Advertisment

ଗ୍ରାଜୁଏସନ୍ କରିଥିଲେ ସୁବର୍ଣ୍ଣ ସୁଯୋଗ; NIACLରେ ପୂରଣ ହେବ ୪୫୦ ପଦବୀ

NIACL ପ୍ରଶାସନିକ ଅଧିକାରୀ (ଜେନେରାଲିଷ୍ଟ ଆଣ୍ଡ୍‌ ସ୍ପେଶାଲିଷ୍ଟ) (ସ୍କେଲ୍ ୧) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୪୫୦ଟି ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
NIACL AO Recruitment 2023

NIACL AO recruitment 2023

Advertisment

କେନ୍ଦ୍ର ସରକାର ଅଧିନସ୍ଥ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ (NIACL) ପ୍ରଶାସନିକ ଅଧିକାରୀ (ଜେନେରାଲିଷ୍ଟ ଆଣ୍ଡ୍‌ ସ୍ପେଶାଲିଷ୍ଟ) (ସ୍କେଲ୍ ୧) ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ www.newindia.co.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ - ୧ ଅଗଷ୍ଟ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୧ ଅଗଷ୍ଟ ୨୦୨୩
  • ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍ ପରୀକ୍ଷା (ଅବଜେକ୍‌ଟିଭ୍) - ୯ ସେପ୍ଟେମ୍ବର ୨୦୨୩
  • ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲାଇନ୍ ପରୀକ୍ଷା (ଅବଜେକ୍‌ଟିଭ୍ + ସବ୍‌ଜେକ୍‌ଟିଭ୍) - ୮ ଅକ୍ଟୋବର ୨୦୨୩
Advertisment

ଅଧିକ ପଢ଼ନ୍ତୁ: NITରେ ପୂରଣ ହେବ ୧୦୯ ପଦବୀ; ଚାଲିଛି ଆବେଦନ, ଜାଣନ୍ତୁ ଶେଷ ତାରିଖ

ଖାଲି ପଦବୀ:

  • ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ସ୍କେଲ ୧ କ୍ୟାଡରରେ ପ୍ରଶାସନିକ ଅଧିକାରୀ (ଜେନେରାଲିଷ୍ଟ ଏବଂ ସ୍ପେଶାଲିଷ୍ଟ) ଙ୍କ ୪୫୦ ଟି ପଦବୀ ପୂରଣ ହେବ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୧ ଅଗଷ୍ଟ ୨୦୨୩ ଅନୁସାରେ ହେବ
Advertisment

ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି କ୍ଷେତ୍ରରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ
  • ଡିଗ୍ରୀ ପରୀକ୍ଷାରେ ଅତି କମରେ ୬୦% ମାର୍କ
  • SC / ST / PWBD ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ୫୫% ମାର୍କ

ଆବେଦନ ଶୁଳ୍କ:

  • SC / ST / PWBD ପ୍ରାର୍ଥୀଙ୍କ ପାଇଁ – ୧୦୦ ଟଙ୍କା
  • ଅନ୍ୟାନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ – ୮୫୦ ଟଙ୍କା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ www.newindia.co.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Recruitment ବିଭାଗରେ କ୍ଲିକ୍ କରନ୍ତୁ
  • ତା’ପରେ Apply link ଉପରେ କ୍ଲିକ୍ କରନ୍ତୁ
  • ପଞ୍ଜିକରଣ କରି ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
  • ଆବେଦନ ଶୁଳ୍କ ପୈଠ କରନ୍ତୁ
  • Submit ବଟମ୍ ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ ଆଉଟ୍ କାଢନ୍ତୁ
Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ