Advertisment

ONGCରେ ଖାଲିପଡିଛି ବହୁ ପଦବୀ, ତୁରନ୍ତୁ କରନ୍ତୁ ଆବେଦନ

ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେସନ ଲିମିଟେଡ(ONGC)ରେ ନିଯୁକ୍ତି ସୁଯୋଗ । ONGCର ବିଜ୍ଞପ୍ତି ଅନୁଯାୟୀ ୩୬ଟି ପଦବୀ ଖାଲିପଡିଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

ongc recruitment

ongc recruitment

Advertisment

ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେସନ ଲିମିଟେଡ(ONGC)ରେ ଖାଲିପଡିଛି ଜୁନିଅର କନସଲଟାଣ୍ଟ ଏବଂ ଆସୋସିଏଟ୍‌ କନସଲଟାଣ୍ଟ ପଦବୀ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଓଏନଜିସିର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବା ପାଇଁ ଶେଷ ତାରିଖ ୩୦ ମାର୍ଚ୍ଚ ୨୦୨୨ ରହିଛି।

Advertisment

(ONGC)ରେ ମୋଟ୍ ୩୬ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନିଅର କନସଲଟାଣ୍ଟ ପାଇଁ ୧୪ଟି ପଦବୀ । ଆସୋସିଏଟ୍‌ କନସଲଟାଣ୍ଟ ପାଇଁ ୨୨ଟି ପଦବୀ ରହିଛି । ଆବେଦନ କରିବାର ଶେଷ ତାରିଖ ୩୦ ମାର୍ଚ୍ଚ ୨୦୨୨ ରହିଛି।

ମାସିକ ଦରମା ଓ ବୟସ ସୀମା:

ଆସୋସିଏଟ କନସଲଣ୍ଟାଣ୍ଟ ପଦବୀ ପାଇଁ ମାସିକ ୬୬ ହଜାର ଟଙ୍କା ଏବଂ ଜୁନିଅର କନସଲଣ୍ଟାଣ୍ଟ ପଦବୀ ପାଇଁ ମାସିକ ୪୦ ହଜାର ଟଙ୍କା ମିଳିବ। ପ୍ରାର୍ଥୀଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇନଥିବ।

Advertisment

ଆବେଦନ ଶୁଳ୍କ:

ସାଧରଣ ବର୍ଗ/ EWC/OBC ପ୍ରାର୍ଥୀ ୩୦୦ ଟଙ୍କା ଏବଂ ଅନୁସୂଚିତ ଜାତି/ଜନଜାତି/PWD ଶ୍ରେଣୀର ପ୍ରାର୍ଥୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।

କିପରି କରିବେ ଆବେଦନ:

  • ପ୍ରଥମେ ଅଧିକାରକ ୱେବସାଇଟ ongcindia.comକୁ ଯାଆନ୍ତୁ।
  • ଏହାପରେ Recruitment Notices ଉପରେ କ୍ଲିକ କରନ୍ତୁ।
  • ଏହାପରେ Apply Online ଉପରେ କ୍ଲିକ କରନ୍ତୁ।
  • ଏହାପରେ ଯେଉଁ ଦସ୍ତାବିଜ ପୂରଣ କରିବା ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ପୂରଣ କରନ୍ତୁ।
  • ରେଜିଷ୍ଟ୍ରେସନ ପରେ ଆପ୍ଲିକେସନ ଫର୍ମ ପୂରଣ କରିବେ।
Advertisment

ଚୟନ ପ୍ରକ୍ରିୟା:

ଜାରି ହୋଇଥିବା ନୋଟିଫିକେସନ ମୁତାବକ, ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ। ପଠାଯାଇଥିବା ଆବେଦନ ପତ୍ର ସର୍ଟଲିଷ୍ଟ ହେବା ପରେ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ତାରିଖ, ସ୍ଥାନ ଏବଂ ରିପୋର୍ଟିଂ ସମୟ ସୂଚନା ଇମେଲ ମାଧ୍ୟମରେ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ