢି ଥିବା  ଦରକାର । ପଦବୀ ପାଇଁ ବୟସ ସୀମା ଅତି କମ୍ ରେ ୧୮ ବର୍ଷ ଏବଂ ଅତି ବେଶୀରେ ୩୦ ବର୍ଷ ହେବା ଉଚିତ ।

Advertisment
Oil India Limited Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ