Advertisment

ଆରମ୍ଭ ହୋଇଛି NEET ପଞ୍ଜିକରଣ ପ୍ରକ୍ରିୟା; ଜାଣନ୍ତୁ କିପରି କରିବେ ଆବେଦନ

NEET ୨୦୨୩ ପାଇଁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। NEET UG ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ଫର୍ମ ପୂରଣ କରିପାରିବେ।

ଅଦ୍ୟତନ ହୋଇଛି
NEET UG 2023 Registration Begins

NEET UG 2023 registration begins apply before 6 april

Advertisment

ନେସ୍‌ନାଲ୍ ଏଲିଜିବିଲିଟି କମ ଏଣ୍ଟ୍ରାସ୍ ଟେଷ୍ଟ୍(NEET) ୨୦୨୩ ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। NEET UG ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଫର୍ମ ପୂରଣ କରିପାରିବେ। ନେସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା ପଞ୍ଜୀକରଣ ଆରମ୍ଭ ହୋଇଛି।

Advertisment

ଆବେଦନ କରିବାକୁ, ପ୍ରାର୍ଥୀଙ୍କୁ ଏହି ୱେବସାଇଟ୍ - neet.nta.nic.in କୁ ଯିବାକୁ ପଡିବ। ଆବେଦନର ଲିଙ୍କ୍ ମଧ୍ୟ ନିମ୍ନରେ ଦିଆଯାଇଛି। ଏଥର NEET ପରୀକ୍ଷା ପାଇଁ ଆବେଦନ ଶୁଳ୍କ ମଧ୍ୟ ବୃଦ୍ଧି କରାଯାଇଛ॥

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ଆରମ୍ଭ ୦୬ ମାର୍ଚ୍ଚ ୨୦୨୩
  • ଏହି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୦୬ ଏପ୍ରିଲ ୨୦୨୩
  • ଏହି ତାରିଖ ପରେ ଆବେଦନ ଲିଙ୍କ୍‌ ବନ୍ଦ ହୋଇଯିବ
  • NEET UG ପରୀକ୍ଷା ୦୭ ମେ ୨୦୨୩ରେ ଅନୁଷ୍ଠିତ ହେବ
Advertisment

ଅଧିକ ପଢ଼ନ୍ତୁ: ସୁବର୍ଣ୍ଣ ସୁଯୋଗ: ବିନା ପରୀକ୍ଷାରେ ଅଏଲ୍‌ ଇଣ୍ଡିଆ ଲିମିଟେଡ୍‌ରେ ଚାକିରି

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧,୭୦୦ ଟଙ୍କା
  • EWS, OBC-NCL ପ୍ରାର୍ଥୀ – ୧,୬୦୦ ଟଙ୍କା
  • SC, ST, PWD ଏବଂ ତୃତୀୟ ଲିଙ୍ଗ - ୧୦୦୦ ଟଙ୍କା
  • ଦେଶ ବାହାରେ ଥିବା ପ୍ରାର୍ଥୀ - ୯,୫୦୦ ଟଙ୍କା
  • ସମସ୍ତ ଆବେଦନକାରୀଙ୍କୁ ଜିଏସ୍‌ଟି ଏବଂ ପ୍ରକ୍ରିୟାକରଣ ଚାର୍ଜ ଇତ୍ୟାଦି ପୃଥକ ଭାବରେ ଦେବାକୁ ପଡିବ, ଯାହା ଫି’ ଠାରୁ ଅଲଗା ହେବ।
Advertisment

କିପରି ଆବେଦନ କରିବେ:

  • ଆବେଦନ କରିବା ପୂର୍ବରୁ, NEET UG ୨୦୨୩ର ସୂଚନା ସଠିକ୍ ଭାବରେ ପଢନ୍ତୁ ଏବଂ ସମସ୍ତ ସୂଚନା ପାଇବା ପରେ ହିଁ ଆବେଦନ ଆରମ୍ଭ କରନ୍ତୁ
  • ନୂଆ ପ୍ରାର୍ଥୀମାନେ ଏହିପରି ଆବେଦନ କରିପାରିବେ
  • ସର୍ବପ୍ରଥମେ ଅଫିସିଆଲ୍ ୱେବସାଇଟ୍ neet.nta.nic.in କୁ ଯାଆନ୍ତୁ
  • ଏଠାରେ ହୋମ୍‌ପେଜ୍‌ରେ "Apply Online" ଉପରେ କ୍ଲିକ୍ କରନ୍ତୁ
  • ଏଠାରେ ଥିବା ସୂଚନାକୁ ଭଲ ଭାବେ ପଢନ୍ତୁ ଏବଂ "Proceed to Apply Online NEET (UG) 2023” ଉପରେ କ୍ଲିକ୍ କରନ୍ତୁ। ଏକ ଫର୍ମ ଦେଖେଇବ।
  • ଏଠାରେ ନିଜ ବ୍ୟକ୍ତିଗତ ସୂଚନା, ଶିକ୍ଷାଗତ ଯୋଗ୍ୟତା, ଯୋଗାଯୋଗ ସୂଚନା ଅନ୍ୟାନ୍ୟ ତଥ୍ୟ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ ଯଥା ସ୍କାନ୍ଡ ଫଟୋ, ସିଗ୍ନେଚର ଆଦି ଅପଲୋଡ୍ କରନ୍ତୁ
  • ପୂରଣ କରିଥିବା ଫର୍ମକୁ ପୁନର୍ବାର ଯାଞ୍ଚ କରନ୍ତୁ
  • ଦେୟ ପୈଠ କରନ୍ତୁ
  • ଏହାପରେ Submit କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ

ବିଜ୍ଞପ୍ତି ଦେଖିବାକୁ ଏଠାରେ କ୍ଲିକ୍ କରନ୍ତୁ

ସିଧାସଳଖ ସୂଚନା ଜାଣିବାକୁ ଏଠାରେ କ୍ଲିକ୍ କରନ୍ତୁ

Union Govt NEET UG UGC NET Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ