Advertisment

OPSC Recruitment: ଗ୍ରୁପ୍‌-ଏ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି; ଦରମା ୫୬,୧୦୦

ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଓଡ଼ିଶା ଭୂତଳ ଜଳ ଭୂବିଜ୍ଞାନ କେନ୍ଦ୍ରର ଗ୍ରୁପ୍‌-ଏ(ଜେବି)ରେ ୩୬ଟି ଜିଓଲୋଜିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନ (OPSC) ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
OPSC Recruitment

OPSC Recruitment

Advertisment

ଜଳ ସମ୍ପଦ ବିଭାଗ ଅଧୀନରେ ଥିବା ଓଡ଼ିଶା ଭୂତଳ ଜଳ ଭୂବିଜ୍ଞାନ କେନ୍ଦ୍ରର ଗ୍ରୁପ୍‌-ଏ(ଜେବି)ରେ ୩୬ଟି ଜିଓଲୋଜିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିଶନ (OPSC) ବିଜ୍ଞପ୍ତି ପ୍ରକାଶ କରିଛି। ସେପ୍ଟେମ୍ବର ୧୫ରୁ www.opsc.gov.in ୱେବ୍‌ସାଇଟ୍‌ରେ ଆଶାୟୀ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅନ୍‌ଲାଇନ୍‌ ଆବେଦନର ଶେଷ ତାରିଖ ଅକ୍ଟୋବର ୨୯।

Advertisment

ଆଶାୟୀ ପ୍ରାର୍ଥୀ ଦେଶର ଯେକୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଜିଓଲୋଜି କିମ୍ବା ଆପ୍ଲାଏଡ୍‌ ଜିଓଲୋଜି କିମ୍ବା ଆର୍ଥ ସାଇନ୍ସରେ ମାଷ୍ଟର ଡିଗ୍ରୀ କରିଥିବେ। ଦରମା ୫୬,୧୦୦ ଟଙ୍କା ରହିଛି। ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ଅଧିକ ହୋଇଥିବ ଓ ୩୨ ବର୍ଷରୁ କମ୍‌ ନହୋଇଥିବା ଆବଶ୍ୟକ। ଏସ୍‌ସି, ଏସ୍‌ଟି ଓ ଏସ୍‌ଇବିସି, ମହିଳା, ଏକ୍ସ-ସର୍ଭିସ୍‌ମ୍ୟାନ୍‌ ଓ ଦିବ୍ୟାଙ୍ଗଙ୍କ ପାଇଁ ବୟସ ସୀମାରେ କୋହଳ କରାଯାଇଛି। 

Advertisment

ଅନ୍‌ଲାଇନ୍‌ ଆବେଦନ ପାଇଁ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଦେବାକୁ ପଡ଼ିବ, ଯାହାକୁ ଫେରସ୍ତ କରାଯିବ ନାହିଁ। ତେବେ ଏସ୍‌ସି, ଏସ୍‌ଟି ଓ ଦିବ୍ୟାଙ୍ଗଙ୍କ ପାଇଁ ଆବେଦନ ଫି’ ଛାଡ୍‌ କରାଯାଇଛି। ଲିଖିତ ପରୀକ୍ଷା ଓ Viva Voce Test ଆଧାରରେ ପ୍ରାର୍ଥୀ ଚୟନ କରାଯିବ। କଟକରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ।

ପ୍ରାର୍ଥୀମାନେ କେବଳ ଅନ୍‌ଲାଇନ୍‌ରେ OPSCର ଅଫିସିଆଲ୍‌ ୱେବ୍‌ସାଇଟ୍ www.opsc.gov.in.ରେ ଆବେଦନ କରିପାରିବେ। ଅନ୍ୟ କୌଣସି ଉପାୟରେ ଆପ୍ଲିକେସନ୍‌ ଗ୍ରହଣ କରାଯିବ ନାହିଁ। 

Advertisment
Odisha Govt Jobs OPSC Geologist Recruitment OPSC Recruitment 2021 OPSC Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ