Advertisment

RBI Recruitment: RBI ରେ ପୂରଣ ହେବ B ଗ୍ରେଡ୍ ଅଫିସର ପଦବୀ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

RBIରେ ଚାକିରି କରିବା ସ୍ୱପ୍ନ ଅନେକ ଯୁବାପିଢିଙ୍କ ମଧ୍ୟରେ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ। କାରଣ RBI ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
RBI Grade-B Officer recruitment

RBI Grade-B Officer recruitment

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ରେ ଚାକିରି କରିବା ସ୍ୱପ୍ନ ଅନେକ ଯୁବାପିଢିଙ୍କ ମଧ୍ୟରେ ଥାଏ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କୁ ଖୁସି କରିଦେବ। କାରଣ RBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ RBI ରେ B ଗ୍ରେଡ୍ ଅଫିସର ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୯୪ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ SBIର ଅଫିସିଆଲ୍ ୱେବ୍‌ସାଇଟ୍‌ https://rbi.org.in/ କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ RBI Grade-B Officer recruitment Apply for 94 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୫ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୬ ଅଗଷ୍ଟ ୨୦୨୪
  • ପରୀକ୍ଷା – ସେପ୍ଟେମ୍ବର ୮/୧୪ ୨୦୨୪, ଅକ୍ଟୋବର ୧୯/୨୬ ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଅଧିକାରୀ, ଗ୍ରେଡ୍ 'B' (DR) – ସାଧାରଣ – ୬୬ ଟି ପୋଷ୍ଟ୍‌
  • ଅଧିକାରୀ, ଗ୍ରେଡ୍ 'B' (DR) – ଅର୍ଥନୈତିକ ଏବଂ ନୀତି ଅନୁସନ୍ଧାନ ବିଭାଗ (DEPR) – ୨୧ଟି ପୋଷ୍ଟ୍‌
  • ଅଧିକାରୀ, ଗ୍ରେଡ୍ 'B' (DR) – ପରିସଂଖ୍ୟାନ ଏବଂ ସୂଚନା ପରିଚାଳନା ବିଭାଗ (DSIM) – ୭ଟି ପୋଷ୍ଟ୍‌
  • ମୋଟ ପଦବୀ – ୯୪ଟି ପୋଷ୍ଟ୍
Advertisment

ଶିକ୍ଷାଗତ ଯୋଗ୍ୟତା:

ଅଧିକାରୀ, ଗ୍ରେଡ୍ 'B' ସାଧାରଣ:

  • ଅତିକମରେ ୬୦% ମାର୍କ ସହିତ ଯେକୌଣସି କ୍ଷେତ୍ରରେ ସ୍ନାତକ ଡିଗ୍ରୀ
  • SC / ST / PH ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ମାର୍କ ୫୦%
  • ବିକଳ୍ପ ଭାବରେ, ୫୫% ମାର୍କ ସହିତ ଯେକୌଣସି ବିଷୟରେ ମାଷ୍ଟର ଡିଗ୍ରୀ ଗ୍ରହଣୀୟ
  • SC / ST / PH ପ୍ରାର୍ଥୀ ହେଲେ କେବଳ ପାଶ୍ ଗ୍ରେଡ୍

ଅଧିକାରୀ, ଗ୍ରେଡ୍ 'B' DEPR:

  • ଅର୍ଥନୀତିରେ ମାଷ୍ଟର ଡିଗ୍ରୀ କିମ୍ବା PGDM / MBA

ଅଧିକାରୀ, ଗ୍ରେଡ୍ 'B' DSIM:

  • ସମସ୍ତ ସେମିଷ୍ଟାର / ବର୍ଷରେ ଅତି କମରେ ୫୫% ମାର୍କ ସହିତ ପରିସଂଖ୍ୟାନ କିମ୍ବା ଗଣିତରେ ମାଷ୍ଟର ଡିଗ୍ରୀ
  • SC / ST ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ୫୦% ମାର୍କ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ଅଫିସର୍(ସ୍ପୋର୍ଟ୍ସପର୍ସନ୍) – ୫୫,୨୦୦ଟଙ୍କା
  • କ୍ଲର୍କ(ସ୍ପୋର୍ଟ୍ସପର୍ସନ୍) – ୧,୨୨,୭୧୭ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/EWS/OBC – ୮୫୦ଟଙ୍କା
  • SC/ ST/ ଦିବ୍ୟାଙ୍ଗ/– ୧୦୦ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
RBI Govt Jobs RBI Jobs RBI Recruitment RBI Vacancies
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ