ଡାଟା ଏଣ୍ଟ୍ରି ଅପରେଟରଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ନିୟମିତ ହେବେ ରାଜ୍ୟର ଠିକା ଡାଟା ଏଣ୍ଟ୍ରି ଅପରେଟର । ବିଭିନ୍ନ ତହସିଲରେ କାର୍ଯ୍ୟ କରୁଥିବା ୬ ଶହ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠର ରାୟକୁ ଡିଭିଜନ ବେଞ୍ଚ କାଏମ କରିଛନ୍ତି । ୩ ମାସ ଭିତରେ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୩ ସେପଟେମ୍ବର ୧୭ ବିଜ୍ଞପ୍ତି ଠାରୁ ସମସ୍ତ ସୁବିଧା ସୁଯୋଗ ସହିତ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
Also Read
ଆଗରୁ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଏହି ରାୟ ଦେଇଥିଲେ । ଏହା ବିରୋଧରେ ରାଜ୍ୟ ସରକାର ଡିଭିଜନ ବେଞ୍ଚକୁ ଯାଇଥିଲେ । ଡିଭିଜନ ବେଞ୍ଚ ପୂର୍ବ ରାୟକୁ କାଏମ ରଖିଛନ୍ତି । ...