ଗ୍ରୁପ୍ A ମେଡିକାଲ ଅଫିସର୍ ନିଯୁକ୍ତି ପାଇଁ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(OPSC) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ପ୍ରାର୍ଥୀ OPSC ର ଅଫିସିଆଲ୍ ୱେବସାଇଟ୍ www.opsc.gov.in ଯାଇ ଅନଲାଇନ୍ରେ ଆବେଦନ କରିପାରିବେ । ଆଜିଠୁ ଆଶାୟୀମାନେ ଅନଲାଇନ୍ରେ ଆବେଦନ କରିପାରିବେ । ଆବେଦନର ଶେଷ ତାରିଖ ହେଉଛି ସେପ୍ଚେମ୍ବର ୧୮ ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନଲାଇନ୍ ଆବେଦନ ଆରମ୍ଭ: ୧୮ ଅଗଷ୍ଟ
- ଅନଲାଇନ୍ ଆବେଦନ ଶେଷ: ୧୮ ସେପ୍ଚେମ୍ବର
ଅଧିକ ପଢ଼ନ୍ତୁ: ଓଡ଼ିଶାରେ ସରକାରୀ ଚାକିରି; ଏହି ମହାବିଦ୍ୟାଳୟରେ ବାହାରିଛି ଅଧ୍ୟାପକ ପଦବୀ
ପଦବୀ ବିବରଣୀ:
- ମୋଟ୍ ୭୨୭୬ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବୟସ ସୀମା:
- ଜାନୁଆରୀ ୧, ୨୦୨୩ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ରୁ ୩୮ ମଧ୍ୟରେ ହେବା ଦରକାର ।
ଶିକ୍ଷାଗତ ଯୋଗ୍ୟତା:
- ଆଶାୟୀ MBBS ରେ ଡିଗ୍ରୀ ହାସଲ କରିଥିବା ଦରକାର ।
- ଏହାବ୍ୟତିତ କୌଣସି ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜ୍ରୁ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
ଅଧିକ ପଢ଼ନ୍ତୁ: DRDOରେ ବାହାରିଲା ଚାକିରି, ତୁରନ୍ତ କରନ୍ତୁ ଆବେଦନ
ଜାଣନ୍ତୁ କେମିତି କରିବେ ଆବେଦନ..
- ପ୍ରଥମେ OPSC ର ଅଫିସିଆଲ୍ ୱେବସାଇଟ୍ www.opsc.gov.in କୁ ଯାଆନ୍ତୁ।
- ହୋମ ପେଜ୍ରେ ଆପ୍ଲାଏ ଅନ୍ଲାଇନ୍ରେ କ୍ଲିକ୍ କରନ୍ତ।
- ରେଜିଷ୍ଟ୍ରେସନ କରିନିଅନ୍ତୁ ।
- ଆପ୍ଲିକେସନ୍ ଫର୍ମ ଫିଲ୍ ଅଫ୍ କରି ନିର୍ଦ୍ଧାରିତ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ।
- ଏହାପରେ ଚେକ୍ କରି ଫର୍ମ ସବମିଟ୍ କରନ୍ତୁ ।
- ଏହାର ଏକ ପ୍ରିଣ୍ଟ କାଢ଼ି ରଖନ୍ତୁ ।