Advertisment

OFDC Recruitment: ଓଡ଼ିଶାରେ ସରକାରୀ ଚାକିରି; ଚୟନ ହେଲେ ମାସକୁ ପାଇବେ ୩୫ ହଜାରରୁ ଅଧିକ

ଓଡିଶା ବନ ବିକାଶ ନିଗମ (OFDC) ଏନେଇ ଅନେକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଆକାଉଣ୍ଟ୍ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ୍‌, ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆଦେବନ କରାଯିବ।

Odisha Forest Department New Recruitment  Apply For Various Posts

Odisha Forest Department New Recruitment Apply For Various Posts

Advertisment

ଓଡ଼ିଶାରେ ସରକାରୀ ଚାକିରି କରିବାର ଆଉ ଏକ ସୁବର୍ଣ୍ଣ ସୁଯୋଗ। ଓଡିଶା ବନ ବିକାଶ ନିଗମ (OFDC) ଏନେଇ ଅନେକ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଆକାଉଣ୍ଟ୍ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ୍‌, ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ, ଫିଲ୍ଡ ଆସିଷ୍ଟାଣ୍ଟ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆଦେବନ କରାଯିବ।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ OFDCର ଅଫିସିଆଲ୍ ୱେବ୍‌ସାଇଟ୍ www.odishafdc.comକୁ ଯାଇ ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହା ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Odisha Forest Department New Recruitment Notification ଉପରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ୩୫୦ରୁ ଅଧିକ ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୨ ନଭେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୨ ଡିସେମ୍ବର ୨୦୨୩
Advertisment

ଖାଲି ପଦବୀ:

  • ଆକାଉଣ୍ଟ୍ ଆସିଷ୍ଟାଣ୍ଟ(ଗ୍ରେଡ୍-ll) – ୦୯ ପୋଷ୍ଟଗୁଡିକ
  • ଆସିଷ୍ଟାଣ୍ଟ (ଗ୍ରେଡ୍-lll) – ୬୧ଟି ପୋଷ୍ଟ
  • ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ – ୧୩ଟି ପୋଷ୍ଟ
  • ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-ll) – ୪୭ଟି ପୋଷ୍ଟ
  • ଫିଲ୍ଡ ଆସିଷ୍ଟାଣ୍ଟ(ଗ୍ରେଡ୍-lll) – ୨୨୫ଟି ପୋଷ୍ଟ
  • ମୋଟ ପଦବୀ – ୩୫୫ଟି ପୋଷ୍ଟ

ଶିକ୍ଷାଗତ ଯୋଗ୍ୟତା:

  • ଆକାଉଣ୍ଟ୍ ଆସିଷ୍ଟାଣ୍ଟ(ଗ୍ରେଡ୍-ll) – ବାଣିଜ୍ୟରେ + ୩ ପାଶ କିମ୍ବା ସମାନ କାର୍ଯ୍ୟ ଅଭିଜ୍ଞତା
  • ଆସିଷ୍ଟାଣ୍ଟ (ଗ୍ରେଡ୍-lll) – ଯୁକ୍ତ ୩ ପାଶ, କମ୍ପ୍ୟୁଟର ଜ୍ଞାନ ଏବଂ କାର୍ଯ୍ୟ ଅଭିଜ୍ଞତା
  • ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ – ଯୁକ୍ତ 3 ପାଶ୍, କମ୍ପ୍ୟୁଟର ଜ୍ଞାନ ଏବଂ କାର୍ଯ୍ୟ ଅଭିଜ୍ଞତା
  • ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-ll) – ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ/ କୃଷି / ଜଙ୍ଗଲ ବିଭାଗରେ ସ୍ନାତକ ପାଶ୍
  • ଫିଲ୍ଡ ଆସିଷ୍ଟାଣ୍ଟ(ଗ୍ରେଡ୍-lll) – ଯୁକ୍ତ ୨ ବିଜ୍ଞାନ ପାଶ୍
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ
  • ବୟସ ଗଣନା ୦୧।୦୧।୨୦୨୩ ଅନୁସାରେ ହେବ

ବୟସ କୋହଳ:

  • OBC - ୦୩ ବର୍ଷ
  • ST / SC / PWD/ESM - ୦୫ ବର୍ଷ
  • PWD + SC / ST- ୧୫ ବର୍ଷ

ମାସିକ ଦରମା:

  • ଆକାଉଣ୍ଟ୍ ଆସିଷ୍ଟାଣ୍ଟ(ଗ୍ରେଡ୍-ll) – ୩୫,୪୦୦ ଟଙ୍କା
  • ଆସିଷ୍ଟାଣ୍ଟ (ଗ୍ରେଡ୍-lll) – ୨୯,୨୦୦ ଟଙ୍କା
  • ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ – ୨୫,୫୦୦ ଟଙ୍କା
  • ଫିଲ୍ଡ ଆସିଷ୍ଟାଣ୍ଟ (ଗ୍ରେଡ୍-ll) – ୨୧,୭୦୦ ଟଙ୍କା
  • ଫିଲ୍ଡ ଆସିଷ୍ଟାଣ୍ଟ(ଗ୍ରେଡ୍-lll) – ୧୭,୨୦୦ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରୀରିକ ମାନକ ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/ EWS/ OBC – ୫୦୦ଟଙ୍କା
  • SC / ST – ୨୦୦ଟଙ୍କା

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି କଲର୍ ପାସ୍‌ପୋର୍ଟ ସାଇଜ୍ ଫଟୋ
  • ଆଧାର କାର୍ଡ
  • ବାସିନ୍ଦା ସାର୍ଟିଫିକେଟ୍
  • ଜାତି ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ
  • ଆବଶ୍ୟକ ବିବରଣୀ ଦେଇ ପଞ୍ଜିକରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ଦିଅନ୍ତୁ
  • ପ୍ରାର୍ଥୀମାନେ ଯେକୌଣସି ଅନ୍‌ଲାଇନ୍ ପେମେଣ୍ଟ ବ୍ୟବହାର କରିପାରିବେ ଯେପରିକି UPI ଏବଂ ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ କ୍ରେଡିଟ୍ କାର୍ଡ / ଡେବିଟ୍ କାର୍ଡ
  • Submit ବଟନ୍ ଉପରେ ଶେଷ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ ବାହାର କରନ୍ତୁ
Govt Jobs Odisha Job Postings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ