Advertisment

OSSC ନିଯୁକ୍ତି ୨୦୨୧: ସିଭିଲ୍ ଡିଫେନ୍ସ ଇନ୍‌ଷ୍ଟ୍ରକ୍ଟର୍, ସିନିୟର୍‌ ଷ୍ଟୋର୍‌ ଇନ୍ସପେକ୍ଟର ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ

ସିଭିଲ୍ ଡିଫେନ୍ସ ଇନ୍‌ଷ୍ଟ୍ରକ୍ଟର୍/ ଡିଜି ପୋଲିସ୍ (ଡିଜିପି) ଅଧିନସ୍ଥ ସିନିୟର୍‌ ଷ୍ଟୋର୍‌ ଇନ୍ସପେକ୍ଟର, ଅଗ୍ନିଶମ ସେବା, ହୋମ୍ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ, ଓଡିଶା, କଟକ (ଗୃହ ବିଭାଗ) ଅଧୀନରେ ପଦବୀରେ ନିଯୁକ୍ତି ପାଇଁ ଓଡିଶା ଷ୍ଟାଫ ସିଲେକସନ କମିଶନ୍‌ (ଓଏସ୍‌ଏସ୍‌ସି) ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି।

ଅଦ୍ୟତନ ହୋଇଛି
OSSC ନିଯୁକ୍ତି ୨୦୨୧: ସିଭିଲ୍ ଡିଫେନ୍ସ ଇନ୍‌ଷ୍ଟ୍ରକ୍ଟର୍, ସିନିୟର୍‌ ଷ୍ଟୋର୍‌ ଇନ୍ସପେକ୍ଟର ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ଆରମ୍ଭ

OSSC

Advertisment

ସିଭିଲ୍ ଡିଫେନ୍ସ ଇନ୍‌ଷ୍ଟ୍ରକ୍ଟର୍/ ଡିଜି ପୋଲିସ୍ (ଡିଜିପି) ଅଧିନସ୍ଥ ସିନିୟର୍‌ ଷ୍ଟୋର୍‌ ଇନ୍ସପେକ୍ଟର, ଅଗ୍ନିଶମ ସେବା, ହୋମ୍ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ, ଓଡିଶା, କଟକ (ଗୃହ ବିଭାଗ) ଅଧୀନରେ ପଦବୀରେ ନିଯୁକ୍ତି ପାଇଁ ଓଡିଶା ଷ୍ଟାଫ ସିଲେକସନ କମିଶନ୍‌ (ଓଏସ୍‌ଏସ୍‌ସି) ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି।

Advertisment

ଆୟୋଗ ଏହା ପୂର୍ବରୁ ଡିସେମ୍ବର ୩୧, ୨୦୨୦ ରେ ଏକ ସୂଚକ ବିଜ୍ଞାପନ ଜାରି କରିଥିଲା।

ପୋଷ୍ଟଗୁଡିକ ପାଇଁ ଅନ୍‌ଲାଇନ୍ ପଞ୍ଜୀକରଣ ଆୟୋଗର ଅଫିସିଆଲ୍ ୱେବ୍‌ସାଇଟ୍ www.ossc.gov.in ରେ ଆରମ୍ଭ ହୋଇଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ ସିଭିଲ୍ ଡିଫେନ୍ସ ଇନ୍‌ଷ୍ଟ୍ରକ୍ଟର / ସିନିୟର ଷ୍ଟୋର୍‌ ଇନ୍ସପେକ୍ଟର ପାଇଁ ୧୨ ଟି ପଦବୀ ଏହି ନିଯୁକ୍ତି ମାଧ୍ୟମରେ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନ୍‌ଲାଇନ୍ ପଞ୍ଜୀକରଣର ଖୋଲିବା ତାରିଖ: ଜୁଲାଇ ୨୦, ୨୦୨୧

ଅନଲାଇନ୍ ପଞ୍ଜୀକରଣ ପାଇଁ ଶେଷ ତାରିଖ: ଅଗଷ୍ଟ ୧୯, ୨୦୨୧

ଅନ୍‌ଲାଇନ୍ ଦେୟ ପାଇଁ ଖୋଲିବାର ତାରିଖ: ଜୁଲାଇ ୨୦, ୨୦୨୧

ଅନ୍‌ଲାଇନ୍ ଦେୟ ପାଇଁ ଶେଷ ତାରିଖ: ଅଗଷ୍ଟ ୧୯, ୨୦୨୧

ଅନ୍‌ଲାଇନ୍ ଆବେଦନ ଦାଖଲ କରିବାର ଶେଷ ତାରିଖ: ଅଗଷ୍ଟ ୨୭, ୨୦୨୧

ଗୁରୁତ୍ୱପୂର୍ଣ୍ଣ ସୂଚନା:

-ଏହି ପଦବୀ ପାଇଁ ନିଯୁକ୍ତି ପ୍ରାରମ୍ଭରେ ଚୁକ୍ତିଭିତ୍ତିକ ମାସିକ ୧୬, ୮୮୦ ଟଙ୍କା (୧୦ବର୍ଷ ପାଇଁ)

Advertisment

- PWD ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ହେବେ ନାହିଁ।

-ପ୍ରାର୍ଥୀ ୨୧ ବର୍ଷରୁ କମ୍ ହେବା ଉଚିତ୍ ନୁହେଁ ଏବଂ ଜାନୁୟାରୀ ୦୧, ୨୦୨୦ ସୁଦ୍ଧା ୩୨ ବର୍ଷରୁ ଅଧିକ ହେବା ଉଚିତ ନୁହେଁ। ସଂରକ୍ଷିତ ବର୍ଗଗୁଡିକ ପାଇଁ ସାଧାରଣ ବୟସ କୋହଳ ହେବ (ଏହି ବିଜ୍ଞାପନର ଧାରା -୫ କୁ ଅନୁସରଣ କରନ୍ତୁ)।

-ଏସ୍‌ସି ଓ ଏସ୍‌ଟି ବର୍ଗ ବ୍ୟତୀତ ଅନ୍ୟ ଆବେଦନକାରୀଙ୍କୁ ଡେବିଟ୍ କାର୍ଡ / କ୍ରେଡିଟ୍ କାର୍ଡ / UPI କିମ୍ବା ଅନ୍‌ଲାଇନ୍ ଫର୍ମରେ ଉପଲବ୍ଧ ଅନ୍ୟ କୌଣସି ମୋଡ୍ ବ୍ୟବହାର କରି ଅନ୍‌ଲାଇନ୍‌ ଆବେଦନ ଫର୍ମ ପୂରଣ କରିବା ସମୟରେ ଅନ୍‌ଲାଇନ୍ ମୋଡ୍ ମାଧ୍ୟମରେ ୨୦୦ ଟଙ୍କା ପରୀକ୍ଷା ଫି ଦେବାକୁ ପଡିବ।

Advertisment

କିପରି ଆବେଦନ କରିବେ:

-ଅନ୍‌ଲାଇନ୍‌ ଆବେଦନ ଫର୍ମ ପୂରଣ କରିବା ପୂର୍ବରୁ ଆବେଦନକାରୀଙ୍କୁ ଭଲଭାବେ ବିଜ୍ଞାପନକୁ ଦେଖିବାକୁ ପଡିବ।

- ଆୟୋଗର ଅଫିସିଆଲ୍ ୱେବ୍‌ସାଇଟ୍ www.ossc.gov.in ବ୍ୟବହାର କରି ଆଶାୟୀଙ୍କୁ ଅନ୍‌ଲାଇନ୍ ଆବେଦନ କରିବାକୁ ପଡିବ - ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କୁ ଆୟୋଗର ୱେବ୍‌ସାଇଟ୍‌ର ମୂଳପୃଷ୍ଠାରେ “APPLY ONLINE” ବଟନ୍ କ୍ଲିକ୍ କରି ନିଜକୁ ପଞ୍ଜିକୃତ କରିବାକୁ ପଡିବ।

- ସେହି ପ୍ରାର୍ଥୀମାନେ ଯେଉଁମାନେ OSSC ଆବେଦନ ପୋର୍ଟାଲରେ ପ୍ରଥମ ଥର ପାଇଁ ଆବେଦନ କରୁଛନ୍ତି, ସ୍କ୍ରିନରେ ଥିବା "NEW USER" ବଟନ୍ କ୍ଲିକ୍ କରି ଏହି ପୋଷ୍ଟ ପାଇଁ ପଞ୍ଜିକରଣ କରିବାକୁ ପଡିବ।

-ରେଜିଷ୍ଟ୍ରେସନ୍‌ ଫର୍ମ ଦାଖଲ କରିବା ପରେ ଏକ ୟୁଜର୍ ଆଇଡି ଏବଂ ପାସ୍‌ୱାର୍ଡ ସୃଷ୍ଟି ହେବ।

- New user "କିମ୍ବା'’ Registered User ଉପରେ କ୍ଲିକ୍‌ କରିବା ପରେ କମ୍ପ୍ୟୁଟର ସ୍କ୍ରିନ୍‌ରେ ଆବେଦନ ଫର୍ମ ଦେଖାଯିବ। 'Instruction to fill up Online Application." ଉପରେ କ୍ଲିକ୍ କରିବା ପରେ ପର୍ଯ୍ୟାୟ କ୍ରମେ ରେଜିଷ୍ଟ୍ରେସନ ଓ ରି ରେଜିଷ୍ଟ୍ରେସନ ସ୍କ୍ରିନରେ ଦେଖାଯିବ। ଆବେଦନ ଫର୍ମ ପୂରଣ କରିବା ପୂର୍ବରୁ ଏହି ନିର୍ଦ୍ଦେଶଗୁଡିକ ଭଲଭାବରେ ପଢି ନିଅନ୍ତୁ।

Jobs OSSC
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ