Advertisment

ବ୍ୟାଙ୍କ୍‌ରେ ଚାକିରି ସୁଯୋଗ; ୬୪୩୨ଟି ପଦବୀ ଖାଲି

IBPS PO / ମ୍ୟାନେଜ୍‌ମେଣ୍ଟ୍‌ ଟ୍ରେନୀ ପାଇଁ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଇବିପିଏସ୍ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୬୪୩୨ଟି ପଦବୀ ଖାଲି ଅଛି। ଜାଣନ୍ତୁ ଅନ୍ୟାନ୍ୟ ସୂଚନା।

IBPS PO Recruitment 2023

IBPS PO Recruitment 2023

Advertisment

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ୍‌ ସିଲେକ୍‌ସନ୍‌ (IBPS) ପ୍ରୋବେସନାରୀ ଅଫିସର୍‌(PO) / ମ୍ୟାନେଜ୍‌ମେଣ୍ଟ୍‌ ଟ୍ରେନୀ ପାଇଁ ବମ୍ପର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଆଇବିପିଏସ୍ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମୋଟ ୬୪୩୨ଟି ପଦବୀ ଖାଲି ଅଛି। PO / ମ୍ୟାନେଜ୍‌ମେଣ୍ଟ୍‌ ଟ୍ରେନୀଙ୍କୁ ୬ଟି ପବ୍ଲିକ୍‌ ସେକ୍ଟର ବ୍ୟାଙ୍କ୍‌ରେ ନିଯୁକ୍ତ କରାଯିବ। ଗ୍ରାଜୁଏଟ୍ କରିଥିବା ପ୍ରାର୍ଥୀମାନେ IBPS PO ନିଯୁକ୍ତି ୨୦୨୩ ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ଅଗଷ୍ଟ ୨ରୁ ଆରମ୍ଭ ହୋଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୨ ରହିଛି।

Advertisment

ପ୍ରାଥମିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ IBPS PO ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଅକ୍ଟୋବରରେ IBPS PO ନିଯୁକ୍ତିର ପ୍ରାଥମିକ ପରୀକ୍ଷା ହେବାର ସମ୍ଭାବନା ଅଛି। ଯେଉଁ ପ୍ରାର୍ଥୀମାନେ ପ୍ରାଥମିକ ପରୀକ୍ଷାରେ ପାଶ୍‌ କରିବେ ସେମାନଙ୍କୁ PO ନିଯୁକ୍ତିର ମୁଖ୍ୟ ପରୀକ୍ଷା ପାଇଁ ଡକାଯିବ। ନଭେମ୍ବରରେ ଏହା ଆୟୋଜିତ ହେବ। ଏହା ପରେ ଜାନୁଆରୀ/ଫେବୃଆରୀ ୨୦୨୩ରେ ସାକ୍ଷାତକାର ହେବ।

IBPS PO ନିଯୁକ୍ତିର ବିଜ୍ଞପ୍ତି ଅନୁଯାୟୀ ସର୍ବାଧିକ ପଦବୀ ୟୁନିଅନ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆରେ ରହିଛି। ୟୁନିୟନ୍‌ ବ୍ୟାଙ୍କ୍‌ରେ ମୋଟ ୨୦୯୪ଟି PO ପଦ ଖାଲି ଅଛି।।

Advertisment

ଖାଲି ପଦବୀ:

  • ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ – ୫୩୫ ପୋଷ୍ଟ୍
  • କାନାରା ବ୍ୟାଙ୍କ୍‌ - ୨୫୦୦ ପୋଷ୍ଟ୍
  • ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ - ୫୦୦ ପୋଷ୍ଟ୍
  • ପଞ୍ଜାବ ଆଣ୍ଡ୍ ସିନ୍ଧ୍ ବ୍ୟାଙ୍କ୍‌ - ୨୫୩ ପୋଷ୍ଟ୍
  • ୟୁକୋ ବ୍ୟାଙ୍କ୍‌ - ୫୫୦ ପୋଷ୍ଟ୍
  • ୟୁନିଅନ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ – ୨୦୯୪ ପୋଷ୍ଟ୍

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ - ଅଗଷ୍ଟ ୨ରୁ ଅଗଷ୍ଟ ୨୨
  • ପ୍ରାଥମିକ ପରୀକ୍ଷା - ଅକ୍ଟୋବର ୨୦୨୨
  • ମୁଖ୍ୟ ପରୀକ୍ଷା - ନଭେମ୍ବର ୨୦୨୨
  • ସାକ୍ଷାତକାର - ଜାନୁଆରୀ / ଫେବୃଆରୀ ୨୦୨୩
Advertisment

ଯୋଗ୍ୟତା:

  • ଶିକ୍ଷାଗତ ଯୋଗ୍ୟତା - ପ୍ରାର୍ଥୀମାନେ ଯେକୌସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବା ଦରକାର।
  • ବୟସ ସୀମା - ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୨୦ ଏବଂ ସର୍ବାଧିକ ୩୦ ବର୍ଷ ହେବା ଉଚିତ।

ଏଠି କ୍ଲିକ୍ କରି ବିଜ୍ଞପ୍ତି ଦେଖନ୍ତୁ...

Govt Jobs Bank Jobs IBPS PO Recruitment 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ