Advertisment

RBIରେ ଚାକିରି କରନ୍ତୁ; ମାସକୁ ୫୫,୦୦୦ ଦରମା

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ରେ ଖାଲି ପଡିଛି ୯୫୦ ପଦବୀ । ଏଥିପାଇଁ ଆରବିଆଇ ପକ୍ଷରୁ ଆସିଷ୍ଟାଣ୍ଟ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଅଦ୍ୟତନ ହୋଇଛି
RBI Recruitment 2022: Notification Out For 950 Assistant Posts

RBI Recruitment 2022: Notification Out For 950 Assistant Posts

Advertisment

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ରେ ଖାଲି ପଡିଛି ୯୫୦ ପଦବୀ । ଏଥିପାଇଁ ଆରବିଆଇ ପକ୍ଷରୁ ଆସିଷ୍ଟାଣ୍ଟ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଆଗ୍ରହୀ ତଥା ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ଆରବିଆଇର ଅଫିସିଆଲ୍‌ ୱେବସାଇଟ୍‌ rbi.org.in କୁ ଯାଇ ଆବେଦନ ସମ୍ପର୍କୀତ ତଥ୍ୟ ଜାଣିପାରିବେ । ପ୍ରାର୍ଥୀମାନେ ମାର୍ଚ୍ଚ ମାସ ୮ ତାରିଖ ସୁଦ୍ଧା ଏହି ପଦବୀ ପାଇଁ ଆବେଦନ କରିପାରିବେ ।

Advertisment

ଏହା ବ୍ୟତୀତ, ପ୍ରାର୍ଥୀମାନେ https://ibpsonline.ibps.in/rbiafeb22/ ଏହି ଲିଙ୍କ୍ ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ । ଏହାସହ ପ୍ରାର୍ଥୀମାନେ https://opportunities.rbi.org.in/Scripts/bs_viewcontent.aspx?Id=4085 ଲିଙ୍କ୍ ସାହାଯ୍ୟରେ ନୋଟିଫିକେସନ୍‌ ଦେଖିପାରିବେ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଆରମ୍ଭ ତାରିଖ: ୧୭ ଫେବୃଆରୀ ୨୦୨୨
  • ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ: ୦୮ ମାର୍ଚ୍ଚ ୨୦୨୨
Advertisment

RBIରେ ଖାଲି ପଡ଼ିଥାବା ପଦବୀ:

  • ଆର୍‌ବିଆଇରେ ୨୦୨୨ ପାଇଁ ମୋଟ୍‌ ପଦବୀ ସଂଖ୍ୟା -୯୫୦

ଶିକ୍ଷାଗତ ଯୋଗ୍ୟତା:

  • ୫୦ % ମାର୍କ ସହ ସ୍ନାତକ ଡିଗ୍ରୀ ହାସହ କରିଥିବା ଆବଶ୍ୟକ
  • କମ୍ପ୍ୟୁଟର ସହ ଆଞ୍ଚଳିକ ଭାଷା ଜାଣିଥିବା ଆବଶ୍ୟକ

ବୟସ ସୀମା:

  • ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କୁ ୨୦ରୁ ୨୮ ବର୍ଷ ହୋଇଥିବା ଆବଶ୍ୟକ

ପଦବୀ ପାଇଁ ଦରମା:

  • ଏହି ପଦବୀ ପାଇଁ ମାସିକ ଦରମା ୫୫୭୦୦ ଟଙ୍କା ରହିଛି
RBI Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ