Advertisment

ଓଡ଼ିଶାରେ ସରକାରୀ ଚାକିରି: ଦଶମ ଓ ଦ୍ୱାଦଶ ପାସ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଜୁନ୍‌ ୨୬ରୁ ଆବେଦନ

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(OSSC) ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଜୁନ୍‌ ୨୬ରେ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ୨୬ ଆବେଦନର ଶେଷ ତାରିଖ।

ଅଦ୍ୟତନ ହୋଇଛି
OSSC Recruitment 2023

OSSC Recruitment 2023

Advertisment

ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ(OSSC) ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। କମ୍ବାଇନଡ୍‌ ହାୟର ସେକେଣ୍ଡାରୀ(ଦଶମ, ଦ୍ୱାଦଶ) କିମ୍ବା ଏହାଠୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଆଶାୟୀ ପ୍ରାର୍ଥୀ ଗ୍ରୁପ୍‌-ବି ଓ ଗ୍ରୁପ୍‌-ସି ସ୍ପେଶାଲିଷ୍ଟ ପୋଷ୍ଟ/ସର୍ଭିସ୍‌ ପଦବୀ ପାଇଁ ଆବେଦନ କରିପାରିବେ। ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ସବୁ ପୂରଣ ହେବ।

Advertisment

ଜୁନ୍‌ ୨୬ରେ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଜୁଲାଇ ୨୬ ଆବେଦନର ଶେଷ ତାରିଖ। ପ୍ରାର୍ଥୀମାନେ ଜୁନ୍‌ ୨୭ରୁ ଜୁଲାଇ ୩୦ ମଧ୍ୟରେ ଆପ୍ଲିକେସନ୍‌ ଏଡିଟ୍‌ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ www.ossc.gov.in ୱେବ୍‌ସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। 

ଖାଲି ପଡ଼ିଥିବା ପଦବୀ ସଂଖ୍ୟା...

ମୋଟ୍‌ ପଦବୀ- ୩୫୪

  • ଉଇଭିଂ ସୁପରଭାଇଜର୍‌- ୩ 
  • ସଏଲ୍‌ କନଜରଭେସନ୍‌ ଏକ୍ସଟେନ୍‌ସନ୍‌ ୱାର୍କର୍ସ- ୨୪୫ 
  • ଟେକ୍ନିକାଲ୍‌ ଆସିଷ୍ଟାଣ୍ଟ- ୧୯ 
  • ଅମିନ- ୮୭
Advertisment

ଶିକ୍ଷାଗତ ଯୋଗ୍ୟତା:

ଆଶାୟୀ ପ୍ରାର୍ଥୀ ମଧ୍ୟମ ବିଦ୍ୟାଳୟ ପରୀକ୍ଷା ସହ ଓଡ଼ିଆ ବିଷୟରେ ପାସ୍‌ କରିଥିବା ଜରୁରୀ କିମ୍ବା HSC ପରୀକ୍ଷା କିମ୍ବା ଏହାଠୁ ଅଧିକ ପରୀକ୍ଷା ସହ ଓଡ଼ିଆ ଭାଷାରେ ପାସ୍‌ କରୁଥିବା ଜରୁରୀ। ଅଧିକ ସୂଚନା ପାଇଁ ଅଫିସିଆଲ୍‌ ୱେବ୍‌ସାଇଟ୍‌ www.ossc.gov.in ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ