ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ଓଡ଼ିଶା ହାଇକୋର୍ଟ(Orissa High Court ) ବିଜ୍ଞପ୍ତି ଜାରି କରିଛି। ଗ୍ରୁପ୍-ଡି ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି। ଏପ୍ରିଲ ୧୭ ତାରିଖରେ ଅନ୍ଲାଇନ୍ରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ମେ’ ୧ ଆବେଦନର ଶେଷ ତାରିଖ ରହିଛି।
ଖାଲି ପଡ଼ିଥିବା ପଦବୀ...
ଅଡର୍ଲି ଓ ଅଫିସ୍ ପିଅନ(Orderly And Office Peon)- ୩୪
କ୍ଲାସ୍-୪: ୪୪ ପଦବୀ
ମାଳି- ୧୦ ପଦବୀ
ମୋଟ୍- ୮୮ ପଦବୀ
ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ଦକ୍ଷତା...
- ଅଡର୍ଲି ଓ ଅଫିସ୍ ପିଅନ- ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀ ଅଷ୍ଟମ ପାସ୍ କରିଥିବା ଆବଶ୍ୟକ। ରୋଷେଇ, ସଫାସଫି, ହାଉସ୍କିପିଂ ଓ ଅନ୍ୟାନ୍ୟ ଘରୋଇ କାମ କରିପାରୁଥିବା ଜରୁରୀ।
- କ୍ଲାସ୍-୪- ଇଚ୍ଛୁକ ପ୍ରାର୍ଥୀ ଅଷ୍ଟମ ପାସ୍ କରିଥିବା ଜରୁରୀ। ଏହି ପଦବୀ ପାଇଁ ମଧ୍ୟ ଇଚ୍ଛୁକ ପ୍ରାର୍ଥୀ ରୋଷେଇ, ସଫାସଫି, ହାଉସ୍କିପିଂ ଓ ଅନ୍ୟାନ୍ୟ ଘରୋଇ କାମ କରିପାରୁଥିବା ଜରୁରୀ।
- ମାଳି- ଇଚ୍ଛୁକ ପ୍ରାର୍ଥୀ ଅଷ୍ଟମ ପାସ୍ କରିଥିବା ଜରୁରୀ। ଗାର୍ଡେନିଂରେ ଯଥେଷ୍ଟ ଜ୍ଞାନ ଥିବା ଜରୁରୀ।
ଦରମା...
Pay Band- ୪,୭୫୦ ଟଙ୍କା- ୧୪,୬୮୦- ଗ୍ରେଡ୍ ପେ’- ୧,୭୦୦ ଟଙ୍କା। ପ୍ରଥମ ବର୍ଷରେ - ୧୨,୧୦୦, ଦ୍ୱିତୀୟ ବର୍ଷରେ- ୧୨,୭୦୦, ତୃତୀୟ ବର୍ଷରେ- ୧୩,୩୦୦, ଚତୁର୍ଥ ବର୍ଷ- ୧୪,୦୦୦ ଟଙ୍କା
ଆବେଦନ ଫି’- ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ରେ ୩୦୦ ଟଙ୍କା ଦେଇ ଆବେଦନ କରିପାରିବେ। SC/ST ଓ ଦିବ୍ୟାଙ୍ଗଙ୍କ ପାଇଁ କୌଣସି ଆବେଦନ ଫି’ ଦେବାକୁ ପଡ଼ିବ ନାହିଁ।
କେମିତି କରିବେ ଆବେଦନ...
ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ରେ ଓଡ଼ିଶା ହାଇକୋର୍ଟ ୱେବ୍ସାଇଟ୍- www.orissahighcourt.nic.in କୁ ଯାଇ ଆବେଦନ କରିପାରିବେ।
ଅଧିକ ତଥ୍ୟ ପାଇଁ ଏହି ଲିଙ୍କ୍ରେ କ୍ଲିକ୍ କରନ୍ତୁ- Orissa High Court Group D recruitment 2023