OSSC Traffic Constable Recruitment 12th Pass Apply
ଓଡିଶାରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ଏହି ସୁଯୋଗ ନେଇ ଆସିଛି ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC)। ଏନେଇ OSSC ଏକ ବିଜ୍ଞାପନ ଜାରି କରିଛି।
ଏହି ନିଯୁକ୍ତି ପ୍ରକ୍ରିୟାରେ ଟ୍ରାଫିକ୍ କନଷ୍ଟେବଲ୍ ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୬ଟି ପ୍ରାର୍ଥୀ ନିଯୁକ୍ତି ପାଇବେ। ଦ୍ୱାଦଶ ପାଶ୍ ପିଲା ଏହାର ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ରେଳ କୋଚ୍ କାରଖାନାର ଅଫିସିଆଲ୍ ୱେବସାଇଟ୍ https://www.ossc.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍କୁ ଯାଇ What's New ରେ ଥିବା ତାଲିକାରେ ଖୋଜି View PDF କ୍ଲିକ୍ କରି ଦେଖିପାରିବେ
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୮ ମାର୍ଚ୍ଚ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୨୭ ଏପ୍ରିଲ୍ ୨୦୨୪
ଖାଲି ପଦବୀ:
- ସାଧାରଣ ବର୍ଗ – ୨୦ଟି ପୋଷ୍ଟ୍
- SCBC – ୦୧ଟି ପୋଷ୍ଟ୍
- SC – ୦୧ଟି ପୋଷ୍ଟ୍
- ST – ୦୪ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / ବିଶ୍ୱବିଦ୍ୟାଳୟରୁ ଦ୍ୱାଦଶ ପାଶ୍
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୩୮ ବର୍ଷ
ବୟସ କୋହଳ:
- OBC – ୦୩ ବର୍ଷ
- ST/SC/PWD/ESM – ୦୫ ବର୍ଷ
- PWD+SC/ST – ୧୫ ବର୍ଷ
ଆବେଦନ ଶୁଳ୍କ:
- ପ୍ରତ୍ୟେକ ପ୍ରାର୍ଥୀ – ଦେୟ ମୁକ୍ତ
ଦରମା:
- ଚୟନ ହେବା ପରେ ପ୍ରାର୍ଥୀ ମାସିକ ୨୧,୭୦୦ ଟଙ୍କା ଦରମା ପାଇବେ
ଚୟନ ପ୍ରକ୍ରିୟା:
- ପ୍ରାଥମିକ ଓ ଲିଖିତ ପରୀକ୍ଷା
- ଶାରିରୀକ ପରୀକ୍ଷା
- ଡକ୍ୟୁମେଣ୍ଟ୍ ଯାଞ୍ଚ୍
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- +2 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- ଜାତି ପ୍ରମାଣପତ୍ର
- ସିଗ୍ନେଚର୍
- ଆଧାର କାର୍ଡ
- ବାସିନ୍ଦା ସାର୍ଟିଫିକେଟ୍
- ପାସପୋର୍ଟ ଆକାରର ଫଟୋଗ୍ରାଫ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710573658.jpg)