RBI Assistant 2023 prelims exam date revised
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ଆସିଷ୍ଟାଣ୍ଟ ପ୍ରାଥମିକ ପରୀକ୍ଷାର ତାରିଖ ସଂଶୋଧନ କରିଛି। ଯଦି ଆପଣ ପରୀକ୍ଷାରେ ହାଜର ହେବାକୁ ଯାଉଛନ୍ତି, ତେବେ ଆପଣ RBIର ଅଫିସିଆଲ୍ ୱେବସାଇଟ୍କୁ ଯାଇ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ। ଏଥିପାଇଁ ପ୍ରାର୍ଥୀଙ୍କୁ Opportunities.rbi.org.in କୁ ଯିବାକୁ ପଡିବ।
ପରୀକ୍ଷା ତାରିଖ:
ସରକାରୀ ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ RBI ଆସିଷ୍ଟାଣ୍ଟ ପ୍ରାଥମିକ ପରୀକ୍ଷା ନଭେମ୍ବର ୧୮ ଏବଂ ନଭେମ୍ବର ୧୯ରେ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟସୂଚୀ ଅନୁଯାୟୀ, ଡିସେମ୍ବର ୩୧ରେ RBI ଆସିଷ୍ଟାଣ୍ଟ ଅନ୍ଲାଇନ୍ ମେନ୍ ପରୀକ୍ଷା କରାଯିବ।
ଏହା ପୂର୍ବରୁ RBI ଆସିଷ୍ଟାଣ୍ଟ ପ୍ରାଥମିକ ପରୀକ୍ଷା ଅକ୍ଟୋବର ୨୧ ଏବଂ ଅକ୍ଟୋବର ୨୩ ରେ ଅନୁଷ୍ଠିତ ହେବାର ଥିଲା। ସେହିପରି ମେନ୍ ପରୀକ୍ଷା ୦୨ ଡିସେମ୍ବର ରେ ଅନୁଷ୍ଠିତ ହେବାର ଥିଲା।
ପରୀକ୍ଷା ବିବରଣୀ:
RBI ଆସିଷ୍ଟାଣ୍ଟ ନିଯୁକ୍ତି ପ୍ରାଥମିକ ପରୀକ୍ଷା ତିନୋଟି ବିଭାଗରେ ହେବ। ଇଂରାଜୀ ଭାଷା - 3୩୦ ପ୍ରଶ୍ନ, ସାଂଖ୍ୟିକ ଦକ୍ଷତା ଏବଂ ତର୍କ କ୍ଷମତା - ୩୫ ପ୍ରଶ୍ନ। ପ୍ରାଥମିକ ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀମାନେ ମୁଖ୍ୟ ପରୀକ୍ଷାରେ ହାଜର ହେବେ। RBI ଆସିଷ୍ଟାଣ୍ଟ ପ୍ରାଥମିକ ଏବଂ ମୁଖ୍ୟ ପରୀକ୍ଷା କମ୍ପ୍ୟୁଟର ବେସ୍ ଟେଷ୍ଟ୍ ମୋଡ୍ରେ ଅନ୍ଲାଇନ୍ରେ କରାଯିବ।
ପ୍ରକାଶଥାଉ ଯେ ଅନ୍ଲାଇନ୍ରେ ୪୫୦ ଆସିଷ୍ଟାଣ୍ଟ ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଯେଉଁଥିପାଇଁ ଆବେଦନକାରୀମାନେ ଶିକ୍ଷାଗତ ଯୋଗ୍ୟତା ଭାବରେ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ଆବଶ୍ୟକ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696756360.jpg)