Advertisment

OSSSC Recruitment 2023: ଦଶମ ପାଶ୍ କରିଥିଲେ OSSSCରେ ଚାକିରି; ପୂରଣ ହେବ ୨୭୧୨ ପଦବୀ

OSSSC ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟରେ ଫରେଷ୍ଟ୍‌ ଗାର୍ଡ, ଫରେଷ୍ଟର୍‌ ଏବଂ ଲାଇଭ ଷ୍ଟକ୍ ଇନ୍ସପେକ୍ଟର ପଦବୀ ପୂରଣ ହେବ। ମୋଟ୍ ୨୭୧୬ ପଦବୀ ପୂରଣ ହେବ। ତେଣୁ ହାତଛଡା କରନ୍ତୁ ନାହିଁ।

ଅଦ୍ୟତନ ହୋଇଛି
OSSSC Forest Guard, Forester Recruitment 2023

OSSSC Forest Guard, Forester Recruitment 2023

Advertisment

ଓଡିଶା ଅଧିନସ୍ଥ କର୍ମଚାରୀ ଚୟନ ଆୟୋଗ (OSSSC) ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟରେ ଫରେଷ୍ଟ୍‌ ଗାର୍ଡ, ଫରେଷ୍ଟର୍‌ ଏବଂ ଲାଇଭ ଷ୍ଟକ୍ ଇନ୍ସପେକ୍ଟର ପଦବୀ ପୂରଣ ହେବ। ମୋଟ୍ ୨୭୧୬ ପଦବୀ ପୂରଣ ହେବ। ତେଣୁ ହାତଛଡା କରନ୍ତୁ ନାହିଁ।

Advertisment

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ OSSSCର ଅଫିସିଆଲ୍ ୱେବ୍‌ସାଇଟ୍ https://www.osssc.gov.in ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OSSSC Forest Guard, Forester Recruitment 2023 Notification ଉପରେ କ୍ଲିକକରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୬ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ରେଜିଷ୍ଟ୍ରେସନ ଶେଷ – ୨୦ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୫ ନଭେମ୍ବର ୨୦୨୩
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଫରେଷ୍ଟର୍‌ – ଯେକୌଣସି ବିଷୟରେ ଯୁକ୍ତ ୨ ପାଶ୍, କମ୍ପ୍ୟୁଟରରେ ମୌଳିକ ଜ୍ଞାନ
  • ଫରେଷ୍ଟ୍‌ ଗାର୍ଡ – ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍‌
  • ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର – ଭୋକେସନାଲ୍ ପାଠ୍ୟକ୍ରମ (ପଶୁପାଳନ କିମ୍ବା ଦୁଗ୍ଧ କିମ୍ବା କୁକୁଡ଼ା କିମ୍ବା ମାଂସ କିମ୍ବା ପଶୁ ଉତ୍ପାଦନ) ରେ +୨ ପାଶ୍ କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ କିମ୍ବା ବୋର୍ଡ କିମ୍ବା ପରିଷଦ କିମ୍ବା ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ +୨ ପାଶ୍।
  • ଗୋମିତ୍ରା ପ୍ରାର୍ଥୀମାନେ ସହଯୋଗୀ ପଶୁପାଳନ କାର୍ଯ୍ୟରେ +2 ବିଜ୍ଞାନ କିମ୍ବା + 2 ଭୋକେସନାଲ୍ ପାଠ୍ୟକ୍ରମ ପାଶ୍ କରିଥିବା ଜରୁରୀ

ଖାଲି ପଦବୀ:

  • ଫରେଷ୍ଟର – ୩୧୬ଟି ପୋଷ୍ଟ୍‌
  • ଫରେଷ୍ଟ୍‌ ଗାର୍ଡ – ୧୬୭୭ଟି ପୋଷ୍ଟ
  • ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର – ୭୧୯ ପୋଷ୍ଟ
  • ମୋଟ୍ ପଦବୀ – ୨୭୧୨ ପୋଷ୍ଟ୍
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ
  • ବୟସ ଗଣନା ୦୧।୦୧।୨୦୨୩ ଅନୁସାରେ ହେବ

ବୟସ କୋହଳ:

  • OBC – ୩ ବର୍ଷ
  • ST/SC/PWD/ Ex- Serviceman – 5 ବର୍ଷ
  • PWD+SC/ST – ୧୫ ବର୍ଷ

ମାସିକ ଦରମା :

  • ଫରେଷ୍ଟର୍‌ – ୨୫,୦୦୦ ଟଙ୍କା
  • ଫରେଷ୍ଟ୍‌ ଗାର୍ଡ – ୧୯,୯୦୦ ଟଙ୍କା
  • ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର – ୨୧,୭୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରିରୀକ ମାପ ଯାଞ୍ଚ୍‌
  • ଶାରିରୀକ ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି କଲର ପାସପୋର୍ଟ ଫଟୋ
  • ଆଧାର କାର୍ଡ
  • ବାସିନ୍ଦା ସାର୍ଟିଫିକେଟ୍
  • ଜାତିଗତ ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍‌ https://www.osssc.gov.in/କୁ ଯାଆନ୍ତୁ
  • ଅଫିସିଆଲ୍ ବିଜ୍ଞପ୍ତି ଓ ଭଲଭାବେ ପଢନ୍ତୁ
  • ହୋମ୍‌ପେଜ୍‌ରେ ‘Online Apply’ ଉପରେ କ୍ଲିକ୍ କରନ୍ତୁ
  • ଆବଶ୍ୟକ ବିବରଣୀ ଏଣ୍ଟ୍ରୀ କରି ଫର୍ମ ପଞ୍ଜିକରଣ କରନ୍ତୁ
  • ପଞ୍ଜିକରଣ ନମ୍ବର ବ୍ୟବହାର କରି ଆବେଦନ ପର୍ମ ବାହର କରନ୍ତୁ
  • ମଗାଯାଇଥିବା ଡାଟା ସହିତ ପର୍ମ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଫର୍ମ ଅଫ୍‌ଲାଇନ୍‌ରେ ଦାଖଲ କରିବା ପାଇଁ ଏକ ହାର୍ଡ କପି କାଢନ୍ତୁ
Govt Jobs Forest Guards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ