Advertisment

ଫଟୋଗ୍ରାଫି କରିଛନ୍ତି କି; OSSCରେ ଚାକିରି ସୁଯୋଗ

ସିନେମାଟୋଗ୍ରାଫି କିମ୍ବା ଫଟୋଗ୍ରାଫିରେ ଡିପ୍ଲୋମା କରିଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବି କରିପାରିବେ ସରକାରୀ ଚାକିରି। ଜାଣନ୍ତୁ କେବେଠାରୁ କରିବେ ଆବେଦନ।

OSSC Recruitment 2022

OSSC Recruitment 2022

Advertisment

ଯଦି ଆପଣଙ୍କର ଫଟୋଗ୍ରାଫି ପ୍ରତି ଆଗ୍ରହ ଅଛି ଏବଂ ସିନେମାଟୋଗ୍ରାଫି କିମ୍ବା ଫଟୋଗ୍ରାଫିରେ ଡିପ୍ଲୋମା କରିଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବି ସରକାରୀ ଚାକିରି କରିପାରିବେ। ବରିଷ୍ଠ କ୍ୟାମେରାମ୍ୟାନ, ଫଟୋଗ୍ରାଫର ଓ ଅନ୍ୟାନ୍ୟ ପଦବୀରେ ନିଯୁକ୍ତି ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଆବେଦନ ଜାରି କରିଛି।

Advertisment

ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୦ରୁ ଆରମ୍ଭ ହେବ ଏବଂ ପ୍ରାର୍ଥୀମାନେ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଏହି ପଦବୀ ପାଇଁ ଅନ୍‌ଲାଇନ୍ ଆବେଦନ ଦାଖଲ କରିବାକୁ ସମର୍ଥ ହେବେ। ଏଥିପାଇଁ ସେମାନଙ୍କୁ ଆୟୋଗର ଅଫିସିଆଲ୍ ୱେବସାଇଟ୍ ossc.gov.in ପରିଦର୍ଶନ କରିବାକୁ ପଡିବ।

ଖାଲି ପଦବୀ:

  • ମୋଟ ୯ ଟି ପଦବୀ ପାଇଁ ନିଯୁକ୍ତ ବାହାରିଛି।
  • ବରିଷ୍ଠ କ୍ୟାମେରାମ୍ୟାନ - ୨ଟି ପୋଷ୍ଟ୍‌
  • ଫଟୋଗ୍ରାଫର - ୨ଟି ପୋଷ୍ଟ୍‌
  • ଇଣ୍ଡେକ୍ସରର - ୨ଟି ପୋଷ୍ଟ୍‌
  • ଆସିଷ୍ଟାଣ୍ଟ ଅପରେଟର – ୩ ଟି ପୋଷ୍ଟ୍‌
Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନର ଆରମ୍ଭ ତାରିଖ - ୧୦ ଅଗଷ୍ଟ
  • ଅନ୍‌ଲାଇନ୍ ଆବେଦନ ପାଇଁ ଶେଷ ତାରିଖ - ୯ ସେପ୍ଟେମ୍ବର

ଯୋଗ୍ୟତା:

  • ଫଟୋଗ୍ରାଫି କିମ୍ବା ସିନେମାଟୋଗ୍ରାଫି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀମାନେ ଡିପ୍ଲୋମା ଡିଗ୍ରୀ ସହିତ ଦଶମ ପାସ୍ କରିଥିବା ଉଚିତ।
Advertisment

ଦରମା:

  • ବରିଷ୍ଠ କ୍ୟାମେରାମ୍ୟାନ୍‌ ଏବଂ ଫଟୋଗ୍ରାଫର ପଦରେ ମନୋନୀତ ପ୍ରାର୍ଥୀଙ୍କୁ ପ୍ରାରମ୍ଭରେ ମାସିକ ୨୫,୩୦୦ ଟଙ୍କା ଦରମା ଦିଆଯିବ।
  • ସେହିପରି ଇଣ୍ଡେକ୍ସ ଏବଂ ଆସିଷ୍ଟାଣ୍ଟ ଅପରେଟର ପଦବୀ ପାଇଁ ୧୨,୬୦୦ ଟଙ୍କା ଷ୍ଟାଇପେଣ୍ଡ୍‌ ମିଳିବ।

ବୟସ ସୀମା:

  • ସବୁ ପଦବୀ ପାଇଁ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୮ ବର୍ଷର ପ୍ରାର୍ଥୀମାନେ ଆବେଦନ କରିପାରିବେ।
Govt Jobs OSSC Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ