Advertisment

ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରରେ ୫୯୮ ପଦବୀ ଖାଲି; ଦରମା ୧.୭୭ ଲକ୍ଷ

ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC), ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ ବୈଷୟିକ ସହାୟକ ତଥା ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

NIC announces bumper vacancy

NIC announces bumper vacancy

Advertisment

ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC), ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ ବୈଷୟିକ ସହାୟକ ତଥା ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଏହି ପୋଷ୍ଟ୍‌ଗୁଡିକ ପାଇଁ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ NIELIT ର ଅଫିସିଆଲ୍ ୱେବ୍‌ସାଇଟ୍ nielit.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ପ୍ରକ୍ରିୟା ଆରମ୍ଭ : ମାର୍ଚ୍ଚ ୦୪
  • ଆବେଦନ ପ୍ରକ୍ରିୟା ଶେଷ: ଏପ୍ରିଲ୍ ୦୪

ପଦବୀ ସଂଖ୍ୟା:

  • ମୋଟ ପଦବୀ ସଂଖ୍ୟା – ୫୯୮ଟି
  • ବୈଜ୍ଞାନିକ B ଗ୍ରୁପ୍ A – ୭୧ଟି ପୋଷ୍ଟ୍‌
  • ବୈଜ୍ଞାନିକ ଅଧିକାରୀ / ଇଞ୍ଜିନିୟର – ୧୯୬ ଟି ପୋଷ୍ଟ୍‌
  • ବୈଜ୍ଞାନିକ / ବୈଷୟିକ ସହାୟକ – ୩୩୧ଟି ପୋଷ୍ଟ୍‌
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୩୦ ବର୍ଷ
  • ସର୍ବାଧିକ ବୟସ – ୩୫ ବର୍ଷ
  • ବୟସ ଗଣନା ୦୪।୦୪।୨୦୨୩ ଅନୁସାରେ ହେବ

ଶିକ୍ଷାଗତ ଯୋଗ୍ୟତା:

  • ବୈଜ୍ଞାନିକ B ଗ୍ରୁପ୍ A – B.Tech/ M.Tech/ M.Sc
  • ବୈଜ୍ଞାନିକ ଅଧିକାରୀ / ଇଞ୍ଜିନିୟର – B.Tech/ M.Tech/ M.Sc/ MCA
  • ବୈଜ୍ଞାନିକ / ବୈଷୟିକ ସହାୟକ – B.Tech/ M.Tech/ M.Sc/ MCA
Advertisment

ଦରମା:

  • ମାସକୁ ସର୍ବନିମ୍ନ ଦରମା - ୩୫,୪୦୦ ଟଙ୍କା
  • ମାସକୁ ସର୍ବାଧିକ ଦରମା - ୧,୭୭,୫୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/ଓବିସି/ଇଡବ୍ଲ୍ୟୁଏସ୍ - ୮୦୦ଟଙ୍କା
  • ଏସ୍‌ସି/ଏସ୍‌ଟି – ଦେୟ ମୁକ୍ତ
  • ପ୍ରାର୍ଥୀମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ ଓ ନେଟ୍‌ବ୍ୟାକିଂ ମାଧ୍ୟମରେ ଶୁଳ୍କ ଦେଇପାରିବେ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ୍‌

କିପରି କରିବେ ଆବେଦନ:

  • ସର୍ବପ୍ରଥମେ ଆପଣ NIC ର ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ
  • ଏଠାରେ “NIC ରିକ୍ରୁଟ୍‌ମେଣ୍ଟ ୨୦୨୩” ରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନ ନୂଆ ଲଗ୍‌ଇନ୍ ପୃଷ୍ଠା ଉପଲବ୍ଧ ହେବ। ଏଠାରେ ପଞ୍ଜୀକରଣ କରି ଲଗଇନ୍ ଆଇଡି ଏବଂ ପାସ୍‌ୱାର୍ଡ ତିଆରି କରନ୍ତୁ
  • ଆବେଦନ ଫର୍ମକୁ ଯାଆନ୍ତୁ ଏବଂ ଏଠାରେ ମଗାଯାଇଥିବା ସୂଚନା ଏବଂ ଡକ୍ୟୁମେଣ୍ଟ ଦାଖଲ କରନ୍ତୁ
  • ଶେଷରେ ଆବେଦନ ଶୁଳ୍କ ଜମା କରି ଆବେଦନ ଫର୍ମ Submit କରନ୍ତୁ
  • ଆବେଦନ ଫର୍ମର ଏକ ପ୍ରିଣ୍ଟ୍‌ ବାହାର କରନ୍ତୁ, ଯାହା ଭବିଷ୍ୟତରେ ଆବଶ୍ୟକ ହେବ

ଏଠାରେ କ୍ଲିକ୍ କରି ବିଜ୍ଞପ୍ତି ଦେଖନ୍ତୁ…

Govt Jobs Govt Of India Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ