Advertisment

Postal Recruitment 2024: ଦଶମ ପାଶ୍‌ କରିଥିଲେ ଡାକ ବିଭାଗରେ ଚାକିରି; ଦରମା ୬୩ ହଜାର

ଡାକ ବିଭାଗରେ ଚାକିରି କରିବାକୁ ଚାହଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାର ଅଧିନରେ ଥିବା ଡାକ ବିଭାଗ୍ ବର୍ତ୍ତମାନ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।

ଅଦ୍ୟତନ ହୋଇଛି
Postal Recruitment 2024

Postal Recruitment 2024 10th Pass Apply

Advertisment

ଡାକ ବିଭାଗରେ ଚାକିରି କରିବାକୁ ଚାହଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ ସରକାର ଅଧିନରେ ଥିବା ଡାକ ବିଭାଗ୍ ବର୍ତ୍ତମାନ ଷ୍ଟାଫ୍ କାର୍ ଡ୍ରାଇଭର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି।

Advertisment

ଅଫଲାଇନ୍ ମୋଡ୍ ମାଧ୍ୟମରେ ଏହି ଆବେଦନ ହେଉଛି। ସବୁଠାରୁ ବଡ କଥା ଦଶମ ପାଶ କରିଥିବା ପିଲା ଏହି ସୁଯୋଗ ନେଇପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବ୍‌ସାଇଟ୍ https://www.indiapost.gov.in/କୁ ଯାଇ ଆବେଦନ ଫର୍ମ ଡାଉନ୍‌ଲୋଡ୍ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ରି ସେମାନେ ଏହି ଲିଙ୍କ୍ Postal Recruitment 2024 10t Pass Apply Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ – ୦୬ ଜାନୁଆରୀ ୨୦୨୪
  • ଆବେଦନ ଶେଷ – ୧୬ ଫେବୃଆରୀ ୨୦୨୪

ଅଧିକ ପଢ଼ନ୍ତୁ: Odisha Clerk Posts Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ଦରମା ୩୫ ହଜାର

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍‌
  • ଏକ ବୈଧ ଡ୍ରାଇଭିଂ ଲାଇସେନ୍ସ
  • ୦୩ ବର୍ଷର ଡ୍ରାଇଭିଂ ଅଭିଜ୍ଞତା
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୭ ବର୍ଷ
  • ୧୬ ଫେବୃଆରୀ ୨୦୨୪ ଅନୁସାରେ ବୟସ ଗଣନା ହେବ

ବୟସରେ କୋହଳ:

  • OBC – ୦୩ ବର୍ଷ
  • ST / SC / PWD / ESM – ୦୫ ବର୍ଷ
  • PWD + SC / ST – ୧୫ ବର୍ଷ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୧୯,୯୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୬୩, ୨୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ପରୀକ୍ଷା / ଡ୍ରାଇଭିଂ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା

ଆବେଦନ ଶୁଳ୍କ:

  • ସାଧାରଣ / EWS / OBC –୧୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି ସାମ୍ପ୍ରତିକ କଲର ପାସପୋର୍ଟ ସାଇଜ୍ ଫଟୋ
  • ଜାତି ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର

କିପରି କରିବେ ଆବେଦନ:

  • https://www.indiapost.gov.in/ କୁ ଯାଇ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
  • ସଠିକ୍ ଭାବରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ୧୦୦ ଟଙ୍କାର ଡାକ ଅର୍ଡର ସହିତ ଆବଶ୍ୟକ ଡକ୍ୟୁମେଣ୍ଟ୍ ସଂଲଗ୍ନ କରନ୍ତୁ
  • ଆବେଦନ ଫର୍ମ ଲଫାପା ଉପରେ ଲେଖନ୍ତୁ “UP CIRCLE IN DRIVER POST OF DIRECT RECRUITMENT FOR APPLICATION”
  • ନିମ୍ନ ଠିକଣାରେ ଫର୍ମ ପଠାନ୍ତୁ:

Manager (Gr. A), Mail Motor Sevice, Kanpur, GPO Compound, Kanpur- 208001, Uttar Pradesh

ଅଧିକ ପଢ଼ନ୍ତୁ: ଦ୍ୱାଦଶ ପାଶ୍ କରିଥିଲେ ଭାରତୀୟ ସେନାରେ ଚାକିରି; ଦରମା ୪୦ ହଜାର

Govt Jobs Indian Postal Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ