Advertisment

BSFରେ ରହିଛି ଚାକିରି, ଖାଲି ପଡିଛି ୯୦ ପଦବୀ

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। BSFରେ ରହିଛି ଚାକିରି। ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ମୋଟ ୯୦ଟି ପଦବୀରେ କରାଯିବ।

Recruitment for these posts in BSF

Recruitment for these posts in BSF

Advertisment

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। BSFରେ ରହିଛି ଚାକିରି। ସୀମା ସୁରକ୍ଷା ବଳ (BSF) ଇନ୍ସପେକ୍ଟର ସମେତ ବିଭିନ୍ନ ପଦବୀ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି। ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ bsf.gov.in ରେ BSFର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଫି ମଧ୍ୟ ଦେବାକୁ ପଡିବ।

Advertisment

କେତେ ପଦବୀ ପାଇଁ ହେବ ନିଯୁକ୍ତି:

ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ମୋଟ ୯୦ଟି ପଦବୀରେ କରାଯିବ

୧. ୯୦ଟି ପୋଷ୍ଟ ମଧ୍ୟରୁ ୧ ଟି ପୋଷ୍ଟ୍‌ ଇନ୍ସପେକ୍ଟର

୨. ୩୨ଟି ପୋଷ୍ଟ ଜୁନିଅର୍ ଇଞ୍ଜିନିୟର

୩. ସବ୍ ଇନ୍ସପେକ୍ଟରଙ୍କ ପାଇଁ ୫୭ଟି ପଦବୀ

କେବେ ଆବେଦନ କରିବେ:

ସୀମା ସୁରକ୍ଷା ବଳ (ବିଏସ୍ଏଫ୍)ରେ ଇନ୍ସପେକ୍ଟର ସହିତ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କୁ ଅଫିସିଆଲ୍ ସାଇଟ୍ ପରିଦର୍ଶନ କରିବାକୁ ପଡିବ। ପ୍ରାର୍ଥୀମାନେ ଧ୍ୟାନ ଦେବା ଉଚିତ ଯେ ପଞ୍ଜୀକରଣ ପ୍ରକ୍ରିୟା ୧୬ ଏପ୍ରିଲ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ୩୦ ମେ ୨୦୨୨ ପର୍ଯ୍ୟନ୍ତ ଚାଲିବ।

କିପରି କରିବେ ଆବେଦନ:

୧. ପ୍ରାର୍ଥୀମାନେ BSF ର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରନ୍ତୁ ଏବଂ ମୁଖ୍ୟ ପୃଷ୍ଠାରେ ଲଗଇନ୍ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ

Advertisment

୨. ଏହା ପରେ ଏକ ନୂଆ ପେଜ୍ ଖୋଲିବ, 'ରେଜିଷ୍ଟର ହିଅର୍’ ଉପରେ କ୍ଲିକ୍ କରନ୍ତୁ

୩. ସମସ୍ତ ବିବରଣୀ ଉପରେ ନଜର ପକାନ୍ତୁ

୪. ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ ହେବା ପରେ, ଲଗ୍‌ଇନ୍ id ଏବଂ ପାସ୍‌ୱାର୍ଡ ସାହାଯ୍ୟରେ ଲଗ୍ ଇନ୍ କରନ୍ତୁ

୫. ଏହା ପରେ ଆବେଦନ ଫର୍ମ ପୂରଣ କରି ସମସ୍ତ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ

ଆବେଦନ ଫି:

ଆବେଦନ କରିବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ। ସେହିପରି ଏସ୍‌ସି, ଏସଟି ଏବଂ ଅନ୍ୟାନ୍ୟ ସଂରକ୍ଷିତ ବର୍ଗଙ୍କୁ ଫି ଦେବାକୁ ପଡିବ ନାହିଁ

Advertisment

ବୟସ:

BSF ର ବିଭିନ୍ନ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୧୮ ରୁ ୮୦ ବର୍ଷ ବୟସ ହେବା ବାଧ୍ୟତାମୂଳକ।

ଶିକ୍ଷାଗତ ଯୋଗ୍ୟତା:

ଇନ୍ସପେକ୍ଟର : ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ପ୍ରତିଷ୍ଠାନରୁ ସ୍ଥାପତ୍ୟରେ ଡିଗ୍ରୀ। ସ୍ଥାପତ୍ୟ ଅଧିନିୟମ ୧୯୭୨ ଅନୁଯାୟୀ କାଉନ୍‌ସିଲ୍ ଅଫ୍ ଆର୍କିଟେକଚର୍ ସହିତ ପଞ୍ଜିକୃତ

ସବ୍ ଇନ୍ସପେକ୍ଟର : ସିଭିଲ୍ ଇଞ୍ଜିନିୟରିଂରେ ତିନି ବର୍ଷ ଡିପ୍ଲୋମା ପାସ୍

ଜୁନିୟର ଇଞ୍ଜିନିୟର : ସିଭିଲ୍ ଇଞ୍ଜିନିୟରିଂରେ ତିନି ବର୍ଷ ଇଲେକ୍ଟ୍ରିକାଲ୍ ପାସ୍

ଦରମା:

  • ଇନ୍ସପେକ୍ଟର ପଦବୀ ପାଇଁ ୪୪,୯୦୦-୧,୪୨,୪୦୦
  • ଅନ୍ୟାନ୍ୟ ପଦବୀ ପାଇଁ ୩୫,୪୦୦-୧,୧୨,୪୦୦
Govt Jobs Recruitment For The Posts In BSF
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ