Advertisment

ରାଜ୍ୟରେ ୧୯୬ ପୋଲିସ ପଦବୀ ମଞ୍ଜୁର

ପୂରଣ ହେବ ୧୯୬ ପୋଲିସ ପଦବୀ। ରାଜ୍ୟରେ ୨୮ ସ୍ଥାୟୀ ପୋଲିସ୍ ଆଉଟ୍ପୋଷ୍ଟ ପାଇଁ ୨୮ ସବ୍ଇନ୍ସପେର ଓ ୧୬୮ କନେଷ୍ଟବଳ ପଦବୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସିଛି ସୂଚନା।

Odisha CM Approves  196 new posts for 28 police outposts

Odisha CM Approves 196 new posts for 28 police outposts

Advertisment

ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟ୍‌ପୋଷ୍ଟ୍‌ ପାଇଁ ୧୯୬ଟି ପଦବୀକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଏହା ଭିତରେ ରହିଛି ୨୮ଟି ସବ୍ଇନ୍ସପେର ଓ ୧୬୮ଟି କନେଷ୍ଟ୍‌ବଳ ପଦବୀ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହି ନୂତନ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟରେ ୨୮ଟି ସ୍ଥାୟୀ ପୋଲିସ ଆଉଟ୍‌ପୋଷ୍ଟ୍‌ରେ ନିଯୁକ୍ତ ହେବେ। ପ୍ରତି ଆଉଟ୍‌ପୋଷ୍ଟ୍‌ରେ ଜଣେ ଲେଖାଏଁ ସବ୍ଇନ୍ସପେକ୍ଟର ଓ ୬ ଜଣ ଲେଖାଏଁ କନେଷ୍ଟ୍‌ବଳ ନିୟୋଜିତ ହେବେ।

Advertisment

ଆଇନ୍ ଶୃଙ୍ଖଳାଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ ଅନୁସନ୍ଧାନ କ୍ଷେତ୍ରରେ ସେମାନେ ଦାୟିତ୍ୱ ନିର୍ବାହ କରିବେ।

ପ୍ରକାଶଥାଉ ଯେ ଓଡିଶା ସରକାରଙ୍କ ଓଆର୍‌ଭି ଆକ୍ଟ ଏବଂ ସମସ୍ତ ନିଯୁକ୍ତି ନିୟମ ଅନୁଯାୟୀ ଏହି ନୂତନ ପଦବୀ ସୃଷ୍ଟି ହେବ।

Advertisment
Govt Jobs New Jobs In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ