Advertisment

ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌; ତୁରନ୍ତ କରନ୍ତୁ ଆବେଦନ

ଓଡ଼ିଶା ସଚିବାଳୟର ଗ୍ରୁପ୍-ବିରେ ASO ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା। ମୋଟ ୭୯୬ ପୋଷ୍ଟ୍‌ ପୂରଣ ହେବ। ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଓ ତାଙ୍କର କମ୍ପ୍ୟୁଟର ଆପ୍ଲିକେସନରେ ଯଥେଷ୍ଟ ଜ୍ଞାନ ଥିବ।

ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌; ତୁରନ୍ତ କରନ୍ତୁ ଆବେଦନ

ASO ପାଇଁ ଖାଲି ପଡିଛି ୭୯୬ ପୋଷ୍ଟ୍‌; ତୁରନ୍ତ କରନ୍ତୁ ଆବେଦନ

Advertisment

ଓଡିଶା ଜନସେବା ଆୟୋଗର ଅଫିସିଆଲ୍ ୱେବ୍‌ସାଇଟ୍ ମାଧ୍ୟମରେ ଓଡ଼ିଶା ସଚିବାଳୟର ଗ୍ରୁପ୍-ବିରେ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ (ASO) ପଦବୀରେ ନିଯୁକ୍ତି ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଚାଲିଛି। ପୋଷ୍ଟ୍‌ ଗୁଡିକ ସ୍ଥାୟୀ ବୋଲି କୁହାଯାଇଛି।

Advertisment

୨୦୨୨ ଜାନୁୟାରୀ ୨୦ ଆରମ୍ଭ ହୋଇଥିବା ପଞ୍ଜୀକରଣ / ପୁନଃ ପଞ୍ଜୀକରଣ ଓ ପରୀକ୍ଷା ଫିସ୍‌ ଦେୟର ଲିଙ୍କ୍ ଆସନ୍ତାକାଲି (ଫେବୃଆରୀ ୧୯, ସକାଳ ୧୧.୫୯) ଶେଷ ହେବାକୁ ଯାଉଛି।

ତେବେ ଅଫିସିଆଲ୍ ୱେବ୍‌ସାଇଟ୍ ମାଧ୍ୟମରେ ଅନ୍‌ଲାଇନ୍ ପଞ୍ଜୀକୃତ ଆବେଦନ ଦାଖଲ ଫେବୃଆରୀ ୨୫ (ରାତି ୧୧.୫୯) ପର୍ଯ୍ୟନ୍ତ କରାଯାଇପାରିବ।

Advertisment

ମେଗା ନିଯୁକ୍ତି ଡ୍ରାଇଭ୍‌ ମାଧ୍ୟମରେ ASO ର ମୋଟ ୭୯୬ ପୋଷ୍ଟ୍‌ ପୂରଣ ହେବ। ୟୁଜୁଆଲ୍ ଡିଅର୍‌ନେସ୍ ଓ ଅନ୍ୟାନ୍ୟ ଭତ୍ତା ସହିତ ORSP ନିୟମାବଳୀ, ୨୦୧୭ ଅନୁଯାୟୀ ପ୍ରଦାନ କରାଯାଇଥିବା ପେ ମ୍ୟାଟ୍ରିକ୍ସ ଅନୁଯାୟୀ ASO ଲେବଲ୍ ୯, ସେଲ୍ ୧ ରେ ୩୫,୪୦୦ ଟଙ୍କା ମାସିକ ବେତନ ପାଇବେ।

ନିଯୁକ୍ତି ଡ୍ରାଇଭ୍ ପରିଚାଳନା କରୁଥିବା OPSC ପୂର୍ବରୁ ୩୨ ବର୍ଷରୁ ୩୮ ବର୍ଷ ପର୍ଯ୍ୟନ୍ତ ଚାକିରି ପାଇଁ ଆବେଦନକାରୀଙ୍କ ବୟସ ସୀମାକୁ ବୃଦ୍ଧି କରି ଏକ କରିଗେଣ୍ଡମ୍ ଜାରି କରିଥିଲା। ତିନି ବର୍ଷ ଅର୍ଥାତ ୨୦୨୧, ୨୦୨୨ ଏବଂ ୨୦୨୩ ପାଇଁ ବୟସ ସୀମାକୁ ୩୮ ବର୍ଷକୁ ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିଲା।

Advertisment

ଏହି ପଦଦୀ ପାଇଁ ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବେ ଓ ତାଙ୍କର କମ୍ପ୍ୟୁଟର ଆପ୍ଲିକେସନରେ ଯଥେଷ୍ଟ ଜ୍ଞାନ ଥିବ।

ଖାଲି ସ୍ଥାନ, ଚୟନ ପ୍ରକ୍ରିୟା ଏବଂ ପରୀକ୍ଷା ବିଷୟରେ ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍‌ରେ ଉପଲବ୍ଧ ବିସ୍ତୃତ ବିଜ୍ଞାପନକୁ ଦେଖି ପାରିବେ।

Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ