Advertisment

NIT ରାଉରକେଲାରେ ଚାକିରି ସୁଯୋଗ, ଦରମା- ୩୫,୦୦୦

ପ୍ରୋଜେକ୍ଟ ଫେଲୋଶିପ୍‌ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ NIT(National Institute of Technology ), ରାଉରକେଲା ବିଜ୍ଞପ୍ତି ଜାରି କରିଛି।

NIT Rourkela Announces Vacancies For Various Project Fellows

NIT Rourkela Announces Vacancies For Various Project Fellows

Advertisment

ପ୍ରୋଜେକ୍ଟ ଫେଲୋଶିପ୍‌ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ NIT(National Institute of Technology ), ରାଉରକେଲା ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁସାରେ, Senior Research Fellow(SRF) ଓ Junior Research Fellow (JRF) ପଦବୀ ପୂରଣ ହେବ। 

Advertisment

ଜାଣନ୍ତୁ, କେଉଁସବୁ ପଦବୀ ଖାଲି ପଡ଼ିଛି(NIT Rourkela Vacancy)....

  • ସିନିୟର ରିସର୍ଚ୍ଚ ଫେଲୋ- ୧ ପଦବୀ

ପ୍ରୋଜେକ୍ଟର କାର୍ଯ୍ୟକାଳ- ୩ ବର୍ଷ। ପ୍ରଥମେ ୧ ବର୍ଷ ପାଇଁ କାମ କରିବାକୁ ପଡ଼ିବ। ପରେ କାର୍ଯ୍ୟଦକ୍ଷତା ଅନୁସାରେ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯିବ

ଦରମା- ୩୫,୦୦୦ ଟଙ୍କା

ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା- ୬୫% ମାର୍କ କିମ୍ବା CGPA ୭.୦ ସହ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂରେ M. Tech କରିଥିବା ଜରୁରୀ।

Advertisment

ପରୀକ୍ଷା/ଇଣ୍ଟରଭିୟୁ-(ଭେନ୍ୟୁ- ଡିପାର୍ଟମେଣ୍ଟ୍‌ ଅଫ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରିଂ NIT, ରାଉରକେଲା)। ଅନ୍‌ଲାଇନ୍‌ରେ ଏହା ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖରେ ହେବ।

ଆବେଦନର ଶେଷ ତାରିଖ ଡିସେମ୍ବର ୧୨।

  • ଜୁନିୟର ରିସର୍ଚ୍ଚ ଫେଲୋ- ୧ ପଦବୀ

ପ୍ରୋଜେକ୍ଟର କାର୍ଯ୍ୟକାଳ- ୩ ବର୍ଷ(୨୦୨୨-୨୦୨୫)। 

ଦରମା- ୩୧,୦୦୦ ଟଙ୍କା(ପ୍ରଥମ ଓ ଦ୍ୱିତୀୟ ବର୍ଷ) ଓ ୩୫,୦୦୦ ଟଙ୍କା(ତୃତୀୟ ବର୍ଷ)

ଶିକ୍ଷାଗତ ଯୋଗ୍ୟତା - ସ୍ୱୀକୃତିପ୍ରାପ୍ତ ଟେକ୍ନିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ କିମ୍ବା ୟୁନିଭର୍ସିଟିରୁ UG ଓ PG ଡିଗ୍ରୀରେ ଇଞ୍ଜିନିୟରିଂ (Chemical / Biomedical / Materials science/ Biotechnology)ସହ ପାଷ୍ଟ୍‌ କ୍ଲାସ୍‌ ହୋଇଥିବା ଜରୁରୀ।

Advertisment

ଅନ୍‌ଲାଇନ୍‌/ଇଣ୍ଟରଭିୟୁ- ଆସନ୍ତା ଡିସେମ୍ବର ୨୧ ତାରିଖ ସକାଳ ୧୧ଟା। ଭେନ୍ୟୁ- ଡିପାର୍ଟମେଣ୍ଟ୍‌ ଅଫ ବାୟୋଟେକ୍ନୋଲୋଜି ଆଣ୍ଡ୍‌ ମେଡିକାଲ୍‌ ଇଞ୍ଜିନିୟରିଂ NIT, ରାଉରକେଲା)।

ଆବେଦନର ଶେଷ ତାରିଖ ଡିସେମ୍ବର ୧୮।

ଅଧିକ ସୂଚନା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ...

NIT Rourkela Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ