Advertisment

ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର; ବିନା ପରୀକ୍ଷାରେ ଚାକିରି

ପଶ୍ଚିମୀ ରେଳବାଇ ତରଫରୁ ଲେବଲ୍ ୨, ୩, ୪ ଏବଂ ୫ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଜାରି କରାଯାଇଛି। ରହିଛି ଭଲ ଦରମା। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।

Railway Recruitment 2022

Railway Recruitment 2022

Advertisment

ରେଳବାଇରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ପଶ୍ଚିମୀ ରେଳବାଇ ତରଫରୁ ଲେବଲ୍ ୨, ୩, ୪ ଏବଂ ୫ ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କ ଠାରୁ ଆବେଦନ ଜାରି କରାଯାଇଛି। ଏହି ନିଯୁକ୍ତି କ୍ରୀଡା କୋଟା ଅଧୀନରେ କରାଯାଉଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପୋଷ୍ଟ୍‌ଗୁଡିକ ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ୫ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହେବ। ଏଥି ସହିତ, ଅକ୍ଟୋବର ୪ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଯେଉଁମାନେ ଆବେଦନ କରିବାକୁ ଚାହୁଛନ୍ତି ସେମାନଙ୍କୁ ଅଫିସିଆଲ୍ ୱେବ୍‌ସାଇଟ୍ rrcwr.com ପରିଦର୍ଶନ କରିବାକୁ ପଡିବ।

Advertisment

ସବୁଠାରୁ ବଡ କଥା ହେଉଛି ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ। ସଫଳତା ଏବଂ ସମ୍ପୃକ୍ତ କ୍ରୀଡ଼ାରେ ପ୍ରଦର୍ଶନ, ଶିକ୍ଷାଗତ ଯୋଗ୍ୟତା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଖାଲି ପଦବୀ:

ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୧ଟି ପଦବୀ ପୂରଣ ହେବ। ଏଥିରେ ଲେବଲ୍ ୪ ଏବଂ ୪ ପାଇଁ ୫ଟି ପଦବୀ ଥିବାବେଳେ ଲେବଲ୍ ୨ ଏବଂ ସ୍ତର ୩ ପାଇଁ ୧୬ଟି ପଦବୀ ଖାଲି ଅଛି।

Advertisment

ଦରମା:

ଲେବଲ୍ ୪ ଏବଂ ୫ ପଦବୀ ପାଇଁ ପେ’ ମ୍ୟାଟ୍ରିକ୍ସ ୨୫୫୦୦-୮୧୧୦୦ / ୨୯୨୦୦- ୯୨୩୦୦ ଅଧୀନରେ ଦରମା ଦିଆଯିବ। ସେହିପରି ଲେବଲ୍ ୨ ଏବଂ ୩ ପଦବୀଗୁଡିକ ପାଇଁ, ପେ’ ମ୍ୟାଟ୍ରିକ୍ସ ୧୯୯୦୦-୬୩୨୦୦ / ୨୧୭୦୦-୬୯୧୦୦ର ପେ’ ସ୍କେଲ୍‌ରେ ଦରମା ଦିଆଯିବ।

ଶିକ୍ଷାଗତ ଯୋଗ୍ୟତା:

ସ୍ନାତକ ପାସ୍ ପ୍ରାର୍ଥୀମାନେ ଲେବଲ୍ ୪ ଏବଂ ୫ ପଦବୀ ପାଇଁ ଆବେଦନ କରିପାରିବେ। ସେହିପରି ଲେବଲ୍ ୨ କିମ୍ବା ୩ ପଦବୀ ପାଇଁ ପ୍ରାର୍ଥୀ ଦ୍ୱାଦଶ ପାସ୍ ହେବା ଆବଶ୍ୟକ।

Advertisment

ବୟସ ସୀମା:

ଆବେଦନକାରୀ ପ୍ରାର୍ଥୀଙ୍କ ବୟସ ୧ ଜାନୁୟାରୀ ୨୦୨୩ ସୁଦ୍ଧା ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ।

ଆବେଦନ ଶୁଳ୍କ:

ଏହି ପଦବୀ ପାଇଁ ଆବେଦନ କରିବାକୁ ଶୁଳ୍କ ବାବଦକୁ ୫୦୦ ଟଙ୍କା ଦେବାକୁ ପଡିବ। ତେବେ, ଏସ୍‌ସି, ଏସ୍‌ଟି, ମହିଳା ଏବଂ ଇଡବ୍ଲୁଏସ୍ ବର୍ଗ ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ରହିଛି। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ https://static-cdn.publive.online/odishatv-khabar/media/pdf_files/rrwc/Files195.pdf କୁ ଯାଇ ଦେଖିପାରିବେ।

Govt Jobs Railway Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ