OSSC CGL Recruitment Apply Online For 586 Posts
ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ଏହି ସୁଯୋଗ ନେଇଆସିଛି। ଏନେଇ OSSC ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷା (CGLRE) ୨୦୨୪ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି ମାଧ୍ୟମରେ OSSC ଅଧୀନରେ ଏଣ୍ଡୋମେଣ୍ଟସ୍ ଇନ୍ସପେକ୍ଟର, ଜିଏସ୍ଟି ଅଫିସର, ଅଡିଟର ଆଦି ପଦବୀ ପୂରଣ ହେବ। ଏଥିପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୫୫୦ରୁ ଅଧିକ ପଦବୀ ପୂରଣ ହେବ। ଗ୍ରାଜୁଏସନ୍ କରିଥିବା ପିଲାମାନେ ଏହାର ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSCର ଅଫିସିଆଲ୍ ୱେବସାଇଟ https://www.ossc.gov.inକୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍କୁ ଯାଇ Whats New ତାଲିକାରେ ଥିବା ଲିଙ୍କ୍ ସର୍ଚ୍ଚ କରନ୍ତୁ ଏବଂ View Pdf ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୫ ଏପ୍ରିଲ୍ ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୦୨ ମେ’ ୨୦୨୪
ଖାଲି ପଦବୀ:
- ଏଣ୍ଡୋମେଣ୍ଟର ଇନ୍ସପେକ୍ଟର (ଗ୍ରୁପ୍-ବି) – ୨୧ଟି ପୋଷ୍ଟ୍
- ଆସିଷ୍ଟାଣ୍ଟ୍ CT ଏବଂ GST ଅଫିସର (ଗ୍ରୁପ୍-ବି) – ୬୧ଟି ପୋଷ୍ଟ୍
- ଅଡିଟର (ଗ୍ରୁପ୍-ବି) – ୦୯ଟି ପୋଷ୍ଟ୍
- ସମବାୟ ସମିତି ଇନ୍ସପେକ୍ଟର (ଗ୍ରୁପ୍-ବି) – ୧୫ଟି ପୋଷ୍ଟ୍
- ଜୁନିଅର ଆସିଷ୍ଟାଣ୍ଟ (ଗ୍ରୁପ୍-ସି) – ୪୮୦ଟି ପୋଷ୍ଟ୍
- ମୋଟ ପଦବୀ – ୫୮୬ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ
- ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ କମ୍ପ୍ୟୁଟର ସାର୍ଟିଫିକେଟ୍
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୩୮ ବର୍ଷ
- ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ
ଚୟନ ପ୍ରକ୍ରିୟା:
- ପ୍ରାରମ୍ଭିକ ପରୀକ୍ଷା
- ମୁଖ୍ୟ ପରୀକ୍ଷା
- ଡକ୍ୟୁମେଣ୍ଟ ଯାଞ୍ଚ
ଆବେଦନ ଶୁଳ୍କ:
- ସବୁ ବର୍ଗ – ଦେୟ ମୁକ୍ତ
ମାସିକ ଦରମା:
- ସର୍ବନିମ୍ନ ଦରମା – ୧୯,୯୦୦ ଟଙ୍କା
- ସର୍ବାଧିକ ଦରମା – ୧,୧୨,୪୦୦ ଟଙ୍କା
- ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- +2/ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- ଗ୍ରାଜୁଏସନ୍ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
- ଜାତି ପ୍ରମାଣପତ୍ର
- ସିଗ୍ନେଚର୍
- ଆଧାର କାର୍ଡ
- ବାସିନ୍ଦା ସାର୍ଟିଫିକେଟ୍
- ପାସପୋର୍ଟ ଆକାରର ଫଟୋଗ୍ରାଫ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712476233.jpg)