ବାତିଲ୍ ହେଲା PGT ଲିଖିତ ପରୀକ୍ଷା, ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍

ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ ବା PGT ନିଯୁକ୍ତି ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍ । ଆଜି ହେବାକୁ ଥିବା ପରୀକ୍ଷା ବାତିଲ୍ କରିଛି OPSC ।

PG Teacher Exams

ପୋଷ୍ଟ ଗ୍ରାଜୁଏଟ ଶିକ୍ଷକ ବା PGT ନିଯୁକ୍ତି ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍ । ଆଜି ହେବାକୁ ଥିବା ପରୀକ୍ଷା ବାତିଲ୍ କରିଛି OPSC । ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ହେବାକୁ ଥିବା ପରୀକ୍ଷା ବାତିଲ୍ କରିଦିଆଯାଇଛି । ଅପ୍ସନାଲ୍ ପେପର-୧ ଓ ପେପର-୨ ପରୀକ୍ଷା ବାତିଲ୍ ପାଇଁ OPSC ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅନିବାର୍ଯ୍ୟ କାରଣ ଦର୍ଶାଇ ପରୀକ୍ଷା ବାତିଲ୍ କରିଛି OPSC । ଅନ୍ୟ ଅପ୍ସନାଲ ବିଷୟ ଧାର୍ଯ୍ୟ ସୂଚୀ ଅନୁସାରେ ପରୀକ୍ଷା ହେବ । ପରେ ବାତିଲ୍ ପରୀକ୍ଷା ତାରିଖ ନେଇ ବିଜ୍ଞପ୍ତି ବାହାରିବ ବୋଲି OPSC ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ OSSSC ଦ୍ୱାରା ପରିଚାଳିତ RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ ସହ ଅନଲାଇନ ପରୀକ୍ଷା ଦାବି ଉଠିଛି ।

ଷ୍ଟୁଡେଣ୍ଟ ଏଗେନ୍‌ଷ୍ଟ୍ କରପ୍ସନ ଏହି ଦାବି କରିଛି । ଏଥିରେ ସମୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରୀକ୍ଷାର୍ଥୀ । ଆଜି ସୁଦ୍ଧା ରାଜ୍ୟ ସରକାର ପଦକ୍ଷେପ ନନେଲେ ଲୋୟର ପିଏମଜିରେ ହଜାର ହଜାର ପରୀକ୍ଷାର୍ଥୀ ବିଭିନ୍ନ ଜିଲ୍ଲାରୁ ଆସି ଆନ୍ଦୋଳନ କରିବେ ।

ସେଥିପାଇଁ ଯେଉଁ ପରିସ୍ଥିତି ଉପୁଜିବ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ଷ୍ଟୁଡେଣ୍ଟ୍ ଏଗେନ୍‌ଷ୍ଟ୍ କରପ୍ସନ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପରୀକ୍ଷାର୍ଥୀ । ତେବେ ଏନେଇ OSSSCର ପ୍ରତିକ୍ରିୟା ମିଳି ନାହିଁ । ଏପଟେ ଆରଆଇ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ଦେବାକୁ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଏ ସମ୍ପର୍କରେ ଅବଗତ କରିଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଆମ ପାଖରେ ଯେଉଁ ଅଭିଯୋଗ ହସ୍ତଗତ ହୋଇଛି, ମୋତେ ଲାଗୁଛି ପରୀକ୍ଷା ପାଇଁ ଏହା ଅନୁକୂଳ ପ୍ରକ୍ରିୟା ନୁହଁ । ବ୍ଲାକ ଲିଷ୍ଟେଡ଼ ହୋଇଥିଲେ ଉକ୍ତ ସଂସ୍ଥାକୁ ପରୀକ୍ଷାରୁ ମୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।