Advertisment

Non Teaching Post Recruitment: ଓଡିଆର ବିଭିନ୍ନ ଡିଗ୍ରୀ କଲେଜରେ ପୂରଣ ହେବେ ଅନେକ ନନ୍-ଟିଚିଙ୍ଗ୍ ଷ୍ଟାଫ୍

ଓଡିଶାର ଶିକ୍ଷାନୁଷ୍ଠାନରେ ବିଭିନ୍ନ ନନ୍-ଟିଚିଙ୍ଗ୍ ପଦବୀ ପୂରଣ ହେବ। ଏନେଇ ରାଜ୍ୟ ଚୟନ ବୋର୍ଡ(SSB), ଉଚ୍ଚଶିକ୍ଷା ବୋର୍ଡ, ଓଡ଼ିଶା ସରକାର ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଜୁନିଅର ଆସିଷ୍ଟାଣ୍ଟ, ଶାରିରୀକ୍ ଶିକ୍ଷକ (PETs), ଲାବ୍ରୋଟେରୀ ଆସିଷ୍ଟାଣ୍ଟ-କମ୍‌-ଷ୍ଟୋର୍‌ କିପର୍‌ ଆଦି ପୂରଣ ହେବ।

ଅଦ୍ୟତନ ହୋଇଛି
Odisha SSB Non Teaching Post Recruitment 2024

Odisha SSB Non Teaching Post Recruitment 2024

Advertisment

ଓଡିଶାର ଶିକ୍ଷାନୁଷ୍ଠାନରେ ବିଭିନ୍ନ ନନ୍-ଟିଚିଙ୍ଗ୍ ପଦବୀ ପୂରଣ ହେବ। ଏନେଇ ରାଜ୍ୟ ଚୟନ ବୋର୍ଡ(SSB), ଉଚ୍ଚଶିକ୍ଷା ବୋର୍ଡ, ଓଡ଼ିଶା ସରକାର ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଜୁନିଅର ଆସିଷ୍ଟାଣ୍ଟ, ଶାରିରୀକ୍ ଶିକ୍ଷକ (PETs), ଲାବ୍ରୋଟେରୀ ଆସିଷ୍ଟାଣ୍ଟ-କମ୍‌-ଷ୍ଟୋର୍‌ କିପର୍‌ ଆଦି ପୂରଣ ହେବ।

Advertisment

ଏହି ନିଯୁକ୍ତି ଓଡିଆର ବିଭିନ୍ନ ଡିଗ୍ରୀ କଲେଜରେ ହେବ। ଅନଲାଇନ୍ ମାଧ୍ୟମରେ ଏହି ଆବେଦନ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ସଂପୂର୍ଣ୍ଣ ଚୁକ୍ତିଭିତ୍ତିକ ହୋଇଥିବା ବେଳେ ମୋଟ୍ ୧୦୧ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ SSB ର ଅଫିସିଆଲ୍ ୱେବ୍‌ସାଇଟ୍ https://ssbodisha.ac.in/ କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Odisha SSB Non Teaching Post Recruitment 2024 Apply Online For 101 Post notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୬ ମାର୍ଚ୍ଚ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୫ ଏପ୍ରିଲ୍ ୨୦୨୪

ଖାଲି ପଦବୀ:

  • ଜୁନିଅର ଆସିଷ୍ଟାଣ୍ଟ - ୩୯ଟି ପୋଷ୍ଟ
  • ଶାରିରୀକ ଶିକ୍ଷକ (PETs), - ୦୮ଟି ପୋଷ୍ଟ
  • ଲାବ୍ରୋଟେରୀ ଆସିଷ୍ଟାଣ୍ଟ-କମ୍‌-ଷ୍ଟୋର୍‌ କିପର୍‌- ୫୪ଟି ପୋଷ୍ଟ
Advertisment

ଶିକ୍ଷାଗତ ଯୋଗ୍ୟତା:

ଜୁନିଅର ଆସିଷ୍ଟାଣ୍ଟ୍‌:

  • ଏକ ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଯେକୌଣସି ବିଷୟରେ (କଳା / ବାଣିଜ୍ୟ / ବିଜ୍ଞାନ) ଗ୍ରାଜୁଏସନ
  • କମ୍ପ୍ୟୁଟର ଏବଂ ସୂଚନା ପ୍ରଯୁକ୍ତିବିଦ୍ୟାରେ ଜ୍ଞାନ

ଶାରୀରିକ ଶିକ୍ଷକ (PETs):

  • ଶାରୀରିକ ଶିକ୍ଷା (B.P.Ed)ରେ ଗ୍ରାଜୁସସନ / ଗ୍ରାଜୁସନ ଡିଗ୍ରୀ ସହିତ ଶାରୀରିକ ଶିକ୍ଷାରେ ସାର୍ଟିଫିକେଟ୍((B.A.C.P.Ed)

ଲାବୋରେଟୋରୀ ଆସିଷ୍ଟାଣ୍ଟ-କମ୍‌-ଷ୍ଟୋରକିପର୍‌:

  • ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଆନ୍ଥ୍ରୋପୋଲୋଜି, ଶିକ୍ଷା, ଭୂଗୋଳ, ଭୂବିଜ୍ଞାନ, ଗୃହ ବିଜ୍ଞାନ ଏବଂ ମନୋବିଜ୍ଞାନରେ ଗ୍ରାଜୁଏସନ୍ ଡିଗ୍ରୀ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୪ ବର୍ଷ
  • ବୟସ ଗଣନା ୦୧।୦୧।୨୦୨୪ ଅନୁସାରେ ହେବ

ଆବେଦନ ଶୁଳ୍କ:

  • SC / ST/ phd – ୫୦୦ ଟଙ୍କା
  • ସାଧାରଣ ବର୍ଗ/ EWS / OBC/SEBC – ୧୦୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • +2 ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ସ୍ନାତକ ଡିଗ୍ରୀ ସାର୍ଟିଫିକେଟ୍, BED, କମ୍ପ୍ୟୁଟର ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ବାସିନ୍ଦା ସାର୍ଟିଫିକେଟ୍
  • ପାସପୋର୍ଟ ଆକାରର ଫଟୋଗ୍ରାଫ୍
Govt Jobs SSB Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ