ଦଶମ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ରେଲୱେରେ ଖାଲିପଡ଼ିଛି ୧୧୦୪ ପଦବୀ

ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

Indian Railway Jobs

ଉତ୍ତର-ପୂର୍ବ(ନର୍ଥ ଇଷ୍ଟର୍ନ ରେଲୱେ) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଯୋଗ୍ୟ ପ୍ରାର୍ଥୀମାନେ RRC ଗୋରଖପୁରର ଅଫିସିଆଲ୍ ୱେବସାଇଟ୍ rrcgorakhpur.net ରେ ଯାଇ ଅନଲାଇନରେ ଆବେଦନ କରିପାରିବେ ।

ରେଜିଷ୍ଟ୍ରେସନ ପ୍ରକ୍ରିୟା ଜୁଲାଇ ୩ ରୁ ଆରମ୍ଭ ହୋଇସାରିଛି । ଆବେଦନର ଶେଷ ତାରିଖ ହେଉଛି ଅଗଷ୍ଟ ୨, ୨୦୨୩ । ମୋଟ୍‌ ୧୧୦୪ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପଦବୀର ବିବରଣୀ:

ଶିକ୍ଷାଗତ ଯୋଗ୍ୟତା:

ଆଶାୟୀ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍‌ କରିଥିବା ଆବଶ୍ୟକ । ଏହାସହ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା:

ଆଶାୟୀ ପ୍ରାର୍ଥୀଙ୍କୁ ଆବେଦନ କରିବା ପାଇଁ ୧୦୦ ଟଙ୍କା ଦେବାକୁ ପଡ଼ିବ । SC/ST/EWS/ଦିବ୍ୟାଙ୍ଗ (PwBD)/ମହିଳାଙ୍କ ପାଇଁ ଆବେଦନ ଶୁଳ୍କ ମାଗଣା ରଖାଯାଇଛି ।