Opsc recruitment 2023 apply for mining officer posts
ଖଣି ଅଧିକାରୀ(Mining Officer) ପଦବୀ ପାଇଁ ଓଡିଶା ଜନସେବା ଆୟୋଗ (OPSC) ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଇସ୍ପାତ ଏବଂ ଖଣି ବିଭାଗ ଅଧୀନରେ ଓଡିଶା ମିନେରାଲ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ କ୍ୟାଡରର ଗ୍ରୁପ୍ ଏ’ରେ ଏହି ନିଯୁକ୍ତି ମିଳିବ। ଏହି ନିଯୁକ୍ତି ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।
ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହା ଅଫିସିଆଲ୍ ୱେବସାଇଟ୍ opsc.gov.in କୁ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ OPSC Recruitment 2023 PDF ଉପରେ କ୍ଲିକ୍ କରନ୍ତୁ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ପଢନ୍ତୁ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୧ ଜୁଲାଇ ୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୩୧ ଜୁଲାଇ ୨୦୨୩
ଅଧିକ ପଢ଼ନ୍ତୁ: SSC ବାହାର କଲା ନିଯୁକ୍ତି ବିଜ୍ଞାପନ; ପୂରଣ ହେବ ୧୫୫୮ ପୋଷ୍ଟ
ଖାଲି ପଦବୀ:
- SC – ୪ଟି ପୋଷ୍ଟ(୨ ମହିଳା)
- ST – ୬ଟି ପୋଷ୍ଟ(୨ ମହିଳା)
- UR – ୯ ଟି ପୋଷ୍ଟ(୩ ମହିଳା)
- SEBC – ୪ ଟି ପୋଷ୍ଟ(୧ ମହିଳା)
- ମୋଦ ପଦବୀ – ୨୩ ପୋଷ୍ଟ୍
ବୟସ ସୀମା:
- ସର୍ବବିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୩୮ ବର୍ଷ
ଶିକ୍ଷାଗତ ଯୋଗ୍ୟତା:
- ପ୍ରାର୍ଥୀମାନେ ଭାରତର ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଇନିଂ ଇଞ୍ଜିନିୟରିଂରେ ଅନ୍ତତଃ ଦ୍ୱିତୀୟ ଶ୍ରେଣୀ ଡିଗ୍ରୀ ହାସଲ କରିବା ଉଚିତ।
ଦରମା:
- ଚୟନ ପ୍ରାର୍ଥୀଙ୍କୁ ମାସକୁ ୫୬,୧୦୦ ଟଙ୍କା ଦରମା ମିଳିବ
ଚୟନ ପ୍ରକ୍ରିୟା:
- ଲିଖିତ ପରୀକ୍ଷା
- ସାକ୍ଷାତକାର
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ opsc.gov.in କୁ ଯାଆନ୍ତୁ
- ହୋମ୍ପେଜ୍ରେ, “APPLY ONLINE” ଉପରେ କ୍ଲିକ୍ କରନ୍ତୁ
- ପଞ୍ଜିକରଣ କରି ଆବେଦନ ପ୍ରକ୍ରିୟାକୁ ଆଗକୁ ନିଅନ୍ତୁ
- ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଫର୍ମ Submit କରନ୍ତୁ
- ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688381885.jpg)