ଓଡିଶା କର୍ମଚାରୀ ଚୟନ ଆୟୋଗ(OSSC) ପୁଣି ବାହାରକଲା ନିଯୁକ୍ତି ବିଜ୍ଞାପନ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଧୀନରେ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନ ସହାୟକ ପଦରେ ପ୍ରାର୍ଥୀମାନେ ନିଯୁକ୍ତି ପାଇବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSCର ଅଫିସିଆଲ୍ ୱେବସାଇଟ୍ - www.ossc.gov.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OSSC Recruitment 2023 Apply for over 230 posts Notification ଉପରେ କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନଲାଇନ୍ ପଞ୍ଜୀକରଣ ଆରମ୍ଭ – ୨୪ ନଭେମ୍ବର ୨୦୨୩
- ଅନଲାଇନ୍ ଆବେଦନ ଆରମ୍ଭ – ୨୪ ନଭେମ୍ବର ୨୦୨୩
- ଅନଲାଇନ୍ ଆବେଦନ ଶେଷ – ୨୧ ଡିସେମ୍ବର ୨୦୨୩
- ଆବେଦନ ଫର୍ମ ସଂପାଦନ କରିବାର ତାରିଖ – ୨୭ ଡିସେମ୍ବର ୨୦୨୩
ଖାଲି ପଦବୀ:
- ମୋଟ୍ ୨୩୪ ପଦବୀ ପୂରଣ ହେବ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଶିକ୍ଷାଗତ ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗଣିତ କିମ୍ବା ଷ୍ଟାଟିସଷ୍ଟିକ୍ରେ ସ୍ନାତକ
- କମ୍ପ୍ୟୁଟର ଆପ୍ଲିକେଶନ ବିଷୟରେ ଜ୍ଞାନ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୩୮ ବର୍ଷ
କିପରି କରିବେ ଆବେଦନ:
- OSSCର ଅଫିସିଆଲ୍ ୱେବସାଇଟ୍ ossc.gov.in କୁ ଯାଆନ୍ତୁ
- Apply ଅନ୍ଲାଇକ୍ ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ଏକ ନୂଆ ପେଜ୍ ଖୋଲିବ
- ଏହା ପରେ Vital Statistics Assistant ଲିଙ୍କ୍ରେ କ୍ଲିକ୍ କରନ୍ତୁ
- ପଞ୍ଜିକରଣ କରି ଲଗଇନ୍ କରନ୍ତୁ
- ଆବେଦନ ଫର୍ମ ପୂରଣ କରନ୍ତୁ
- ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପ୍ଲୋଡ୍ କରନ୍ତୁ
- Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
- ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଏହାର ଏକ ପ୍ରିଣ୍ଟ ବାହର କରନ୍ତୁ