ବାତ୍ୟା ପାଇଁ OCS ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ, ୭ ଦିନ ପରେ ଧାର୍ଯ୍ୟ ହେବ ନୂଆ ତାରିଖ

ବାତ୍ୟା ଦାନା ପାଇଁ OCS ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି । ଆସନ୍ତା ୨୭ ତାରିଖରେ OCS ପ୍ରିଲିମ୍‌ ପରୀକ୍ଷା ହେବାର ଥିଲା । କିନ୍ତୁ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

OCS

ବାତ୍ୟା ପାଇଁ ବଡ଼ ନିଷ୍ପତ୍ତି ନେଲା ଓଡ଼ିଶା ଲୋକସେବା ଆୟୋଗ । ବାତ୍ୟା ଦାନା ପାଇଁ OCS ପ୍ରିଲିମ୍‌ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି । ଆସନ୍ତା ୨୭ ତାରିଖରେ OCS ପ୍ରିଲିମ୍‌ ପରୀକ୍ଷା ହେବାର ଥିଲା । କିନ୍ତୁ ବାତ୍ୟା ଦାନାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ତେବେ ୭ ଦିନ ପରେ ନୂଆ ତାରିଖ ଧାର୍ଯ୍ୟ ହେବ ବୋଲି OPSC ପକ୍ଷରୁ କୁହାଯାଇଛି ।

ବାତ୍ୟା ‘ଦାନା’କୁ ନେଇ ଆସିଲା ବଡ଼ ଖବର । ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ । ଭଦ୍ରକ, କେନ୍ଦ୍ରାପଡ଼ାର କିଛି ଅଞ୍ଚଳରେ ବାତ୍ୟାର ବାହ୍ୟବଳୟ ସ୍ପର୍ଶ କରିଛି । ପାରାଦୀୟ ରାଡାର୍‌ ତଥ୍ୟରୁ ପାଣିପାଗ ବିଜ୍ଞାନୀ ଏହି ସୂଚନା ଦେଇଛନ୍ତି । ଏହା ପ୍ରଭାବରେ ଧାମରା, ପାରଦୀପରେ ବର୍ଷା ଆରମ୍ଭ ହେଲାଣି । ସେହପରି କେନ୍ଦ୍ରାପଡ଼ା ରାଜନଗରରେ ବି ବର୍ଷା ଆରମ୍ଭ ହୋଇସାରିଛି ।

ସେପଟେ ବାତ୍ୟା ‘ଦାନା’କୁ ନେଇ ବଡ଼ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଭିତରକନିକା, ଧାମରା ପାଖରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିପାରେ ବୋଲି ସୂଚନା ଦେଇଛନ୍ତି IMD ଡିଜି । ୨୪ ତାରିଖ ରାତିରୁ ୨୫ ସକାଳ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ । ଭୀଷଣ ବାତ୍ୟାର ରୂପ ନେଇ ‘ଦାନା’ ସ୍ଥଳଭାଗ ଅତିକ୍ରମ କରିବ । ଏହା ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିବ । ତେବେ ବାତ୍ୟାର ପ୍ରଭାବ ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଭଦ୍ରକରେ ବେଶି ରହିବ ବୋଲି IMD ଡିଜି କହିଛନ୍ତି । ଏହି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ସମ୍ଭାବନା ରହିଛି ।

ଏହା ବ୍ୟତୀତ ଅନ୍ୟ ପାଶ୍ବବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା(ଭୁବନେଶ୍ବର), କଟକ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ । ପାଶ୍ବବର୍ତ୍ତୀ ଜିଲ୍ଲାରେ ବର୍ଷା ସହ ୬୦-୮୦ ବେଗରେ ପବନ ବହିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।