Advertisment

ONGC Recruitment 2023: ଆସିଲା ବଡ଼ ନିଯୁକ୍ତି ସୁଯୋଗ ; ONGCରେ ପୂରଣ ହେବ ୨,୫୦୦ ପଦବୀ

ONGC ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨,୫୦୦ ପଦବୀ ପୂରଣ ହେବ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୨୦

ଅଦ୍ୟତନ ହୋଇଛି
ONGC Recruitment 2023: Apply for 2,500 posts

ONGC Recruitment: Apply for 2,500 posts

Advertisment

ତୈଳ ଏବଂ ପ୍ରାକୃତିକ ଗ୍ୟାସ୍‌ ନିଗମ ଲିମିଟେଡ୍ (ONGC) ଆପ୍ରେଣ୍ଟିସ୍ ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୨,୫୦୦ ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ONGC ର ଅଫିସିଆଲ୍ ୱେବ୍‌ସାଇଟ୍ ongcindia.com କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୨୦।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୧ ସେପ୍ଟେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୦ ସେପ୍ଟେମ୍ବର ୨୦୨୩
  • ଫଳାଫଳ / ଚୟନ – ୦୫ ଅକ୍ଟୋବର ୨୦୨୩
Advertisment

ଅଧିକ ପଢ଼ନ୍ତୁ: ଆପଣ ଯଦି ଗ୍ରାଜୁଏସନ୍‌ କରିଛନ୍ତି ତେବେ SBIରେ କରିପାରିବେ ଚାକିରି

ଶିକ୍ଷାଗତ ଯୋଗ୍ୟତା:

  • ସ୍ନାତକ ଆପ୍ରେଣ୍ଟିସ୍ - BA / B.Com/ B.Sc/ BBA / BE / B.Tech
  • ଡିପ୍ଲୋମା ଆପ୍ରେଣ୍ଟିସ୍: ଡିପ୍ଲୋମା
  • ଟ୍ରେଡ୍ ଆପ୍ରେଣ୍ଟିସ୍: ଦଶମ / ଦ୍ୱାଦଶ / ITI

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୦ ବର୍ଷ
  • ବୟସ ଗଣନା ୨୦ ସେପ୍ଟେମ୍ବର ୨୦୨୩ ଆଧାରରେ ହେବ
  • ଏସ୍‌ସି / ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ୫ ବର୍ଷ କୋହଳ
  • ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ କୋହଳ
  • PWBD ବର୍ଗର ପ୍ରାର୍ଥୀଙ୍କୁ ୧୦ ବର୍ଷ କୋହଳ
Advertisment

ଦରମା:

  • ସ୍ନାତକ ଆପ୍ରେଣ୍ଟିସ୍ – ୯,୦୦୦ ଟଙ୍କା
  • ଡିପ୍ଲୋମା ଆପ୍ରେଣ୍ଟିସ୍ –୮,୦୦୦ ଟଙ୍କା
  • ଟ୍ରେଡ୍ ଆପ୍ରେଣ୍ଟିସ୍ – ୭,୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଯୋଗ୍ୟତା ପରୀକ୍ଷାରେ ପ୍ରାପ୍ତ ମାର୍କ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଡାକ୍ତରୀ ଟେଷ୍ଟ୍

କିପରି କରିବେ ଆବେଦନ:

  • ପ୍ରଥମେ ONGC ର ଅଫିସିଆଲ୍ ୱେବ୍‌ସାଇଟ୍ ongcapprentices.ongc.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ଥିବା ଆବେଦନ ଲିଙ୍କରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୁରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଫର୍ମ ଦାଖଲ କରନ୍ତୁ ଏବଂ ଏକ ପ୍ରିଣ୍ଟ ଆଉଟ୍ କାଢନ୍ତୁ

ଅଧିକ ପଢ଼ନ୍ତୁ: ଇଣ୍ଡିଆନ୍ କୋଷ୍ଟଗାର୍ଡରେ ପୂରଣ ହେବ ୩୫୦ଟି ପଦବୀ

ONGC Govt Jobs ONGC Jobs ONGC Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ