Advertisment

UPSC ରେ ପୂରଣ ହେବ ୧୨୬୧ ପଦବୀ; ଆବେଦନ ଆରମ୍ଭ

UPSC CMS ୨୦୨୩ ପରୀକ୍ଷା ପାଇଁ UPSC ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ସରକାରୀ ସଂଗଠନରେ ୧୨୬୧ ପଦବୀ ପୂରଣ ହେବ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଦିଆଯାଇଥିବା ବିବରଣୀଗୁଡିକୁ ଭଲ ଭାବେ ପଢିନେବା ଜରୁରୀ।

ଅଦ୍ୟତନ ହୋଇଛି
UPSC Recruitment 2023

Opportunity get doctor job in government of india

Advertisment

ୟୁନିଅନ୍ ପବ୍ଲିକ୍ ସର୍ଭିସ୍‌ କମିଶନ (UPSC) UPSC CMS 2023 ପରୀକ୍ଷା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ସଂଯୁକ୍ତ ଚିକିତ୍ସା ସେବା ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in କୁ ଯାଇ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ(୧୯ଏପ୍ରିଲ୍) ଆରମ୍ଭ ହୋଇଯାଇଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ସରକାରୀ ସଂଗଠନରେ ୧୨୬୧ ପଦବୀ ପୂରଣ ହେବ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ନିମ୍ନରେ ଦିଆଯାଇଛି। ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାନ୍ତି ଗୁରୁତ୍ୱପୂର୍ଣ୍ଣ ତାରିଖ, ଯୋଗ୍ୟତା, ଆବେଦନ ଶୁଳ୍କ ଏବଂ ନିମ୍ନରେ ଦିଆଯାଇଥିବା ଅନ୍ୟାନ୍ୟ ବିବରଣୀକୁ ଭଲ ଭାବେ ପଢିନେବା ଜରୁରୀ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ : ୧୯ ଏପ୍ରିଲ ୨୦୨୩
  • ଆବେଦନ ଶେଷ: ୦୯ ମେ ୨୦୨୩

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍‌ କରିଥିଲେ ପରମାଣୁ ଶକ୍ତି ବିଭାଗରେ ଚାକିରି କରିବାର ସୁଯୋଗ

Advertisment

ପୋଷ୍ଟ ସଂଖ୍ୟା:

  • କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବାର ଜେନେରାଲ୍ ଡ୍ୟୁଟି ମେଡିକାଲ୍ ଅଫିସର ସବ୍-କ୍ୟାଡରରେ ମେଡିକାଲ୍ ଅଫିସର ଗ୍ରେଡ୍: ୫୮୪ଟି ପୋଷ୍ଟ୍‌
  • ରେଳ ବିଭାଗର ସହକାରୀ ବିଭାଗୀୟ ମେଡିକାଲ୍ ଅଫିସର: ୩୦୦ଟି ପୋଷ୍ଟ୍‌
  • ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦର ଜେନେରାଲ ଡ୍ୟୁଟି ମେଡିକାଲ୍‌ ଅଫିସର: ୧ଟି ପୋଷ୍ଟ୍
  • ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ୍‌ରେ ଜେନେରାଲ୍ ଡ୍ୟୁଟି ମେଡିକାଲ୍ ଅଫିସର ଗ୍ରେଡ୍-୨: ୩୭୬ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • MBBS ପରୀକ୍ଷାର ଉଭୟ ଲିଖିତ ଏବଂ ପ୍ରାକ୍ଟିକାଲ୍‌ରେ ପାଶ୍ ହେବା ଜରୁରୀ

ବୟସ ସୀମା:

  • ୧ ଅଗଷ୍ଟ ୨୦୨୩ ସୁଦ୍ଧା ୩୨ ବର୍ଷରୁ ଅଧିକ ହେବା ଉଚିତ ନୁହେଁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ - ୨୦୦ ଟଙ୍କା
  • ମହିଳା / ଏସ୍‌ସି / ଏସ୍‌ଟି / ପିଡବ୍ଲୁବିଡି – ଦେୟମୁକ୍ତ
  • ପ୍ରାର୍ଥୀଙ୍କୁ ଏସ୍‌ବିଆଇର ଯେକୌଣସି ଶାଖାରେ ନଗଦ କିମ୍ବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେଟ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା କିମ୍ବା ଏସ୍‌ବିଆଇର ଭିସା / ମାଷ୍ଟର୍‌ / ରୁପେ କ୍ରେଡିଟ୍‌ / ଡେବିଟ୍‌ କାର୍ଡ ବ୍ୟବହାର କରି କିମ୍ବା ଇଣ୍ଟରନେ୍‌ଟ ବ୍ୟାଙ୍କିଙ୍ଗ୍‌ ବ୍ୟବହାର କରି ଏହି ଦେୟ ଦେବାକୁ ପଡିବ।
Advertisment

ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବାକୁ ଏଠାରେ କ୍ଲିକ୍ କରନ୍ତୁ

UPSC Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ