ଓଡିଶା ଜନସେବା ଆୟୋଗ (OPSC) ପାଇଁ ଆୟୁର୍ବେଦିକ ମେଡିକାଲ୍ ଅଫିସର ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ opsc.gov.in କୁ ଯାଇ ଏହି ପଦବୀ ପାଇଁ ଅନଲାଇନ୍ ଆବେଦନ କରିପାରିବେ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଗ୍ରୁପ୍-ବି ପଦବୀରେ ଆୟୁର୍ବେଦିକ ମେଡିକାଲ୍ ଅଧିକାରୀଙ୍କ ମୋଟ ୧୧୬ ଟି ପଦବୀ ପୂରଣ ହେବ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ ଆବେଦନ ଆରମ୍ଭ: ୦୯।୦୫।୨୦୨୩
- ଅନ୍ଲାଇନ ଆବେଦନ ଶେଷ: ୦୮।୦୬।୨୦୨୩
ଅଧିକ ପଢ଼ନ୍ତୁ: RBI ରେ ପୂରଣ ହେବ ୨୯୧ ପଦବୀ; ଦରମା ୧ଲକ୍ଷରୁ ଅଧିକ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ - ୩୮ ବର୍ଷ
- ବୟସ ଗଣନା ୦୧/୦୧/୨୦୨୩ ଅନୁସାରେ ହେବ
ପୋଷ୍ଟ୍ ସଂଖ୍ୟା:
- ଏସ୍ସି - ୧୧ ପୋଷ୍ଟ୍(୪ ମହିଳା)
- ଏସ୍ଟି - ୨୨ ପୋଷ୍ଟ୍(୭ ମହିଳା)
- ସାଧାରଣ ବର୍ଗ - ୭୦ ପୋଷ୍ଟ୍(୨୩ ମହିଳା)
- ଏସ୍ସିବିସି - ୧୩ ପୋଷ୍ଟ୍(୪ ମହିଳା)
- ମୋଟ୍ – ୧୧୬ ପୋଷ୍ଟ୍
ଯୋଗ୍ୟତା:
- ପ୍ରାର୍ଥୀମାନେ ସେଣ୍ଟ୍ରାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆନ୍ ମେଡିସିନ୍ ଦ୍ୱାରା ସ୍ୱୀକୃତିପ୍ରାପ୍ତ କୌଣସି ବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଆୟୁର୍ବେଦିକ ମେଡିସିନ୍ ଏବଂ ସର୍ଜରୀରେ ସ୍ନାତକ (BAMS) କରିଥିବା ଉଚିତ।
- ପ୍ରାର୍ଥୀମାନେ ଓଡିଶା ଷ୍ଟେଟ୍ କାଉନ୍ସିଲ୍ ଅଫ୍ ଆୟୁର୍ବେଦିକ ମେଡିସିନ୍ ଅଧୀନରେ ପଞ୍ଜୀକୃତ ହେବା ଉଚିତ।
ଦରମା:
- ଲେବଲ୍ ୧୦ ଅନୁସାରେ ମାସିକ ଦରମା ମିଳିବ
- ମାସକୁ ଦରମା – ୪୪,୯୦୦ ଟଙ୍କା ହେବ
ଚୟନ ପ୍ରକିୟା:
- କେବଳ ଲିଖିତ ପରୀକ୍ଷା
- ୧୦୦ ମାର୍କ ବିଶିଷ୍ଟ ୨ଟି ପେପର
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
କିପରି କରିବେ ଆବେଦନ:
- OPSC ଅଫିସିଆଲ୍ ସାଇଟ୍ www.opsc.gov.in କୁ ଯାଆନ୍ତୁ
- Apply Online->Registered User/New User କ୍ଲିକ୍ କରନ୍ତୁ
- ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ପଞ୍ଜିକରଣ କରନ୍ତୁ
- ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବରକୁ ଲଗ୍ଇନ୍ ବିବରଣୀ ପଠାଯିବ
- ପଞ୍ଜୀକରଣ ପରେ ପଞ୍ଜୀକରଣ ନମ୍ବର ଏବଂ ପାସ୍ୱାର୍ଡ ବ୍ୟବହାର କରି ଆବେଦନ କରନ୍ତୁ
- ପଞ୍ଜୀକୃତ ଉପଭୋକ୍ତାମାନେ ସିଧାସଳଖ ଲଗ୍ଇନ୍ କରିପାରିବେ ଏବଂ ଆବେଦନ କରିପାରିବେ
- ଆବେଦନ ଫର୍ମରେ ପଚରାଯାଇଥିବା ସମସ୍ତ ବିବରଣୀ ସଠିକ୍ ଭାବରେ ପୂରଣ କରନ୍ତୁ
- ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକର ସ୍କାନ୍ କପି ଅପଲୋଡ୍ କରନ୍ତୁ
- ଆବେଦନ ଶୁଳ୍କ ଦିଅନ୍ତୁ
- Submit. ବଟନ୍ ଉପରେ କ୍ଲିକ୍ କରନ୍ତୁ
- ଭବିଷ୍ୟତର ପ୍ରମାଣ ଆବେଦନର ଏକ ପ୍ରିଣ୍ଟ୍ ବାହାର କରନ୍ତୁ