Non teaching staff recruitment in delhi university 10th graduate apply
ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ (DU) ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଭଲ ସୁଯୋଗ। DUର ଶ୍ରୀ ଅରୋବିନ୍ଦ କଲେଜ (ମର୍ଣ୍ଣିଂ) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ଅଣଶିକ୍ଷକ ପଦବୀ ପୂରଣ ହେବ।
ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍ଲାଇନ୍ ମାଧ୍ୟମରେ ହେବ ଏବଂ ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମୋଟ୍ ୩୬ଟି ପଦବୀ ପୂରଣ ହେବ। ଦଶମ୍ ପାଶ୍ କରିଥିବା ପିଲା ମଧ୍ୟ ଏହାର ସୁଯୋଗ ନେଇପାରିବେ।
ସମସ୍ତ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ DUର ଅଫିସିଆଲ୍ ୱେବସାଇଟ୍ aurobindo.du.ac.in କୁ ଯାଇ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଠାରେ DU Recruitment Assistant jobs Notification କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
- ଅନ୍ଲାଇନ୍ ଆବେଦନ ଶେଷ – ୧୬ ମାର୍ଚ୍ଚ ୨୦୨୪
ଖାଲି ପଦବୀ:
- ଲାଇବ୍ରେରି – ୧୧ଟି ପୋଷ୍ଟ୍
- ଶାରିରୀକ ଶିକ୍ଷା ନିର୍ଦ୍ଦେଶକ – ୦୧ଟି ପୋଷ୍ଟ୍
- ଆସିଷ୍ଟାଣ୍ଟ୍ – ୦୮ ଟି ପୋଷ୍ଟ୍
- ଲାବୋରେଟୋରୀ ଆଟେଡାଣ୍ଟ – ୧୬ ଟି ପୋଷ୍ଟ୍
- ମୋଟ୍ ପଦବୀ – ୩୬ଟି ପୋଷ୍ଟ୍
ଶିକ୍ଷାଗତ ଯୋଗ୍ୟତା:
- ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ
- ଦଶମ ପାଶ୍ ପିଲା ମଧ୍ୟ ଆବେଦନ କରିପାରିବେ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୭ ବର୍ଷ
- ସର୍ବାଧିକ ବୟସ – ୩୫ ବର୍ଷ
ଆବେଦନ ଶୁଳ୍କ:
- UR / OBC / EWS - ୫୦୦ ଟଙ୍କା
- ଏସସି, ଏସଟି, ପିଡବ୍ଲୁବିଡି - ଦେୟ ମୁକ୍ତ
କିପରି କରିବେ ଆବେଦନ:
ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ https://rec.uod.ac.in/ କୁ ଲାଇବ୍ରେରୀ ଏବଂ ଶାରୀରିକ ଶିକ୍ଷା ନିର୍ଦ୍ଦେଶକଙ୍କ ପଦ ପାଇଁ ଏବଂ https://dunt.uod.ac.in/index.php କୁ ଯାଇ ଅନ୍ୟାନ୍ୟ ପଦବୀ ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709462913.jpg)