Advertisment

OSSC ATO Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ଦରମା ୩୫ ହଜାରରୁ ଅଧିକ

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅଫିସର୍ ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
OSSC ATO Recruitment 2024

OSSC ATO Recruitment 2024 Apply For 250 Assistant Training Officer Post

Advertisment

ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅଫିସର୍ ପଦବୀ ପୂରଣ ହେବ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର୍ ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୨୫୦ରୁ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବସାଇଟ୍ www.ossc.gov.inକୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ OSSC ର ଅଫିସିଆଲ୍ ୱେବସାଇକୁ ଯାଇ What's New ତାଲିକାରେ ଥିବା “OSSC ATO Recruitment 2024″, (Advt.No. 2024-1250 / OSSC) View PDF ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: ଖାଲି ପଡ଼ିଛି ୧୪୩ ପୋଷ୍ଟ..ଜାଣନ୍ତୁ ଆବେଦନର ଶେଷ ତାରିଖ...

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୬ ଏପ୍ରିଲ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ମେ ୨୦୨୪

ଖାଲି ପଦବୀ:

  • ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର୍(For NTC/NAC holders) – ୧୨୫ଟି ପୋଷ୍ଟ୍‌
  • ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର୍(Diploma/Degree holders) – ୧୨୫ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ITI/ NTC/NAC Holders
  • ସମ୍ପୃକ୍ତ ଟ୍ରେଡ୍‌ରେ / ପୋଷ୍ଟରେ NTC / NAC / ITI ପାଶ୍
  • Diploma/ Degree Holders
  • AICTE ଅନୁମୋଦିତ ଅନୁଷ୍ଠାନ / ସ୍ୱୀକୃତିପ୍ରାପ୍ତ କାଉନ୍‌ସିଲ୍ / ବୋର୍ଡ / ରାଜ୍ୟ ଏବଂ ବୈଧାନିକ ୟୁନିଭର୍ସିଟିରୁ ଡିପ୍ଲୋମା / BE / B.Tech
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ –୨୧ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ

ବୟସ କୋହଳ:

  • OBC – ୦୩ ବର୍ଷ
  • ST/SC/PWD/EXS – ୦୫ ବର୍ଷ
  • PWD+SC/ST – ୧୫ ବର୍ଷ

ଅଧିକ ପଢ଼ନ୍ତୁ: SSC ରେ ପୂରଣ ହେବ ୯୫୦ରୁ ଅଧିକ ପୋଷ୍ଟ୍; ମାସକୁ ଦରମା ଏକ ଲକ୍ଷ ଟଙ୍କାରୁ ଅଧିକ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀ – ଦେୟମୁକ୍ତ

ଦରମା:

  • ଗ୍ରୁପ୍ – B ଅନୁଯାୟୀ ଲେବଲ୍ - ୦୯ ସେଲ୍ - ୧, ORSP ନିୟମ ୧୦୧୯
  • ଏହି ଅନୁସାରେ ମାସକୁ ଦରମା ୩୫,୫୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ୍
  • ମେଡିକାଲ୍ ଯାଞ୍ଚ୍

କିପରି କରିବେ ଆବେଦନ:

  • OSSCର ଅଫିସିଆଲ୍ ୱେବସାଇଟ୍ www.ossc.gov.in କୁ ଯାଆନ୍ତୁ
  • “OSSC ATO Recruitment 2024″, (Advt.No. 2024-1250 / OSSC) “Apply Link” ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ପ୍ରଥମେ ନିଜକୁ ପଞ୍ଜିକରଣ କରନ୍ତୁ
  • ପଞ୍ଜୀକରଣ ID ଏବଂ ପାସ୍‌ୱାର୍ଡ ସହିତ ଲଗ୍ ଇନ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ୍ ବାହାର କରନ୍ତୁ
Govt Jobs OSSC Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ