Advertisment

ରାଜ୍ୟରେ ବିନା ସ୍ପେଶାଲ ଏଜୁକେଟରରେ ଚାଲୁଛି ସ୍କୁଲ୍, ଦିବ୍ୟାଙ୍ଗଙ୍କ ପାଇଁ ଶିକ୍ଷକ ନିଯୁକ୍ତି କେବେ?

ରାଜ୍ୟରେ ବିନା ସ୍ପେଶାଲ ଏଜୁକେଟରରେ ଚାଲୁଛି ସ୍କୁଲ୍। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନିଯୁକ୍ତ ହେଉନାହାଁନ୍ତି ସ୍ବତନ୍ତ୍ର ଶିକ୍ଷକ।

ଅଦ୍ୟତନ ହୋଇଛି
ଦିବ୍ୟାଙ୍ଗଙ୍କ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ଦାବି

ଦିବ୍ୟାଙ୍ଗଙ୍କ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ଦାବି

Advertisment

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ଆଣିଲେ ଗାଇଡ଼ଲାଇନ୍। ପ୍ରତି ସ୍କୁଲ୍‌ରେ ରହିବେ ସ୍ପେଶାଲ ଏଡୁକେଟର ବା ସ୍ୱତନ୍ତ୍ର ଶିକ୍ଷକ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଜବାବ ତଲବ ପରେ ବି ରାଜ୍ୟରେ ସ୍ୱତନ୍ତ୍ର ଶିକ୍ଷକଙ୍କୁ ଏଯାଏ ନିଯୁକ୍ତି ମିଳିନି। ଯାହାକୁ ନେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ଆଶାୟୀଙ୍କ ଭିତରେ ପ୍ରବଳ ଅସନ୍ତୋଷ। ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଖୁବ ଶୀଘ୍ର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ।

Advertisment

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ରାଜପତ୍ର। ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳିଲା ଗୁରୁତ୍ୱ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରସ୍ତୁତ ହୋଇଛି ଗାଇଡଲାଇନ୍। ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୧୦ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତ ହେବେ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି ପ୍ରତି ୧୫ ପିଲାରେ ଜଣେ ଶିକ୍ଷକ ନିଯୁକ୍ତ ପାଇବେ ଏବଂ ଯେଉଁ ସବୁ ସ୍କୁଲରେ ଶିକ୍ଷକ ଅଭାବ ଥିବେ ସେଠାରେ କର୍ତ୍ତୃପକ୍ଷ ଚୁକ୍ତି ଭିତ୍ତିକ ଆଧାରରେ ସ୍ବତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତ କରିବେ।

ଅନ୍ୟପଟେ ରାଜ୍ୟରେ ବିନା ସ୍ପେଶାଲ ଏଜୁକେଟରରେ ଚାଲୁଛି ସ୍କୁଲ୍। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ନିଯୁକ୍ତ ହେଉନାହାଁନ୍ତି ସ୍ବତନ୍ତ୍ର ଶିକ୍ଷକ। ସରକାରୀ ସ୍କୁଲ୍ ଠାରୁ ଆରମ୍ଭ କରି ଘରୋଇ ସ୍କୁଲ୍ ଯାଏ ସବୁଠି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ହଇରାଣ ହେଉଛନ୍ତି। ସ୍ବତନ୍ତ୍ର ଶିକ୍ଷକ ବା ଦିବ୍ୟାଙ୍ଗ ଲାଗି ତାଲିମପ୍ରାପ୍ତ ଶିକ୍ଷକ ନଥିବାରୁ ସାଧାରଣ ପିଲାଙ୍କ ସହ କ୍ଲାସରେ ଏମାନେ ଶିକ୍ଷା ଆହରଣ କରିପାରୁନାହାଁନ୍ତି। ସେହିପରି ରାଜ୍ୟରେ ସ୍ୱତନ୍ତ୍ର ଶିକ୍ଷକ ଡିଗ୍ରୀଧାରୀ ୪ହଜାରରୁ ଅଧିକ ଆଶାୟୀ ଅଛନ୍ତି। ସେମାନଙ୍କ ନିଯୁକ୍ତି ନେଇ ମଧ୍ୟ କୌଣସି ସୂଚନା ମିଳିନାହିଁ।

Advertisment

ରାଜ୍ୟର ୬୪ ହଜାର ସ୍କୁଲ୍‌ରେ ଏବେ ଅଛନ୍ତି ପ୍ରାୟ ୮୨ ହଜାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ନୂଆ ଶିକ୍ଷା ନୀତି ଅନୁଯାୟୀ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥାର ପ୍ରାବଧାନ ରହିଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଗାଇଡଲାଇନ୍ ଜାରି କରିଛି କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାଏ କୌଣସି ନିଷ୍ପତ୍ତି ହୋଇନି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଏନେଇ ପ୍ରକ୍ରିୟା ଜାରି ରହିଛି, ଖୁବଶୀଘ୍ର ସ୍ବତନ୍ତ୍ର ଶିକ୍ଷକ ପଦବୀ ପୂରଣ ହେବ। ଏତେସବୁ ନିୟମ ପରେ ବି ଦିବ୍ୟାଙ୍ଗ କିମ୍ବା ସ୍ବତନ୍ତ୍ର ଶିକ୍ଷକ ଅାଶାୟୀଙ୍କ ଦାବି ଏଯାଏ ପୂରଣ ହୋଇପାରିନି

ରିପୋର୍ଟ: କୋଣାର୍କରୁ ସଞ୍ଜୟ ପତି ଓ ଭୁବନେଶ୍ୱରରୁ ଜଗଦୀଶ ଦାସ

Special Educators
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ