Advertisment

OPSC Recruitment 2024: ଓଡ଼ିଶାରେ ପୂରଣ ହେବ ୧୩୭୫ ପଦବୀ; ଦରମା ୧.୭୭ ଲକ୍ଷ

ଓଡ଼ିଶା ଜନସେବା ଆୟୋଗ(OPSC) PGT ବା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ମୋଟ୍ ୧୩୭୫ ଖାଲି ପଦବୀ ପୂରଣ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
OPSC PGT Recruitment 2024 Apply For 1375 Post

OPSC PGT Recruitment 2024 Apply For 1375 Post

Advertisment

ଯେଉଁମାନେ ଓଡ଼ିଶାରେ ରହି ସରକାରୀ ଚାକିରି କରିବାକୁ ଚାହିଁ ବସିଛନ୍ତି ସେମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଓଡ଼ିଶା ଜନସେବା ଆୟୋଗ(OPSC) PGT ବା ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି।

Advertisment

ମୋଟ୍ ୧୩୭୫ ଖାଲି ପଦବୀ ପୂରଣ ହେବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କେବଳ ଅନଲାଇନ୍ ପ୍ରକ୍ରିୟାରେ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OPSCର ଅଫିସିଆଲ୍ ୱେବ୍‌ସାଇଟ୍‌ opsc.gov.inକୁ ଯାଇ ଆବେଦନ କରିପାରିବେ ଏବଂ ଏଠାରେ  ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୧ ଡିସେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨ ମାର୍ଚ୍ଚ ୨୦୨୪

ଖାଲି ପଦବୀ:

  • PGT Anthropology - ୫ଟି ପୋଷ୍ଟ୍
  • PGT Botany - ୫୦ଟି ପୋଷ୍ଟ୍
  • PGT Commerce - ୪୮ଟି ପୋଷ୍ଟ୍
  • PGT Chemistry - ୬୯ଟି ପୋଷ୍ଟ୍
  • PGT Education - ୨୮ଟି ପୋଷ୍ଟ୍
  • PGT English - ୧୯୩ଟି ପୋଷ୍ଟ୍
  • PGT Economics - ୧୫୧ଟି ପୋଷ୍ଟ୍
  • PGT Geography - ୭ଟି ପୋଷ୍ଟ୍
  • PGT Hindi - ୧୪ଟି ପୋଷ୍ଟ୍
  • PGT Geology - ୨ଟି ପୋଷ୍ଟ୍
  • PGT History - ୧୪୧ଟି ପୋଷ୍ଟ୍
  • PGT Home Science - ୧୬ଟି ପୋଷ୍ଟ୍
  • PGT Logic - ୫୧ଟି ପୋଷ୍ଟ୍
  • PGT Mathematics - ୪୦ଟି ପୋଷ୍ଟ୍
  • PGT Odia - ୨୨୩ଟି ପୋଷ୍ଟ୍
  • PGT Physics - ୬୩ଟି ପୋଷ୍ଟ୍
  • PGT Political Science - ୧୪୨ଟି ପୋଷ୍ଟ୍
  • PGT Psychology - ୧୬ଟି ପୋଷ୍ଟ୍
  • PGT Sanskrit - ୨୧ଟି ପୋଷ୍ଟ୍
  • PGT Sociology - ୩୫ଟି ପୋଷ୍ଟ୍
  • PGT Statistics - ୦୯ଟି ପୋଷ୍ଟ୍
  • PGT Zoology - ୫୦ଟି ପୋଷ୍ଟ୍
  • PGT Urdu - ୦୧ଟି ପୋଷ୍ଟ୍
Advertisment

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ସହିତ B.Ed କରିଥିବା ଜରୁରୀ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୨ ବର୍ଷ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD / ESM – ୦୫ ବର୍ଷ
  • PWD + SC / ST – ୧୫ ବର୍ଷ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା (MCQ)
  • ବ୍ୟକ୍ତିତ୍ୱ ପରୀକ୍ଷା ଏବଂ ସାକ୍ଷାତକାର (Viva Voce)

ଦରମା:

  • ଚୟନ ପ୍ରାର୍ଥୀ ପେ’ ଲେବଲ୍ ୧୦ ଅନୁସାରେ ମାସିକ ଦରମା ପାଇବେ
  • ସର୍ବାଧିକ ମାସିକ ଦରମା – ୧,୭୭,୦୦୦

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଦଶମ ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • +2 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ସ୍ନାତକ ଏବଂ B.Ed ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ବାସିନ୍ଦା ସାର୍ଟିଫିକେଟ୍
  • ସେଲ୍ଫ ଆଟେଷ୍ଟେଡ୍ ପାସପୋର୍ଟ ଫଟୋ
  • କିପରି କରିବେ ଆବେଦନ:
  • OPSCର ଅଫିସିଆଲ୍ ୱେବ୍‌ସାଇଟ୍ http://www.opsc.gov.in/ କୁ ଯାଆନ୍ତୁ
  • Apply Online ଉପରେ କ୍ଲିକ୍ କରନ୍ତୁ
  • ରେଜିଷ୍ଟ୍ରେସନ ସହିତ ଆଗକୁ ବଢନ୍ତୁ
  • Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମର ଏକ କପି ସେଭ୍ କରି ରଖନ୍ତୁ
OPSC Govt Jobs OPSC Recruitment OPSC Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ