Advertisment

EXIM ବ୍ୟାଙ୍କରେ ଅଫିସର୍ ପଦବୀ ପାଇଁ ନିଯୁକ୍ତି; ଚାଲିଛି ଆବେଦନ

EXIM ବ୍ୟାଙ୍କ୍‌ ଅଫିସର୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ଦେଇଛି । ଏହି ନିଯୁକ୍ତି ଚୁକ୍ତି ଆଧାରରେ ହେବ। ବିଭିନ୍ନ ବିଭାଗରେ ମୋଟ ୩୦ଟି ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
Exim Bank Recruitment 2023

officer on contract post in exim bank

Advertisment

ରପ୍ତାନି-ଆମଦାନୀ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (EXIM ବ୍ୟାଙ୍କ୍‌) ଅଫିସର୍ ପଦବୀ ପାଇଁ ନିଯୁକ୍ତି ବାହାର କରିଛି। ଏହି ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ୧୩ ଜାନୁୟାରୀ ୨୦୨୩ରୁ ଚାଲିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୨୭ ଜାନୁଆରୀ। ବିଜ୍ଞପ୍ତି ଅନୁଯାୟୀ, EXIM ବ୍ୟାଙ୍କରେ ଅଫିସର ପଦବୀରେ ନିଯୁକ୍ତି ଚୁକ୍ତି ଆଧାରରେ ହେବ।

Advertisment

ଏହି ନିଯୁକ୍ତି ପାଇଁ ଅନଲାଇନ୍‌ରେ ଆବେଦନ କରିବାକୁ ହେବ। ଆଗ୍ରହୀ ପ୍ରାର୍ଥୀମାନେ ବ୍ୟାଙ୍କର ଲିଙ୍କ୍ https://applyonlineeximb.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହି ନିଯୁକ୍ତି ବିଷୟରେ ସବିଶେଷ ବିବରଣୀ ଜାଣିବାକୁ ଚାହାନ୍ତି ସେମାନେ ବ୍ୟାଙ୍କର ୱେବସାଇଟ୍ eximbankindia.in କୁ ଯାଇ ପାଇପାରିବେ। ବିଜ୍ଞପ୍ତି ଅନୁଯାୟୀ, ଅଫିସର୍ ପଦ ପାଇଁ EXIM ବ୍ୟାଙ୍କରେ ମୋଟ ୩୦ଟି ପଦବୀ ଖାଲି ରହିଛି। ଏହି ନିଯୁକ୍ତି ବିଭିନ୍ନ ବିଭାଗରେ କରାଯିବ।

ଖାଲି ପଦବୀ:

  • କମ୍ପ୍ଲାୟନ୍ସ-୨ଟି ପୋଷ୍ଟ୍
  • କର୍ପୋରେଟ୍ କମ୍ୟୁନିକେସନ - ୧ଟି ପୋଷ୍ଟ୍
  • ଏନ୍‌ଭାୟରମେଣ୍ଟଲ୍ ସୋସଲ୍ ଆଣ୍ଡ୍‌ ଗଭର୍ନେସ୍ (ESG) -୧ଟି ପୋଷ୍ଟ୍
  • ସୂଚନା ପ୍ରଯୁକ୍ତିବିଦ୍ୟା – ୬ଟି ପୋଷ୍ଟ୍
  • ଗ୍ରୀଡ୍ / MAS-୧ଟି ପୋଷ୍ଟ
  • ଆଡ୍‌ମିନିଷ୍ଟ୍ରେସନ୍ – ୧ଟି ପୋଷ୍ଟ୍
  • HR-୨
  • ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଅଫିସର୍ – ୨
  • ଲୋନ୍ ଅପରେସନ୍ ଆଣ୍ଡ୍ ଲୋନ୍ ମନିଟରିଂ – ୪
  • ଲିଗାଲ୍ – ୩
  • SSG- ୬
  • ରିସ୍କ ମ୍ୟାନେଜ୍‌ମେଣ୍ଟ୍ ଗ୍ରୁପ୍ - ୧
Advertisment

ଅଧିକ ପଢ଼ନ୍ତୁ:୧୦ମ ପାଶ୍ ସହ ITI କରିଛନ୍ତି କି; ରେଳବାଇରେ ଚାକିରି ସୁଯୋଗ

ଚୟନ ପ୍ରକ୍ରିୟା:

  • EXIM ବ୍ୟାଙ୍କରେ ଅଫିସର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ପ୍ରଥମେ ଆବେଦନଗୁଡ଼ିକୁ ସ୍କ୍ରିନିଂ କରାଯିବ
  • ଏହା ପରେ ସାକ୍ଷାତକାର ପାଇଁ ଡକାଯିବ

ଆବେଦନ ଶୁଳ୍କ:

  • ଜେନେରାଲ୍ ଏବଂ ଓବିସି - ୬୦୦ ଟଙ୍କା
  • SC / ST / Divyang / EWS ଏବଂ ମହିଳା - ୧୦୦ ଟଙ୍କା
Advertisment
Govt Jobs Bank Jobs Bank Job Vacancy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ